ଏଥର ସାଂସଦଙ୍କ ପାଳି : ଚିଠି ଲେଖି ମାର୍ଗଦର୍ଶନ କଲେ ନବୀନ

ସାବାସି ଦେଲେ, ଉତ୍ତରଦାୟିତ୍ବ କଥା ମନେ ପକାଇଲେ, କ’ଣ କରୁଛନ୍ତି ପ୍ରତି ୨ମାସରେ ଲିଖିତ ଭାବେ ଜଣାଇବେ

ଭୁବନେଶ୍ବର : ଉଭୟ ଲୋକସଭା ଓ ରାଜ୍ୟସଭାରେ ଦଳ ତରଫରୁ ସାଂସଦମାନଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯାଇଛି। େଲାକସଭା ଓ ରାଜ୍ୟସଭାରେ ବି ବିଭିନ୍ନ ପଦପଦବିରେ ନିଯୁକ୍ତି ଦିଆଯାଇଛି। ସାଂସଦ ତଥା ପଦାଧିକାରୀ ଭାବେ କିଭଳି ନିଜ ଦାୟିତ୍ବ ନିର୍ବାହ କରୁଛନ୍ତି, କେଉଁ କେଉଁ ପ୍ରସଙ୍ଗ ଉତ୍ଥାପନ କରୁଛନ୍ତି, ସେ ସଂପର୍କରେ ଅଗଷ୍ଟ ମାସରୁ ପ୍ରତି ୨ମାସରେ ଥରେ ୧୦ ତାରିଖରେ ଲିଖିତ ଭାବେ ଜଣାଇବାକୁ ହେବ। ନିଜ ଅଞ୍ଚଳ ଗସ୍ତ କରି େଲାକଙ୍କ ସମସ୍ୟା ସମାଧାନ ପାଇଁ ବିଭିନ୍ନ ସ୍ତରରେ କି ଉଦ୍ୟମ କରୁଛନ୍ତି, େସ େନଇ ବି ଲେଖିବା ଦରକାର।

ବାବୁ, ବିଧାୟକ, ମନ୍ତ୍ରୀଙ୍କ ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି େଲାକସଭା ଓ ରାଜ୍ୟସଭା ସାଂସଦଙ୍କ ପାଇଁ ଏଭଳି ଢଙ୍ଗରେ ମାର୍ଗଦର୍ଶିକା ଜାରି କରିଛନ୍ତି। ଏକଥା ବି ଜଣାଇ ଦେଇଛନ୍ତି େଯ ସେ ନିଜେ ଏହାର ସମୀକ୍ଷା କରି ଆବଶ୍ୟକ ପରାମର୍ଶ ଦେବେ। କିଭଳି କାର୍ଯ୍ୟ କଲେ ରାଜ୍ୟର ସ୍ବାର୍ଥ ଓ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ପୂର୍ଣ୍ଣପ୍ରାଣରେ ରାଜ୍ୟପାଇଁ ଉତ୍ସର୍ଗ କରିପାରିବେ େସ ଦିଗରେ ନିର୍ଦିଷ୍ଟ ମତାମତ ରଖିବେ। ବ୍ୟକ୍ତିଗତ ଭାବେ ପତ୍ର ଲେଖି ମୁଖ୍ୟମନ୍ତ୍ରୀ େସମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସଫଳତା ଓ ଜନସାଧାରଣଙ୍କ ଶ୍ରଦ୍ଧାଭାଜନ େହବା ଲାଗି କାମନା କରିଛନ୍ତି।

ନବୀନ େଲଖିଛନ୍ତି, ଓଡ଼ିଶାବାସୀଙ୍କ ଆଶା, ଆକାଂକ୍ଷା ପୂରଣ ତଥା ଓଡ଼ିଶାର ସ୍ବାର୍ଥ ଓ ସ୍ବାଭିମାନ ପାଇଁ ନିରନ୍ତର ଉଦ୍ୟମକୁ ସମର୍ଥନ ଜଣାଇ ରାଜ୍ୟବାସୀ ପଞ୍ଚମ ଥର ପାଇଁ ସେବା କରିବାକୁ ସୁେଯାଗ ଦେଇଛନ୍ତି। େଲାକସଭାରେ ବିଜେଡିକୁ ସର୍ବାଧିକ ଆସନରେ ବିଜୟୀ କରାଇଛନ୍ତି। ଉଭୟ େକନ୍ଦ୍ର ଓ ରାଜ୍ୟରେ ଆମର ଉତ୍ତରଦାୟିତ୍ବ ସର୍ବାଧିକ। ନିର୍ବାଚନ ପରେ ପରେ ମୁଁ ସାଂସଦମାନଙ୍କ ସହ ମତ ବିନିମୟ କରିଥିଲି। ରାଜ୍ୟବାସୀଙ୍କ ବିଭିନ୍ନ ସ୍ବାର୍ଥ ସମ୍ବଳିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗଗୁଡିକ ସଂସଦରେ ଉତଥାପନ କରିବା ପାଇଁ ସାଂସଦଙ୍କ ଆଗ୍ରହ ଓ ପ୍ରତିବଦ୍ଧତା ଆନନ୍ଦିତ କରିଛି।

ମହିଳା ସଂରକ୍ଷଣ ପ୍ରସଙ୍ଗରେ ସୂଚାଇ ନବୀନ େଲଖିଛନ୍ତି, ଗତ େଲାକସଭାରେ ପ୍ରଥମ ଥର ପାଇଁ ଏକ ତୃତୀୟାଂଶ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟବାସୀ ଏହାକୁ ସମର୍ଥନ କରି ଐତିହାସିକ ସଫଳତା ଆଣିଦେଇଛନ୍ତି। େଲାକସଭାରେ ମହିଳା ସାଂସଦମାନେ ସେମାନଙ୍କ ପ୍ରଥମ ପଦାର୍ପଣରେ ଓଡ଼ିଶାବାସୀଙ୍କର ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ େଯଭଳି ଉତ୍ଥାପନ କଲେ, ତାହା ବେଶ୍ ପ୍ରଭାବିତ କରିଛି।

ଉଭୟ େଲାକସଭା ଓ ରାଜ୍ୟସଭାରେ ନବାଗତ ଓ ଅଭିଜ୍ଞ ସଦସ୍ୟଙ୍କର ଏକ ସୁନ୍ଦର ସନ୍ତୁଳନ ରହିଛି, ଯାହା ରାଜ୍ୟର ମହିଳା, ଯୁବକ, ସଂରକ୍ଷିତ ବର୍ଗଙ୍କ ସ୍ବାର୍ଥ ସହିତ ରାଜ୍ୟର ସାମଗ୍ରିକ କଲ୍ୟାଣ ଓ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ସମାଧାନ ପାଇଁ କାର୍ଯ୍ୟ କରିପାରିବ େବାଲି ନବୀନ ତାଙ୍କ ଚିଠିରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର