ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲୋକସଭା ଭବନରେ ଲେଖକ ବିଶ୍ବ ମୋହନ ପଟ୍ଟନାୟକଙ୍କ ଦ୍ବାରା ରଚିତ ଭ୍ରମଣ ପୁସ୍ତକ ‘ପ୍ରାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’ ଲୋକାର୍ପିତ କରିଛନ୍ତି। ଏହି ପୁସ୍ତକ ସ୍କୁଲ୍ ଓ କଳେଜରେ ପାଠ ପଡୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଉପାଦେୟ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଲୋକାର୍ପଣ ଉତ୍ସବରେ ସମ୍ବାଦର ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ପରିବେଶବିତ୍ ଶ୍ରୀ ଦିଲ୍ଲୀପ ଶ୍ରୀଚନ୍ଦନ ଓ ପ୍ରକାଶିକା ଜୟଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଲେଖକଙ୍କର ଏହି ପୁସ୍ତକଟଇକୁ ୨୦୧୪ ମସିହାରେ ଅନୁଷ୍ଠିତ ପୁସ୍ତକ ମେଳାରେ ଶ୍ରେଷ୍ଠ ଭ୍ରମଣ ପୁସ୍ତକ ରୂପେ ପୁରସ୍କୃତ କରାଯାଇଥିଲା। ଏହି ପୁସ୍ତକକୁ ୧୦ ହଜାର ବିଦ୍ୟାଳୟରେ ବଣ୍ଟନ କରାଯିବ ବୋଲି ସେ କହିଥିଲେ। ଏହାର ଏକ ଇଂରାଜି ଅନୁବାଦ ପୁସ୍ତକ ମଧ୍ୟ ବାହାରିଛି। ପୁସ୍ତକର ଶୀର୍ଷକ ରଖାଯାଇଛି ‘ଏ ମନ୍ଥ ଇନ୍ ଦ ଲ୍ୟାଣ୍ଡ୍ ଅଫ୍ ପ୍ଲେଣ୍ଟି’।
ମୁଖ୍ୟମନ୍ତ୍ରୀ ନବୀନଙ୍କ ‘ମୋ ସ୍କୁଲ୍’ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ଏହି ପୁସ୍ତକ ରଚନା କରିଛନ୍ତି ବୋଲି କହିଛନ୍ତି ପ୍ରକାଶକ ଜୟଶ୍ରୀ ପଟ୍ଟନାୟକ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/cmnp.jpg)