ଶତାବ୍ଦୀ ଏକ୍ସପ୍ରେସକୁ ରାଉରକେଲା ଓ ଝାରସୁଗୁଡ଼ା ଦେଇ ଚଲାଇବା ପାଇଁ ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର:  ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ଚିଠି ଲେଖିଛନ୍ତି।  ଏହି ଚିଠିରେ ସେ କହିଛନ୍ତି କି, ଶତାବ୍ଦୀ ଏକ୍ସପ୍ରେସକୁ ଭୁବନେଶ୍ୱର-ରାଉରକେଲା-ଝାରସୁଗୁଡ଼ା ଦେଇ ଚଳାଚଳ କରାଯାଉ। ଏଥିସହିତ ଝାରସୁଗୁଡ଼ା ଓ ରାଉରକେଲାକୁ ସକାଳେ କୌଣସି ଟ୍ରେନ୍‌ ନାହିଁ । ଯେଉଁଥିପାଇଁ ସ୍ଥାନୀୟ ବାସିନ୍ଦା ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ କିଛି ବ୍ୟବସ୍ଥା ମଧ୍ୟ କରାଯାଉ।

ପୂର୍ବରୁ ମଧ୍ୟ ରେଳସେବା ନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ବାରମ୍ବାର ଚିଠି ଲେଖି ଓଡ଼ିଶାର ଦାବି ସଂପର୍କରେ ମୁଖ୍ୟମନ୍ତ୍ରୀ ଅବଗତ କରାଇଛନ୍ତି । ତେବେ ତୁରନ୍ତ ପଶ୍ଚିମ ଓଡ଼ିଶାବାସୀଙ୍କ ପାଇଁ ପର୍ଯ୍ୟାପ୍ତ ରେଳ ସୁବିଧା ଯୋଗାଇବାକୁ ଚିଠି ଦ୍ୱାରା ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ ଏହି ରେଳ ସେବା ଆରମ୍ଭ ହେଲେ ପଶ୍ଚିମ ଓଡ଼ିଶାକୁ ଯୋଗାଯୋଗ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ସହାୟକ ହେବ । ସେହିଭଳି ରାଜଧାନୀ, ହମସଫର, ତେଜାସ୍‌ ଏବଂ ଉଦୟ ଏକ୍ସପ୍ରେସ୍‌ ଭଳି ରେଳସେବାକୁ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯୋଗାଇବା ପାଇଁ ରେଳମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ  ।

ସମ୍ବନ୍ଧିତ ଖବର