ମୁଖ୍ୟମନ୍ତ୍ରୀଙ୍କ ଚେନ୍ନାଇ ଗସ୍ତ ଆଜି : ଓଡ଼ିଶା ଭବନ ଉଦ୍‌ଘାଟନ କରିବେ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ଚେନ୍ନାଇ ଗସ୍ତରେ ଯିବେ। ଆସନ୍ତାକାଲି ସନ୍ଧ୍ୟାରେ ଚେନ୍ନାଇରେ ନବନିର୍ମିତ ଓଡ଼ିଶା ଭବନକୁ ଉଦ୍‌ଘାଟନ କରିବେ। ଉଦ୍‌ଘାଟନୀ ଉତ୍ସବରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପି ପଲାନିସ୍ୱାମୀ ମଧ୍ୟ ଉପସ୍ଥିତ ରହିବେ। ଏହି ଛଅ ମହଲା ବିଶିଷ୍ଟ ଓଡ଼ିଶା ଭବନରେ ୨୧ଟି ରୁମ୍‌ ଓ ଏକ ସମ୍ମିଳନୀ କକ୍ଷ ରହିଛି। ୨୦୧୨ ମସିହା ମେ’ ମାସରେ ତାମିଲନାଡ଼ୁର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ। ଓଡ଼ିଶା ବାହାରେ ରାଜ୍ୟ ସରକାରଙ୍କର ଏହା ଷଷ୍ଠ ଅତିଥି ଭବନ ହେବ। ବର୍ତ୍ତମାନ ନୂଆଦିଲ୍ଲୀରେ ତିନିଟି, ମୁମ୍ବାଇ ଓ କୋଲକାତାରେ ଗୋଟିଏ ଲେଖାଏ ଅତିଥି ଭବନ ରହିଛି। ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ପାଇଁ ଶିଳ୍ପ ବିଭାଗ ପକ୍ଷରୁ ଚେନ୍ନାଇରେ ହେବାକୁ ଥିବା ରୋଡ୍‌ ସୋ’ରେ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର