ଦିଲ୍ଲୀ ଗସ୍ତରେ ଗଲେ ନବୀନ: କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି କରିବେ ଆଲୋଚନା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏହି ଗସ୍ତକାଳରେ ଓଡ଼ିିଶାର ବିକାଶମୂଳକ କାର୍ଯ୍ୟ ସଂପର୍କରେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବେ ବୋଲି ନବୀନ କହିଛନ୍ତି ।
ସେହିପରି ବିଜେପୁର ଲାଗିରହିଥିବା ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି, ବିଜେଡିରେ କୌଣସି ଦ୍ୱନ୍ଦ ନାହିଁ, ସବୁ ସମସ୍ୟାର ସମାଧାନ ହୋଇଛି । ଏଥିସହ ବିଜେପୁର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ଆଣିଥିବା ଆକ୍ଷେପ ଆଦୌ ଠିକ୍‌ ନୁହେଁ ବୋଲି ନବୀନ କହିଛନ୍ତି ।
ସମ୍ବନ୍ଧିତ ଖବର