‘କାଳିଆ ବନ୍ଦ ପାଇଁ ଚକ୍ରାନ୍ତ କରୁଛି ବିଜେପି’ : ଅସନ୍ତୋଷ ଝାଡ଼ିଲେ ନବୀନ, ‘ମୁଁ ଥିବା ଯାଏ ବନ୍ଦ କରିପାରିବେନି’

କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ନାଁ ନ ନେଇ କଟାକ୍ଷ କଲେ, ହସ୍ପିଟାଲ, ରୟାଲଟି, ବ୍ରାହ୍ମଣୀ ପ୍ରସଙ୍ଗରେ ଟାର୍ଗେଟ, ସୁନ୍ଦରଗଡ଼ରେ ମାରାଥନ୍ ପ୍ରଚାର, ସଭା, ରୋଡ୍ ସୋ

ଭୁବନେଶ୍ବର : ଆପଣମାେନ କାଳିଆ ଯୋଜନା ସଂପର୍କରେ ଜାଣନ୍ତି। ଏହି ଯୋଜନାରେ ୪୦ଲକ୍ଷ ଚାଷୀ ଉପକାର ପାଇଲେଣି। କିନ୍ତୁ କାଳିଆ ଯୋଜନାକୁ ବନ୍ଦ କରିବାକୁ ବିେଜପି ଚକ୍ରାନ୍ତ କରୁଛି। ଚାଷୀକୁ ତାର ହକରୁ ବଞ୍ଚିତ କରିବାକୁ ହୀନ ଉଦ୍ୟମ କରୁଛି। ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ।

କାଳିଆ ଯୋଜନାକୁ ଅଟକାଇଥିବା କାରଣରୁ ଗତକାଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ େଭଟି ଆପତ୍ତି ଜଣାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ନିର୍ବାଚନୀ ସଭାରେ ଭାଷଣ େଦଇ ଏଭଳି ଦୃେଢାକ୍ତି ପ୍ରକାଶ କରିଛନ୍ତି। ଚାଷୀ କାର୍ଡକୁ ଆହୁରି ଶାଣିତ କରିବାକୁ ଯାଇ ନବୀନ େଦାହରାଇଛନ୍ତି େଯ ବିଜୁ ଜନତା ଦଳ ସରକାର ଗଠନର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ କାଳିଆ େଯାଜନାର ଦୁଇଟି କିସ୍ତି ପାଇଁ ୧୦ହଜାର ଟଙ୍କା ମିଳିବ।

ଆଜି ମୁଖ୍ୟମନ୍ତ୍ରୀ କହିଥିଲେ, ସୁନ୍ଦରଗଡ େହଉଛି ହକିର ଜନ୍ମଭୂମି। ସାରା ବିଶ୍ବରେ ହକି ହିଁ କ୍ରୀଡା େକ୍ଷତ୍ରରେ ଭାରତ ପାଇଁ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଓଡ଼ିଶାରେ ହକି ବିଶ୍ବ କପ୍ ସଫଳ ଆେୟାଜନ ସମସ୍ତଙ୍କ ପାଇଁ ଗର୍ବର ବିଷୟ।

ମହିଳା େଭାଟରଙ୍କୁ ନଜରରେ ରଖି ମୁଖ୍ୟମନ୍ତ୍ରୀ କହିଥିଲେ, ସେମାେନ ହିଁ ବିକାଶର ପ୍ରକୃତ ଡବଲ ଇଞ୍ଜିନ। ବିଜୁ ଜନତା ଦଳ ମହିଳାମାନଙ୍କୁ ତାଙ୍କ ହକ୍ ଦେଇଛି। ସୁନ୍ଦରଗଡ ମାଟିର ଝିଅ ସୁନୀତା ବିଶ୍ବାଳଙ୍କୁ ପ୍ରାର୍ଥୀ କରିଛି। ସୁନ୍ଦରଗଡ ହକ୍ ପାଇଁ ସେ ଦିଲ୍ଲୀରେ ଲଢିବେ।

େକନ୍ଦ୍ର ଓ ବିେଜପିକୁ ସମାେଲାଚନା କରି ନବୀନ କହିଥିଲେ, ନିର୍ବାଚନ ଆସିଲେ େକନ୍ଦ୍ରର ବଡ଼ ବଡ଼ େନତାଙ୍କର ଓଡ଼ିଶା କଥା ମନେ ପଡେ। ସେମାନଙ୍କୁ ପଚାରନ୍ତୁ େଯ ଦ୍ବିତୀୟ ବ୍ରାହ୍ମଣୀ ସେତୁ କୁଆଡେ ଗଲା? କାହିଁକି ବୀମା କରି ଚାଷୀ ହଇରାଣ େହଉଛନ୍ତି ଓ କମ୍ପାନି ଲାଭବାନ? େକାଇଲାରୁ େକନ୍ଦ୍ର ସରକାର ପାଉଛନ୍ତି ପାଞ୍ଚ ହଜାର େକାଟି ଟଙ୍କା। ଓଡ଼ିଶା ପାଉଛି ପ୍ରଦୂଷଣ ଓ ଧୂଳି। ପାଞ୍ଚ ମିନିଟରେ ରୟାଲଟି ସେଂଶାଧନ େହାଇପାରିବ। କିନ୍ତୁ ପାଞ୍ଚବର୍ଷ ଚାଲିଗଲା େହାଇପାରିଲା ନାହିଁ।

େକନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ନାଁ ନ ନେଇ ମୁଖ୍ୟମନ୍ତ୍ରୀ କଟାକ୍ଷ କରିଥିଲେ। କହିଥିଲେ, ସୁନ୍ଦରଗଡରୁ କେନ୍ଦ୍ରରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ ଅଛନ୍ତି। େସ ସବୁ ଜାଣନ୍ତି।

କିନ୍ତୁ ତାଙ୍କ ହାଇକମାଣ୍ଡଙ୍କ ଆଗରେ ଆପଣଙ୍କ ହକ୍ କହିବା ପାଇଁ ତାଙ୍କର ସାହସ ନାହିଁ।

ଆପଣମାେନ େମାର ହାଇକମାଣ୍ଡ, ଓଡ଼ିଶାବାସୀ େମାର ହାଇକମାଣ୍ଡ େବାଲି ନବୀନ କହିଥିଲେ। େଶଷ ନିଶ୍ବାସ ପର୍ଯ୍ୟନ୍ତ ରାଜ୍ୟର ସ୍ବାର୍ଥ ପାଇଁ ଲଢେଇ ଜାରି ରଖିବି ଓ ଓଡ଼ିଶାବାସୀ େମାର ପରିବାର େବାଲି ଜଣାଇ ନବୀନ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବାକୁ ନିେବଦନ କରିଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୁନ୍ଦରଗଡ଼ି ଭାଷାରେ ‘‘ସୁନ୍ଦରଗଡ଼ର ଭାଇଭଉଣୀମାନଙ୍କୁ ଜୁହାର’’ କହିବା ସହ ‘‘ଆପଣମାନେ ଖୁସି ତ?’’ ବୋଲି ପଚାରି ନିଜ ବକ୍ତବ୍ୟ ଆରମ୍ଭ କରିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସୁନ୍ଦରଗଡ଼ ଜିଲ୍ଲା ଗସ୍ତରେ ଆସି ଆଜି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି। ସେ ୫ଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ହେମଗିର, ତିଲେଇକାନୀ, ରାଜଗାଙ୍ଗପୁର, ରାଏବଗା ଓ ରାଜାମୁଣ୍ଡାରେ ସଭାରେ ସଭାରେ ଭାଷଣ ଦେବା ସହ ରାଉରକେଲା ଓ ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ‘ରୋଡ ସୋ’ରେ ଲୋକଙ୍କୁ ଉଦ୍‌ବୋଧନ ଦେଇଥିଲେ। ସବୁ ସ୍ଥାନରେ ମୁଖ୍ୟମନ୍ତ୍ରୀ ବ୍ରାହ୍ମଣୀ ଦ୍ବିତୀୟ ସେତୁ ଓ ଆଇଜିଏଚ୍‌ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ନିର୍ମାଣରେ ବିଜେପିର ବିଫଳତାକୁ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରାଜ୍ୟ ସରକାରଙ୍କ ସଫଳ ପଦକ୍ଷେପ ଉପରେ ବିସ୍ତୃତ ତଥ୍ୟ ରଖିଥିଲେ।

ସମ୍ବନ୍ଧିତ ଖବର