ସୁରଟକୁ ବିମାନ ଚଳାଚଳ ପାଇଁ ପ୍ରଭୁଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର : ଭୁବନେଶ୍ୱର-ସୁରଟ ମଧ୍ୟରେ ସିଧାସଳଖ ଯାତ୍ରୀବାହୀ ବିମାନ ଚଳାଚଳ ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି, ସୁରଟରେ ବହୁ ଓଡ଼ିଆ ଲୋକ ରହୁଛନ୍ତି। କିନ୍ତୁ ଭୁବନେଶ୍ୱରକୁ ସିଧାସଳଖ କୌଣସି ବିମାନ ଚଳାଚଳ କରୁନଥିବାରୁ ସେମାନେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେହିପରି ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ କ୍ଷେତ୍ର ପରିଭ୍ରମଣ ପାଇଁ ସୁରଟର ବହୁ ଲୋକ ମଧ୍ୟ ଏଠାକୁ ଆସିଥାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ଦୁଇ ସହର ମଧ୍ୟରେ ସିଧାସଳଖ ବିମାନ ଚଳାଚଳ କରାଇବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର