ଚାରିଦିନିଆ ନୂଆଦିଲ୍ଲୀ ଗସ୍ତରେ ନବୀନ : ପ୍ରଥମ ଦିନରେ ମୋଦିଙ୍କୁ ଦେଲେ ‘ଟଲ୍‌ ମ୍ୟାନ୍‌’ ପୁସ୍ତକ

ଭୁବନେଶ୍ୱର/ନୂଆଦିଲ୍ଲୀ : ବୁଧବାରଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଗତକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କର ୭ ରେସ୍‌କୋର୍ସସ୍ଥିତ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି। ସେ ପ୍ରଧାନମନ୍ତ୍ରୀଙ୍କୁ ବିଜୁ ବାବୁଙ୍କ ଜୀବନୀ ଆଧାରିତ ପୁସ୍ତକ ‘ଟଲ ମ୍ୟାନ୍‌’ ପ୍ରଦାନ କରିଥିଲେ। ପାଖାପାଖି ୨୦ ମିନିଟ୍‌ ସେଠାରେ ମୁଖ୍ୟମନ୍ତ୍ରୀ ରହିଥିଲେ। ବାହାରେ ଗଣମାଧ୍ୟମକୁ ଶ୍ରୀ ପଟ୍ଟନାୟକ କହିଥିଲେ, ସାକ୍ଷାତ ଆଲୋଚନା ସମ୍ପୂର୍ଣ୍ଣ ସୌଜନ୍ୟମୂଳକ ଥିଲା। ପ୍ରଧାନମନ୍ତ୍ରୀଙ୍କ ସହ ବିଜୁ ବାବୁଙ୍କ ଜୀବନୀ ଉପରେ ଆଲୋଚନା ହେଲା। ଅନ୍ୟ କୌଣସି ପ୍ରସଙ୍ଗରେ ସେ ଆଲୋଚନା କରି ନ ଥିବା କହିଥିଲେ।

ଓଡ଼ିଶାରେ ହେବାକୁ ଥିବା ହକି ଓ୍ଵାର୍ଲଡ୍‌ କପ୍‌ ପାଇଁ ଆସନ୍ତାକାଲି ନୂଆଦିଲ୍ଲୀରେ ଏକ ପ୍ରସ୍ତୁତି ବୈଠକ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ନୂଆଦିଲ୍ଲୀ ଯିବା ପୂର୍ବରୁ ଭୁବନେଶ୍ୱରରେ ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେପୁରରେ ବଡ଼ ବ୍ୟବଧାନରେ ବିଜେଡି ଜିତିବ। ବିକାଶମୂଳକ କାର୍ଯ୍ୟ ହିଁ ବିଜୟର ମାପକାଠି ହେବ।

ସମ୍ବନ୍ଧିତ ଖବର