କେନ୍ଦ୍ର ବଜେଟକୁ ୧୦ରୁ ଅଢ଼େଇ ମାର୍କ ଦେଲେ ମୁଖ୍ୟମନ୍ତ୍ରୀ ନବୀନ, ଆୟକର ଛାଡ଼ ଓ ଚାଷୀ ସହାୟତାକୁ ସ୍ବାଗତ କଲେ

ଆୟକର ଛାଡ଼ ସୀମା ୫ ଲକ୍ଷ ଟଙ୍କା ବୃଦ୍ଧିକୁ ସ୍ୱାଗତ କରିବା ସହ

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା ଶୁକ୍ରବାର ଉପସ୍ଥାପନ କରାଯାଇଥିବା ଅନ୍ତରୀଣ ବଜେଟରେ ଥିବା ଟିକସ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ ଜଣାଇଛନ୍ତି। କେନ୍ଦ୍ର ସରକାର ବଜେଟରେ ଟିକସ ଛାଡ଼ ସୀମା ୫ ଲକ୍ଷ ଟଙ୍କା ବୃଦ୍ଧିକୁ ସ୍ୱାଗତ କରିଛନ୍ତି ନବୀନ। କୃଷକଙ୍କ ପାଇଁ ସହାୟତା ଘୋଷଣାକୁ ମଧ୍ୟ ସେ ସ୍ୱାଗତ କରିଛନ୍ତି। ଆମର କାଳିଆ ଯୋଜନା ଭଳି ଯୋଜନା ଘୋଷଣା କରିଥିବାରୁ ଏହାକୁ ମୁଁ ସ୍ୱାଗତ ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହ ବଜେଟରେ ଭୂମିହୀନ ଗରିବ, ଭାଗଚାଷୀଙ୍କ ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି  ସେ ମନ୍ତବ୍ୟ ପ୍ରଦାନ କରିଛନ୍ତି।

ଅନ୍ୟପକ୍ଷରେ ନବୀନ ବଜେଟକୁ ନୈରାଶ୍ୟଜନକ କହିଛନ୍ତି। ଏସ୍‌ସି/ଏସ୍‌ଟି କ୍ଷେତ୍ରରେ ଆବଣ୍ଟନକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ନବୀନ ବଜେଟକୁ  ମୋଟ ୧୦ ନମ୍ବରରୁ ଅଢ଼େଇ ନମ୍ବର ଦେଇଛନ୍ତି। ଏମ୍‌ଏସ୍‌ଏମଇଇରେ କିଛି ଘୋଷଣା ହୋଇଥିଲେ ମଧ୍ୟ ନିଯୁକ୍ତି ପାଇଁ ତାହା ଯଥେଷ୍ଟ ନୁହେଁ। ସାଧାରଣ ଭତ୍ତା ରାଶିରେ କିଛି ସୁଧାର ନ ଆସିବା ନିରାଶ କରିଛି। ମନେରଗା ଅନୁଦାନ କମିଛି, ମଜୁରୀ ଦେବାରେ ସମସ୍ୟା ହେବ ବୋଲି ନବୀନ କହିଛନ୍ତି।

ସମ୍ବନ୍ଧିତ ଖବର