ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟର ପ୍ରତିଜବାବ : ଶପଥ ଉତ୍ସବକୁ ମୋଦୀଙ୍କୁ ନିମନ୍ତ୍ରଣ କଲେ ନବୀନ

ବାଲେଶ୍ବର ମେଡିକାଲ କଲେଜକୁ ବିରୋଧ କରିଥିଲେ ଓଡ଼ିଆ କେନ୍ଦ୍ରମନ୍ତ୍ରୀ, ଆହାର ଯୋଜନାକୁ ବନ୍ଦ ପାଇଁ ବି ଏହି କେନ୍ଦ୍ରମନ୍ତ୍ରୀ କରିଥିଲେ ଷଡ଼୍‌ଯନ୍ତ୍ର

ଭୁବନେଶ୍ବର : ଗତକାଲି କେନ୍ଦ୍ରାପଡାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଧାସଳଖ ଟାର୍ଗେଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ଷମତା ବାହାର ରାସ୍ତା ଦେଖାଇଥିଲେ। ପ୍ରଧାନମନ୍ତ୍ରୀ ଏକଥା ବି କହିଥିଲେ ଯେ ତାଙ୍କ ସରକାର କ୍ଷମତାକୁ ଆସିଲେ, ସେ ପୁଣି ଥରେ ଓଡ଼ିଶା ଆସିବେ।

ଏହାର ୨୪ ଘଣ୍ଟା ବିତିନି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ବରରେ କର୍ମୀଙ୍କୁ ସମ୍ବୋଧନ କରିବା ଛଳରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଜବାବ ଶୁଣାଇଛନ୍ତି। ହେଲେ କଠୋର ଭାଷାରେ ନୁହେଁ, ବରଂ ନମ୍ରତାର ସହିତ ନବୀନଙ୍କ ଉତ୍ତର ଆଜି ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀ ଆଜି କହିଛନ୍ତି, “ଗତକାଲି ପ୍ରଧାନମନ୍ତ୍ରୀ କହିଥିଲେ, ଓଡ଼ିଶାରୁ ବିଜେଡି ସରକାର ଗଲା ପରେ ସେ ପୁଣି ଓଡ଼ିଶା ଆସିବେ। ହେଲେ ବାସ୍ତବତା ହେଲା, ତୃତୀୟ ପର୍ଯ୍ୟାୟ ଭୋଟ ପରେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ବିଜେଡି ବହୁ ମତ ପାଇସାରିଲେଣି। ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବରେ ଅତିଥି ଭାବେ ଯୋଗ ଦେବାକୁ ମୋଦୀଜୀଙ୍କୁ ନମ୍ରତାର ସହିତ ଅନୁରୋଧ କରୁଛି।’’

ଓଡ଼ିଶାରେ ଇତିମଧ୍ୟରେ ୩ଟି ପର୍ଯ୍ୟାୟ ନିର୍ବାଚନ ସରିଛି। ୧୫ଟି େଲାକସଭା ଆସନ ସମେତ ୧୦୫ ବିଧାନସଭା ଆସନରେ ମତଦାତାଙ୍କ ନିଷ୍ପତ୍ତି ଇଭିଏମରେ ସିଲ୍ େହାଇ ରହିଛି। ଏମିତି ସ୍ଥଳେ ମୁଖ୍ୟମନ୍ତ୍ରୀ ସଂଖ୍ୟା ହାସଲର ସୂଚନା େଦଇ ପରୋକ୍ଷରେ ଜଣାଇଛନ୍ତି େଯ ବିେଜଡି ମ୍ୟାଜିକ୍ ନମ୍ବର ୭୪ ଡେଇଁସାରିଲେଣି। ନବୀନଙ୍କ ଏଭଳି ସୂଚନା ବିେଜଡି ଶିବିରକୁ ଉଲ୍ଲସିତ କରିଛି। କର୍ମୀଙ୍କୁ ବଳ ଦେଇଛି। ସେପଟେ ପ୍ରତିପକ୍ଷ ବିେଜପି ଓ କଂଗ୍ରେସ ଅଡୁଆରେ ପଡିଛନ୍ତି।

ବାଲେଶ୍ବରରେ େମଡିକାଲ କଲେଜ ଦ୍ବାରା ଖୁସି ନା ନାହିଁ େବାଲି ନବୀନ ଆଜି କର୍ମୀଙ୍କୁ ପଚାରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, ବାଲେଶ୍ବର େମଡିକାଲ କଲେଜ ପାଇଁ ରାଜ୍ୟ ସରକାର ୨୫୦ େକାଟି ଟଙ୍କା ଖର୍ଚ୍ଚ କରିଛନ୍ତି। େକନ୍ଦ୍ର ଦେଇଛି ମାତ୍ର ୧୦୦ େକାଟି ଟଙ୍କା। ଜଣେ ଓଡ଼ିଆ େକନ୍ଦ୍ରମନ୍ତ୍ରୀ ବାଲେଶ୍ବର େମଡିକାଲ କଲେଜକୁ ବିେରାଧ କରୁଥିଲେ ବୋଲି କହି ନବୀନ ବିେଜପି ଆଡକୁ ଆଙ୍ଗୁଳି ଉଠାଇଥିଲେ।

ନବୀନ କହିଥିଲେ, ରାଜ୍ୟ ସରକାର ସୁପ୍ରିମକୋର୍ଟର ଉଚ୍ଚ କ୍ଷମତା ସଂପନ୍ନ କମିଟି ପାଖରୁ ଅନୁମତି େନଇ େମଡିକାଲ କଲେଜ କରିଛନ୍ତି। ଆହାର େଯାଜନାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଖାଦ୍ୟ ପାଉଛନ୍ତି। ସେହି ଓଡ଼ିଆ େକନ୍ଦ୍ରମନ୍ତ୍ରୀ ମାନେ ଏହି େଯାଜନାକୁ ବି ବନ୍ଦ କରିବାକୁ େଚଷ୍ଟା କରୁଥିଲେ। ଏ କି ପ୍ରକାର ରାଜନୀତି େବାଲି ଆଜି ନବୀନ ପଚାରିଥିଲେ।

ଲୋକଙ୍କ ସ୍ବାର୍ଥ ଠାରୁ ନିଜ ସ୍ବାର୍ଥ କଣ ବଡ େବାଲି ପ୍ରଶ୍ନ ଉଠାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଫକୀରମୋହନଙ୍କର ଏହି ସ୍ବାଭିମାନୀ ଓଡ଼ିଆ ଏହାର ଉଚିତ ଜବାବ ଦେବେ। ଚାରି େକାଟି ଓଡ଼ିଆ ତାଙ୍କ ପରିବାର। େଶଷ ନିଃଶ୍ବାସ ପର୍ଯ୍ୟନ୍ତ ସେ ସେବା କରିବେ ବୋଲି ମତ ରଖି ନବୀନ ଦଳୀୟ ନେତାଙ୍କ ପାଇଁ େଭାଟ ମାଗିଥିଲେ।

ଏହି ଅବସରରେ ନବୀନ କାଳିଆ େଯାଜନା ସଂପର୍କରେ ମତ ରଖି କହିଥିଲେ େଯ ଏହାକୁ ବନ୍ଦ କରିବା ପାଇଁ ବିେଜପି ଚକ୍ରାନ୍ତ କରୁଛି। ମୁଁ ଥିବା ଯାଏ ଏହା ବନ୍ଦ େହାଇପାରିବ ନାହିଁ। ଏଥିସହିତ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନା, ମିସନ ଶକ୍ତି ସଂପର୍କରେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟ ଦୋହରାଇଥିଲେ।

ପ୍ରଧାନମନ୍ତ୍ରୀ ଓ େକନ୍ଦ୍ରୀୟ େନତାଙ୍କୁ ପରୋକ୍ଷରେ ସମାେଲାଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ, େଭାଟ େହଲେ ବିଜେପିର ବଡ ବଡ଼ ନେତାଙ୍କର ଓଡ଼ିଶା କଥା ମନେ ପଡେ। ବନ୍ୟା େହଲା,ଆସିଲେନି। ଫାଇଲିନ େହଲା। ଆସିଲେନି। ତିତିଲି, ହୁଡହୁଡ, ମରୁଡିରେ ବି ଆସିଲେନି। କିନ୍ତୁ ଏେବ ଆସଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଓଡ଼ିଶାର ଦୁଃଖ ସମୟରେ ପ୍ରଧାନମନ୍ତ୍ରୀ ଆସିଲେନି, ସମୟ ହେଲାନି। କିନ୍ତୁ େଭାଟ ହେଲା ପ୍ରଧାନମନ୍ତ୍ରୀ ସବୁଦିନ ଓଡ଼ିଶା ଆସୁଛନ୍ତି।

ଗତକାଲି କେନ୍ଦ୍ରାପଡାର ବାରୁଅ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ସିଧାସଳଖ ନାଁ ନେଇ କହିଥିଲେ, ନବୀନବାବୁ ଶାସନରୁ ବିଦା ହେବା ନିଶ୍ଚିତ। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ବେଳେ ସେ ମର୍ଯ୍ୟାଦା ପାଳନ କରି ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବାରୁ ବିରତ ରହିଥିଲେ। ଓଡ଼ିଶାରେ ଏତେବର୍ଷ ଧରି ଶାସନ କରିଥିବାରୁ ତାଙ୍କର ବିଦାୟ ସୁନ୍ଦର ଭାବେ ହେଉ ବୋଲି ଚାହିଁଥିଲେ। ସେ ଅପମାନିତ ହୋଇ ବିଦାୟ ନ ନିଅନ୍ତୁ ବୋଲି ଚାହିଁଥିଲେ। ନବୀନବାବୁଙ୍କ ଇଜ୍ଜତକୁ ଆଘାତ ନ ଦେବା ଉଦ୍ଦେଶ୍ୟରେ ସେ ଚୁପ୍ ରହିଥିଲେ। କିନ୍ତୁ ଗତ ୧୦-୧୨ ଦିନ ମଧ୍ୟରେ ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ ରାଜନୀତିକ ହିଂସା ବଢ଼ିଚାଲିଛି ଆଉ ତାଙ୍କର କିଛି ହାତଗଣତି ଅଫିସର ଆଖିରେ କପଡ଼ା ବାନ୍ଧି ବସିଛନ୍ତି। ନିର୍ବାଚନ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି। ନବୀନବାବୁ ଏଥର ବିଦା ହେବା ନିଶ୍ଚିତ। ତାଙ୍କ ହାତଗଣତି ଅଫିସରମାନେ ତାଙ୍କୁ ରକ୍ଷା କରିପାରିବେ ନାହିଁ। ଓଡ଼ିଶାର ଲୋକମାନେ ଅତିଥିଙ୍କୁ ବିଦାୟ ଦେବାବେଳେ ହାତଯୋଡ଼ି ବିଦା କରିଥାନ୍ତି। କିନ୍ତୁ ଲୋକେ ଏବେ ଆକ୍ରୋଶର ସହ ନବୀନବାବୁଙ୍କୁ ବିଦା କରିବେ। ନବୀନ ପଟ୍ଟନାୟକ ଏହି ଆକ୍ରୋଶରୁ ଆଉ ବର୍ତ୍ତିପାରିବେନି। ଓଡ଼ିଶାରେ ବିଜେଡି ଯିବା ଓ ବିଜେପି ଆସିବା ନିଶ୍ଚିତ ବୋଲି ମୋଦୀ କହିଥିଲେ। ଏହା ତାଙ୍କର ଶେଷ ନିର୍ବାଚନୀ ପ୍ରଚାରଗସ୍ତ। ପୁନର୍ବାର ତାଙ୍କ ସରକାର କ୍ଷମତାକୁ ଆସିଲେ ସେ ଓଡ଼ିଶା ଆସିବେ।

ଉଲ୍ଲେଖଥାଉକି, ଆଜି ମୁଖ୍ୟମନ୍ତ୍ରୀ େଭାଗରାଇ, ଜଳେଶ୍ବର, ବସ୍ତା, ରେମୁଣାରେ ସଭା କରି ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାକୁ ଅନୁେରାଧ କରିଥିଲେ। ପରେ ବାଲେଶ୍ବରରେ ସେ େରାଡ ସୋ କରିଥିଲେ। ସେଠାରୁ ସେ ବଡ଼ସାହି ନିର୍ବାଚନମଣ୍ଡଳୀ ଦେଇ ବାରିପଦା ଯାଇଥିଲେ। ଆଜି ମୁଖ୍ୟମନ୍ତ୍ରୀ ସେଠାରେ େରାଡ୍ ସୋ କରିବା ସହିତ ବାରିପଦା ସର୍କିଟ ହାଉସରେ ରାତ୍ରିଯାପନ କରୁଛନ୍ତି।

ସମ୍ବନ୍ଧିତ ଖବର