ନବୀନ ପୁଣି ଉଠାଇଲେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ : ଚୌକି ପାଇ ପ୍ରତିଶ୍ରୁତି ଭୁଲିଗଲ?

ନିର୍ବାଚନ ପ୍ରସଙ୍ଗ ନେଇ କର୍ମୀଙ୍କୁ ସଙ୍କେତ ଦେଲେ, କମ୍ପିଲେ ଧର୍ମେନ୍ଦ୍ର, ନରସିଂହ, ପ୍ରତିଜବାବ ରଖିଲା ବିଜେଡି

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପରେ ରାଜଧାନୀ ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳୀୟ ପଦଯାତ୍ରାେର ଯୋଗ ଦେଇ କେନ୍ଦ୍ରକୁ ଭୀଷଣ ଆକ୍ରମଣ ଆରମ୍ଭ କରିଛନ୍ତି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗକୁ ଆଗାମୀ ଦିନରେ ତାଙ୍କ ଦଳ ନିର୍ବାଚନୀ ପ୍ରସଙ୍ଗ କରିବ, ଆଜି କର୍ମୀଙ୍କୁ ଏଭଳି ସଙ୍କେତ ଦେଇଛନ୍ତି ନବୀନ। କେବଳ ସେତିକି ନୁେହଁ, ଏହି ପ୍ରସଙ୍ଗରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରର ପ୍ରତିଶ୍ରୁତି ପଛରେ କେତେ ପ୍ରତାରଣା ଭରି ରହିଥିଲା, ତାର ଭଣ୍ଡାେଫାଡ କରିଛନ୍ତି।

ଭୁବନେଶ୍ବର ୪୩ନମ୍ବର ଵାର୍ଡ ଅନ୍ତର୍ଗତ ଲକ୍ଷ୍ମୀସାଗର ମେଳନ ପଡିଆରେ ନିଜ ଦଳର କର୍ମୀଙ୍କୁ ଜଣାଇଛନ୍ତି, ୨୦୦୦ରୁ ୨୦୦୯ ଯାଏ ବିେଜଡି-ବିେଜପି ଏକାଠି ରାଜ୍ୟରେ ସରକାର କରିଥିେଲ। ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ମାନ୍ୟତା ଦେବା ଲାଗି ଏକାଠି ଲଢୁଥିେଲ। ୨୦୦୯ ପରେ ବି ଉଭୟ ବିେଜଡି ଓ ବିେଜପି ଏଥିପାଇଁ ତାଙ୍କର ଲଢେଇ ଜାରି ରଖିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ବିେଜପିର ପ୍ରଥମ ଇସ୍ତାହାର ଥିଲା, ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ। କିନ୍ତୁ ଦୁଃଖର କଥା, ଚୌକି ପାଇଁ ବିେଜପି ତାର ପ୍ରତିଶ୍ରୁତିକୁ ଭୁଲିଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ଶାଣିତ ସମାେଲାଚନା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ହୋଇଛି। ନବୀନଙ୍କ ପରିବର୍ତିତ ରଣକୌଶଳ ନେଇ ଏହି ମହଲ ତର୍ଜମା ଆରମ୍ଭ କରିଛନ୍ତି। ପ୍ରତିପକ୍ଷ ରାଜନୈତିକ ଦଳ କମ୍ପିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ମୁଖ୍ୟମନ୍ତ୍ରୀ ବିଧାନସଭାରେ ଗୋଟିଏ କଥା ଓ ଦଳୀୟ ସଭାରେ ଆଉ ଗୋଟିଏ କଥା କହୁଛନ୍ତି। ବିେରାଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମାେଲାଚନା କରିଛନ୍ତି। କହିଛନ୍ତି, ଉଭୟ ବିେଜଡି ଓ ବିେଜପି ପ୍ରତିଶ୍ରୁତି ଦେଇ ପାଳନ ନ କରିବାରେ ରେକର୍ଡ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିରେ ବିଭିନ୍ନ ପ୍ରସଙ୍ଗରେ ଅସମ୍ଭବ ନିରବତା ଅବଲମ୍ବନ କରୁଥିବା ନେଇ ସବୁେବଳେ ଚର୍ଚ୍ଚାରେ ରହି ଆସୁଥିେଲ ମୁଖ୍ୟମନ୍ତ୍ରୀ। କାଁ ଭାଁ କ୍ବଚିତ ପ୍ରସଙ୍ଗକୁ ଛାଡିଦେଲେ ନବୀନ ବିେଜପି ବା କେନ୍ଦ୍ରକୁ ପ୍ରତ୍ୟକ୍ଷ ସମାେଲାଚନା କରିବା ଦେଖାଯାଉନଥିଲା। ମାତ୍ର ଓଡ଼ିଶା ପ୍ରତି ହୋଇଥିବା କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗରେ ନବୀନ ନିଜ ଢଙ୍ଗରେ ବାଣ ମାରିବା ଆରମ୍ଭ କରିଛନ୍ତି।

ଆଜି କର୍ମୀଙ୍କୁ ନବୀନ କହିଛନ୍ତି, ସ୍ବତନ୍ତ୍ର ପାହ୍ୟା ପ୍ରସଙ୍ଗ ବିଜେପି ଇସ୍ତାହାରର ଶୀର୍ଷରେ ରହିବା, ତାଙ୍କୁ ବେଶୀ ଖୁସି କରିଥିଲା। କାରଣ ସେ ଆଶା କରିଥିଲେ, ଓଡ଼ିଶାବାସୀ ନ୍ୟାୟ ପାଇବେ। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦ୍ବାରା ଓଡ଼ିଶାର ଯୁବକମାେନ ସବୁଠାରୁ ଅଧିକ ସୁେଯାଗ ପାଇବେ। ଓଡ଼ିଶାକୁ ଟିକସ କ୍ଷେତ୍ରରେ ରିହାତି ମିଳିବ। ଅନେକ ଶିଳ୍ପ ଆସିବ ଓ ନିଯୁକ୍ତି ସୁେଯାଗ ମଧ୍ୟ ବଢିବ। କେବଳ ସେତିକି ନୁେହଁ, ବର୍ତମାନ ବିଭିନ୍ନ କେନ୍ଦ୍ରୀୟ ଯୋଜନାରେ ଓଡ଼ିଶା ସରକାର ଓ କେନ୍ଦ୍ର ସରକାରର ଅଂଶଧନ ୫୦ ପ୍ରତିଶତ ଲେଖାଏଁ ରହୁଛି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଲେ ଏହା ବଦଳିବ, ଅର୍ଥାତ୍ ନବେ ଭାଗ କେନ୍ଦ୍ର ଦେବ ଓ ୧୦ ଭାଗ ହେବ ରାଜ୍ୟର। ଏହାଦ୍ବାରା ରାଜ୍ୟର ବଳକା ଅର୍ଥ ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି ନିର୍ମାଣରେ ଲାଗିପାରିବ। ମାତ୍ର ବିେଜପି କ୍ଷମତାକୁ ଆସିଲା, ଅଥଚ ଓଡ଼ିଶାବାସୀଙ୍କ ଆଶା ଆଶାେର ରହିଗଲା। ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଛି। ବିପୁଳ ଧନ ସଂପତ୍ତି ନଷ୍ଟ ହେଉଛି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପାଇଁ ଏହା ଏକ ଯୁକ୍ତିଯୁକ୍ତ କାରଣ ନୁେହଁ , କି ‌ବୋଲି ନବୀନ ପ୍ରଶ୍ନ ପଚାରିଛନ୍ତି। ଆହୁରି କହିଛନ୍ତି, ୨୦୧୪ର ଏହି ପ୍ରତିଶ୍ରୁତି କଥା ୨୦୧୯ରେ ଲୋକେ ଅବଶ୍ୟ ବିେଜପିର ମନେ ପକାଇେଦବେ। ସ୍ବତନ୍ତ୍ର ରାଜ୍ୟ ପାହ୍ୟ ଆମର ହକ୍, ଏଥିପାଇଁ ଲଢେଇ ଜାରି ରହିବ ବୋଲି ନବୀନ କହିଥିେଲ।

ତାଙ୍କ ସରକାର କଥାରେ ନୁହେଁ, କାମରେ ବିଶ୍ବାସ କରେ, ଏକଥାକୁ ଦୋହରାଇ ବିେଜଡି ନିର୍ବାଚନ ସମୟରେ ଦେଇଥିବା ୪ଟି କଥା ପୂରଣ କରିସାରିଥିବା ଜଣାଇଥିେଲ। କହିଥିେଲ, ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା, ସ୍ବାସ୍ଥ୍ୟ ସୁରକ୍ଷା ଅର୍ଥାତ୍ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅର୍ଥାତ୍ ମଧୁବାବୁ ପେନ୍‌ସନ୍‌ ଭଳି ଅନେକ ଯୋଜନା ସରକାର କାର୍ଯ୍ୟକାରୀ କରୁଛନ୍ତି। ବିକାଶ ହିଁ ତାଙ୍କର ଏଜେଣ୍ଡା ବୋଲି ନବୀନ ଦୋହରାଇଥିଲେ।

ଭୁବନେଶ୍ବର ମଧ୍ୟ ବିଧାୟକ ବିଜୟ ମହାନ୍ତିଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଜନସଂପର୍କ ଯାତ୍ରାରେ ଜିଲ୍ଲା ସଭାପତି ତଥା ମନ୍ତ୍ରୀ ଅେଶାକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପର୍ଯ୍ୟବେକ୍ଷକ ତଥା ବିଧାୟକ ଦେବାଶିଷ ନାୟକ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ଭୁବନେଶ୍ବର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ, ଯୁବ ବିେଜଡି ନେତା ଅମରେଶ ପତ୍ରୀ, ଛାତ୍ର ବିେଜଡି ସଭାପତି ରାଣା ପ୍ରତାପ ପାତ୍ର ପ୍ରମୁଖ ଯୋଗଦେଇଥିେଲ।

ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତତ୍କାଳ ପ୍ରତିକ୍ରିୟା ରଖି କହିଥିଲେ, ଚତୁର୍ଦଶ ଅର୍ଥ କମିସନ ପରେ ବିଶେଷ ରାଜ୍ୟ ପାହ୍ୟା ମାନ୍ୟତାର ବ୍ୟବସ୍ଥା ଆଉ ନାହିଁ। ଏହା ମୁଖ୍ୟମନ୍ତ୍ରୀଙ୍କୁ ଜଣାଥିବା ସତ୍ତ୍ବେ କେବଳ ରାଜନୈତିକ ପ୍ରସଙ୍ଗ କରିବା ପାଇଁ ବାରମ୍ବାର ଏ ସଂପର୍କରେ ନବୀନ ମନ୍ତବ୍ୟ ରଖୁଛନ୍ତି। ଓଡ଼ିଶା ପାଇଁ କେନ୍ଦ୍ରୀୟ ଅବହେଳା ଆଉ ପ୍ରସଙ୍ଗ ନାହିଁ। ଓଡ଼ିଶାକୁ ଯେତିକି ଅର୍ଥ ଦିଆଯାଇଛି, ଏହକୁ ଖର୍ଚ୍ଚ କରିବାରେ ସରକାର ହିଁ ବାଧକ ସାଜିଛନ୍ତି। ରେଳ ବିଭାଗକୁ ୧ହଜାର କୋଟି ମିଳୁନଥିଲା, ୫ ହଜାର କୋଟି ମିଳୁଛି। ବିଜୁଳି କ୍ଷେତ୍ରରେ ୯ହଜାର କୋଟି ମିଳିଛି, ୪ହଜାର କୋଟି ଖର୍ଚ୍ଚ ହୋଇନି। ଜାତୀୟ ରାଜପଥ କ୍ଷେତ୍ରରେ ୪ହଜାର କୋଟିର ଟେଣ୍ଡର ହୋଇଛି, ଜଙ୍ଗଲ ଅନୁମତି, ଜମି ଅଧିଗ୍ରହଣ ସମସ୍ୟା ବାଧକ ସାଜିଛି।

ସେହିଭଳି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଥିେଲ, କେନ୍ଦ୍ରମନ୍ତ୍ରୀ ଥିବା ବେଳେ ନବୀନ ରାଞ୍ଚିରେ କହିଥିଲେ, ୬ମାସ ଭିତରେ ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନ କରାଯିବ। କିନ୍ତୁ ତା ପରେ ସେ ନିେଜ ଭୁଲିଯାଇଛନ୍ତି। ବିେଜପିକୁ ମଧ୍ୟ ସମାେଲାଚନା କରିଛନ୍ତି ଶ୍ରୀ ମିଶ୍ର। କହିଛନ୍ତି, ବିେଜପି ଜୁମ୍‌ଲାରେ ବିଶ୍ବାସ କରେ। ୨୦୧୪ରେ ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଛି ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରି ମାନି ସାରିେଲଣି। ଏଭଳି ଦଳ ସଂପର୍କରେ ଟିପ୍ପଣୀ ଦେବା ମୁଖାର୍ମୀ।

ଅନ୍ୟପକ୍ଷରେ ବିେଜଡି ପ୍ରତିକ୍ରିୟା ଦେଇ କହିଛି, ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନଦଣ୍ଡର ୩ ଓ ୫ନମ୍ବର ସର୍ତ ଅର୍ଥାତ୍ ସୀମାନ୍ତ ରାଜ୍ୟ ଏବଂ ରାଜ୍ୟ ଅର୍ଥ ବ୍ୟବସ୍ଥାରେ ଅଚଳାବସ୍ଥା ଓଡ଼ିଶା ପୂରଣ କରୁନାହିଁ ବୋଲି ୨୦୧୩ ମେ ୭ ତାରିଖରେ ତତ୍କାଳୀନ ଯୋଜନା ଆୟୋଗ ଜଣାଇଥିେଲ। ଏକଥା ଜାଣି ବି ବିଜେପି ତାର ନିର୍ବାଚନ ପ୍ରତିଶ୍ରୁତିର ଏକ ନମ୍ବରରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା କଥା ଳେଖିଥିଲା କେମିତି? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ ଏକଥା ଜାଣିନଥିଲେ? ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହେବା ପରେ ଏବେ ପେଖନା କାଢୁଛନ୍ତି।

ସମ୍ବନ୍ଧିତ ଖବର