ପାରାଦୀପରେ ଉଦ୍‌ଯାପନ ସମାରୋହ ଆଜି, ଯୋଗଦେବେ ମୁଖ୍ୟମନ୍ତ୍ରୀ; ସୁରକ୍ଷାରେ ୧୪ ପ୍ଲାଟୁନ୍‌ ପୁଲିସ

ଜଗତସିଂହପୁର : ଆସନ୍ତାକାଲି ପାରାଦୀପଠାରେ ମହାନଦୀ ସୁରକ୍ଷା ଅଭିଯାନର ଉଦ୍‌ଯାପନ ସମାରୋହ ଅନୁଷ୍ଠିତ ହେବ। ଏଥିପାଇଁ ବିଜେଡି ପକ୍ଷରୁ କରାଯାଉଥିବା ବିଶାଳ ସମାବେଶରେ ମୁଖ୍ୟଅତିଥି ଭାବେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ। ଏଥପାଇଁ ପାରାଦୀପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସହରରେ ୧୪ପ୍ଲାଟୁନ ପୁଲିସ ମୁତୟନ କରାଯିବା ସହ ୩୪ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ୱ ଦିଆଯାଇଛି।

ଆଜି ସଂଧ୍ୟାରେ ମନ୍ତ୍ରୀ ପ୍ରତାପ ଜେନା, ବିଧାୟକ ଡାକ୍ତର ଦାମୋଦର ରାଉତ, ବିଧାୟକ ସଂଜୟ ଦାସବର୍ମା, ସଂପାଦକ ସମ୍ବିତ ରାଉତରାୟ ପ୍ରମୁଖ ନେତା ବିଜୁ ମଇଦାନରେ ପହଞ୍ଚି କାର୍ଯ୍ୟକ୍ରମକୁ ସଫଳ କରାଇବା ପାଇଁ ସମସ୍ତ ପ୍ରୟାସ ଚଳାଇଛନ୍ତି। ସେହିଭଳି ସୁରକ୍ଷା ପାଇଁ  ସଭାସ୍ଥଳ ନିକଟରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁଚରଣ ମିଶ୍ରଙ୍କ ନେତୃତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ବରିଷ୍ଠ ପୁଲିସ ଅଧିକାରୀ ଓ ଥାନା ଆଇଆଇସିମାନେ ଯୋଗଦେଇ ସୁରକ୍ଷା ଓ ଆଇନଶୃଙ୍ଖଳା ସମ୍ପର୍କରେ ଆଲୋଚନା କରିଛନ୍ତି।

ସୂଚନାଯୋଗ୍ୟ ଯେ ଗଲା ୧୬ ତାରିଖରେ ଏହି ଅଭିଯାନ ଝାରସୁଗୁଡ଼ାରୁ ଆରମ୍ଭ ହୋଇଥିଲା। ପ୍ରାୟ ୧୫ଟି ଜିଲ୍ଲା ଅତିକ୍ରମ କରିଥିବା ଶୋଭାଯାତ୍ରାକାରୀ ଆସନ୍ତାକାଲି ପାରାଦୀପରେ ପହଞ୍ଚିବେ।

ସମ୍ବନ୍ଧିତ ଖବର