ଝାରସୁଗୁଡାରେ ରୁନାୟା ରିଫାଇନାରୀର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଝାରସୁଗୁଡ଼ାଠାରେ  ରୁନାୟା ରିଫାଇନିଂ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହା ଏକ ଅବିଶ୍ରାନ୍ତ ପ୍ରକଳ୍ପ ଅଟେ ଯାହା ପ୍ରଥମ ଏକମାତ୍ର ସବୁଜ ଜ୍ଞାନକୌଶଳରେ ନିର୍ମିତ ପ୍ରାଥମିକ ଆଲୁମିନିୟମ ସ୍ମେଲଟର ଯେଉଁଥିରୁ ଆଲୁମିନିୟମ ଏବଂ ଏହାର ପ୍ରକ୍ରିୟାରୁ ଉତ୍ପନ୍ନ ଦୂଷିତକୁ ଛଣାଯାଇଥାଏ ।

ଏହି ଅବସରରେ କମ୍ପାନିର  ମୁଖ୍ୟକାର୍ଯ୍ୟନିର୍ବାହୀ ଅନନ୍ୟା ଅଗ୍ରୱାଲ  କହିଛନ୍ତି ଯେ  ରୁନାୟାର ଦୃଷ୍ଟିଭଙ୍ଗି ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ପୋଷଣୀୟ ଧାରାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ଏହାର ବିକାଶରେ ସମର୍ଥନ କରିବାକୁ ହିଁ ବୁଝାଇଥାଏ । ଆମେ ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ଏକ ନୂତନତ୍ୱ ପୋଷଣୀୟ ଧାରାକୁ ଯୋଗାଇଥାଉ । ଏହା ମୂଲ୍ୟଯୁକ୍ତ ଉତ୍ପାଦନ ଉପରେ ଆଂଚଳିକ ତଥା ଆନ୍ତର୍ଜାତିକ ବଜାରରେ ଆଲୁମିନିୟମ କ୍ଷେତ୍ରରେ ଏକ ପ୍ରମୁଖ ତଥା ବିଶେଷତ୍ୱ ନୂତନତ୍ୱର ଧାରା ଅଟେ ।

ରୁନାୟା ରିଫାଇନିଂ ପୋଷଣୀୟ ଧାରାକୁ କାର୍ଯ୍ୟକାରୀ କରୁଥିବା ପେଟେନ୍ଟେଡ଼ଯୁକ୍ତ ଜ୍ଞାନକୌଶଳ ଲାଇସେନ୍ସ ପ୍ରାପ୍ତ ପ୍ରତିଷ୍ଠାନ ଅଟେ । ସମ୍ପୂର୍ଣ୍ଣ ମାତ୍ରାର ବର୍ଜ୍ୟବସ୍ତୁ ଏବଂ ସମ୍ପୂର୍ଣ୍ଣ ଖଲାସ କରିବା ପ୍ରକ୍ରିୟାର ଧାରା ଉପରେ ସବୁଜ ପରିକଳ୍ପନାକୁ ଦୃଷ୍ଟିରେ ରଖି ରୁନାୟା ଏହାର ଜ୍ଞାନକୌଶଳ ବ୍ୟବହାର କରିଛି । ଏହି ଜ୍ଞାନକୌଶଳ ସମଗ୍ର ଦକ୍ଷିଣପୂର୍ବ ଏସିଆ କ୍ଷେତ୍ରରେ ପ୍ରଥମ ଥର ପାଇଁ ପ୍ରୟୋଗ କରାଯାଇଛି । ରୁନାୟାର ବାର୍ଷିକ ୩୦,୦୦୦ ଟନ ଆଲୁମିନିୟମ ତରଳ ଧାତବରୁ ମୂଲ୍ୟଯୁକ୍ତ ଉତ୍ପାଦନ କ୍ଷମତା ଅଛି । ତରଳ ଧାତବର ଧାରଣ, ଏହାକୁ ଖାଲି କରିବା ତଥା ଏହି ତରଳକୁ ବାହାର କରିବା ଭଳି ଏକ କଷ୍ଟକର ବ୍ୟାପାର ଯାହାକି ଆଲୁମିନିୟମ ଶିଳ୍ପ କ୍ଷେତ୍ରରେ ଏକ ମୁଣ୍ଡବ୍ୟଥାର କାରଣ ରହିଛି, ରୁନାୟା ରିଫାଇନାରୀର ଏହି ପରିକଳ୍ପନା ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସବୁଜ ବନ୍ଧୁତ୍ୱ ପରିବେଶର ଜ୍ଞାନକୌଶଳକୁ ଉପସ୍ଥାପିତ କରିବାକୁ ଯାଉଛି । ଏହି ଆଲୁମିନିୟମ ତରଳୀକରଣ ବ୍ୟବସ୍ଥା ଆଲୁମିନିୟମ ଶିଳ୍ପରେ ବହୁସ୍ତରୀୟ ସବୁଜ ବନ୍ଧୁତ୍ୱ ପରିବେଶ ବୃଦ୍ଧି ସଙ୍ଗେ ସଙ୍ଗେ ପଶ୍ଚିମ ଓଡ଼ିଶାର ସମ୍ଭାବ୍ୟ ସହାୟକ ଆଲୁମିନିୟମ ଶିଳ୍ପ ସହିତ ଦେଶର ଅନ୍ୟଭାଗକୁ ଏହା ପ୍ରସାରିତ ହୋଇପାରିଛି ।

ସମ୍ବନ୍ଧିତ ଖବର