ଆଜିଠାରୁ ପ୍ରଚାରକୁ ଓହ୍ଲାଇବେ ନବୀନ : ନୟାଗଡ଼ରୁ ଆରମ୍ଭ ହେବ

ଭୁବନେଶ୍ବର : ୨୦୧୯ ନିର୍ବାଚନ ପ୍ରଚାରରେ ଆସନ୍ତାକାଲି ଠାରୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାର୍ଥୀ େଘାଷଣା େହାଇନଥିଲେ ହେଁ, ନବୀନ ଆସନ୍ତାକାଲି ପୁରୀ େଲାକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନୟାଗଡ ନିର୍ବାଚନମଣ୍ଡଳୀରୁ ପ୍ରଚାର ଆରମ୍ଭ କରିବା ଲାଗି ନିଷ୍ପତ୍ତି େନଇଛନ୍ତି।

ବିେଜଡି ବିରୋଧରେ ସଙ୍ଗିନ ଅଭିେଯାଗ ଆଣି ପ୍ରତ୍ୟୁଷା ରାଜେଶ୍ବରୀ ସିଂହ ଆଜି ବିେଜପିରେ େଯାଗ ଦେଇଛନ୍ତି। ଏପରିସ୍ଥଳେ ନବୀନଙ୍କ ଏହି ଗସ୍ତକୁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଚାର କରାଯାଉଛି। ନବୀନ ଆସନ୍ତାକାଲି ନିର୍ଦିଷ୍ଟ କି ପ୍ରସଙ୍ଗ ଧରି ନିର୍ବାଚନ ପ୍ରଚାର ଆରମ୍ଭ କରିବେ, ସର୍ବୋପରି ଦଳ ବଦଳକାରୀଙ୍କ ପାଇଁ କି ପ୍ରତି ଜବାବ ଦେବେ, ତାହାକୁ ନେଇ ରାଜନୈତିକ ମହଲରେ ପର୍ଯ୍ୟାେଲାଚନା ଆରମ୍ଭ େହାଇଛି।

ଆସନ୍ତାକାଲି ନବୀନ ଦଳର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀଙ୍କ ନାମ ତାଲିକା ପ୍ରକାଶ କରିବା ପରେ ନିର୍ବାଚନ ପ୍ରଚାରରେ ଯିବେ େବାଲି ସୂଚନା ମିଳିଛି। ଉେଲ୍ଲଖଥାଉକି, ନୟାଗଡରେ ପ୍ରଚାରକୁ ଓହ୍ଲାଇବା ପୂର୍ବରୁ ବିଜେଡି ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିଲା। ଏଥିେର ନବୀନଙ୍କ ସମେତ ୪୦ ଜଣ େନତାଙ୍କ ନାମ ରହିଛି।

ନିର୍ବାଚନ ତାରିଖ େଘାଷଣା େହବା ପୂର୍ବରୁ ନବୀନ ସରକାରୀ ଭାବେ ମାରାଥନ ପ୍ରଚାର କରି ପ୍ରାୟ ସବୁ ନିର୍ବାଚନମଣ୍ଡଳୀ ବୁଲିଥିଲେ। ଏହି ସମୟରେ ଫଳକ ଉଦଘାଟନ କରାଯାଇଥିଲା ଓ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ େହାଇଥିଲା।

ସମ୍ବନ୍ଧିତ ଖବର