ଜଗତସିଂହପୁର, ନିଆଳିରେ ନବୀନଙ୍କ କଡ଼ା ସମାେଲାଚନା : ସାରା ଦେଶରେ ବିଜେପି ଦୁର୍ଗ ଭୁଶୁଡ଼ିଲାଣି

ବିକାଶ ଓଡ଼ିଶାର ନୂଆ ପରିଚୟ ହୋଇଛି, ଅସହିଷ୍ଣୁ ବିଜେପି ଗୁଣ୍ଡାଗିରି କରି ଶାନ୍ତି ନଷ୍ଟ କରୁଛି

ଭୁବନେଶ୍ବର/ନିଆଳି/ : ମିଛ, ହିଂସା ଓ ଗୁଣ୍ଡାଗିରି ଭାରତୀୟ ଜନତା ପାର୍ଟିର ମୁଖ୍ୟ ଏଜେଣ୍ଡା। ବେଲରେ ଆସିଥିବା ଅପରାଧୀଙ୍କୁ ବିେଜପି ପ୍ରାର୍ଥୀ କରୁଛି। ଏହା ଆମ ସଂସ୍କୃତିର ବିେରାଧୀ। ଲୋକ ବିେଜପିକୁ ଉଚିତ ଜବାବ ଦେବେ। ସାରା ଦେଶରେ ବିଜେପିର ଦୁର୍ଗ ପତନ ଆରମ୍ଭ ହେଲାଣି।

ଜଗତସିଂହପୁର ଓ ନିଆଳିର ବିଭିନ୍ନ ନିର୍ବାଚନୀ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ଭାଷାରେ ବିେଜପିକୁ ସମାେଲାଚନା କରିଥିଲେ। ଅସହିଷ୍ଣୁ ବିଜେପି ଗୁଣ୍ଡାଗିରି, ହିଂସା ଜରିଆରେ ଶାନ୍ତି ନଷ୍ଟ କରୁଛି ବୋଲି ଅଭିେଯାଗ ଆଣି ନବୀନ ଓଡ଼ିଶା ବିକାଶର ଚିତ୍ର ରଖିଥିଲେ ଭୋଟରଙ୍କ ସାମ୍ନାରେ।

ନିର୍ବାଚନ ବେଳେ ବିଜେପିର ବଡ଼ ବଡ଼ ନେତାଙ୍କର ଓଡ଼ିଶା କଥା ମନେ ପଡେ ବୋଲି କଟାକ୍ଷ କରି ନବୀନ କହିଥିଲେ, କାହିଁ ବନ୍ୟା ହେଲା ଆସିଲେନି ତ। ଫାଇଲିନ୍ ଓ ହୁଡହୁଡ ହେଲା ଆସିଲେନି। ମରୁଡି େହଲା ଆସିଲେନି। ବେ ଆସୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି।

୧୯୯୯ ମହାବାତ୍ୟାର ସ୍ମରଣ କରାଇ ନବୀନ କହିଥିଲେ, ସେତେବେଳର ସ୍ଥିତି ସମସ୍ତେ ଜାଣନ୍ତି। ନୂଆ େଭାଟରମାେନ ଜାଣିନଥିବେ। ଚାଷ ବାସ ସବୁ ନଷ୍ଟ େହାଇଯାଇଥିଲା। ରିଲଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିଲା ଓଡ଼ିଶା। ଏବେ ସେ ସ୍ଥିତି ନାହିଁ। ବିପର୍ଯ୍ୟୟ ପରିଚାଳନା େକ୍ଷତ୍ରରେ ଓଡ଼ିଶା ଆଜି ଏକ ମଡେଲ ରାଜ୍ୟ। ଓଡ଼ିଶା ଆଜି େକରଳ ଓ ଅନ୍ୟ ରାଜ୍ୟକୁ ସାହାଯ୍ୟ କରୁଛି। ଖାଦ୍ୟ ସୁରକ୍ଷା େଯାଜନା ପାଇଁ ଅନ୍ୟ ରାଜ୍ୟରୁ ଚାଉଳ ଆସୁଥିଲା। ଏବେ ଅନ୍ୟ ରାଜ୍ୟକୁ ଚାଉଳ ଦିଆଯାଉଛି। ଏହା କଣ ପରିବର୍ତନ ନୁେହଁ େବାଲି ନବୀନ ପଚାରିଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ େଯ ଓଡ଼ିଶା ଏକ ଗରିବ ରାଜ୍ୟ ଥିଲା। ଗରିବି କମାଇବାରେ ଓଡ଼ିଶା ଆଜି ସବୁଠାରେ ଆଗରେ। ୨୦୦୦ ମସିହାରେ ଓଡ଼ିଶାରେ ମାତ୍ର ୩ଟି େମଡିକାଲ କଲେଜ ଥିଲା। ଏବେ ରାଜ୍ୟରେ ୯ଟି ସରକାରୀ େମଡିକାଲ କଲେଜ। ରାଜ୍ୟର ସବୁ େଲାକଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ମିଳୁଛି। ସଫଳତାର ସହିତ ରାଜ୍ୟ ହକି ବିଶ୍ବକପ୍ କରିପାରିଛି ଓଡ଼ିଶା। ରାଜ୍ୟରେ ସାଢେ ଚାରିଲକ୍ଷ େକାଟି ଟଙ୍କାର ପୁଞ୍ଜିବିନିଯୋଗ େହାଇଛି। ଏହା କଣ ପରିବର୍ତନ ନୁହେଁ କି େବାଲି କହି ନବୀନ େଭାଟରଙ୍କ ମତ େଲାଡିଥିଲେ।

ଏଥିସହିତ କାଳିଆ େଯାଜନାରେ ଅର୍ଥ ପ୍ରଦାନ, ମିସନ ଶକ୍ତି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ େଯାଜନା ସଂପର୍କରେ ସୂଚନା େଦଇ େଭାଟ ଦେବା ଲାଗି ନିବେଦନ କରିଥିଲେ।
ଉଲ୍ଲେଖଯୋଗ୍ୟ, ଆଜି ନିଆଳି ହାଇସ୍କୁଲ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଜଗତ୍‌ସିଂହପୁର ନିର୍ବାଚନମଣ୍ଡଳୀର ସାଂସଦ ପ୍ରାର୍ଥୀ ଡାକ୍ତର ରାଜଶ୍ରୀ ମଲ୍ଲିକ୍‌ ଓ ନିଆଳି ବିଧାୟକ ପ୍ରାର୍ଥୀ ଡାକ୍ତର ପ୍ରମୋଦ ମଲ୍ଲିକ୍‌ଙ୍କୁ ଭୋଟ ଦେବା ପାଇଁ କହିଥିଲେ ନବୀନ। ସଭାରେ ଆତ୍ମାର ଅଧ୍ୟକ୍ଷ ଆଦିତ୍ୟ ପାଣି, ନିଆଳି ବ୍ଲକ୍‌ ଅଧ୍ୟକ୍ଷା କଳ୍ପନା‌ ପାଣି, କଣ୍ଟାପଡା ବ୍ଲକ୍‌ ଅଧ୍ୟକ୍ଷା ସ୍ମିତାରାଣୀ ସ୍ବାଇଁ, ବାରଙ୍ଗ ବ୍ଲକ୍‌ ଅଧ୍ୟକ୍ଷ ସରୋଜ ସାହୁ, ଜିଲ୍ଲାପରିଷଦ ସଦସ୍ୟ ଦେବାଶିଷ ଷଡଙ୍ଗୀ, ଅତୁଲ୍ୟ ଜେନା, ପୁଲକ୍‌ ମହାନ୍ତି, ସଦସ୍ୟା ମାମିନା ଜେନା, ଜିଲ୍ଲା ସଂପାଦକ ଅକ୍ଷୟ ମହାନ୍ତି, ନିଆଳି ସରପଂଚ ପ୍ରଶାନ୍ତ ସିଂହ ପ୍ରମୁଖ ନିର୍ବାଚନୀ ସଭାରେ ଉପସ୍ଥିତ ଥିଲେ।

ସେହିଭଳି ଜଗତସିଂହପୁର ଜିଲ୍ଲାର ରାହାମା ଓ ଜଗତସିଂହପୁରରେ ନବୀନ ସଭା କରିଥିଲେ। ପାଗ ଖରାପ ଲାଗି ଏରସମା ଓ ବିଜେଡି ପ୍ରାର୍ଥୀ ବିଷ୍ଣୁ ଦାସ ଅସୁସ୍ଥ ଥିବା କାରଣରୁ ତିେର୍ତାଲରେ ନବୀନଙ୍କ ସଭା ବାତିଲ େହାଇଥିଲା।

ସମ୍ବନ୍ଧିତ ଖବର