ଅଷ୍ଟମ ଥର ଲାଗି ବିଜେଡିର ସଭାପତି ନିର୍ବାଚିତ ହେଲେ ନବୀନ, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ

ଭୁବନେଶ୍ୱର: ବିଜୁ ଜନତା ଦଳର ସଭାପତି ଭାବେ ନବୀନ ପଟ୍ଟନାୟକ ପୁନଃ ନିର୍ବାଚିତ ହୋଇଛନ୍ତି | ଅଷ୍ଟମ ଥର ପାଇଁ ଦଳର ମଙ୍ଗ ଧରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ବିଜେଡି ରାଜ୍ୟ ପରିଷଦ ବୈଠକରେ ଦଳ ରିଟର୍ଣ୍ଣିଂ ଅଫିସର ନିଯୁକ୍ତ ହୋଇଥିବା ବିଧାୟକ ପ୍ରତାପ ଦେବ ନବନିର୍ବାଚିତ ସଭାପତିଙ୍କ ନାମ ଘୋଷଣା କରିଛନ୍ତି | ଏହି ଅବସରରେ ନବନିର୍ବାଚିତ ସଭାପତି ନବୀନ ପଟ୍ଟନାୟକ ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି | ଏହି ଅବସରରେ ନବୀନ କହିଛନ୍ତି ଯେ ବିଜେଡ଼ି ଜିତିବା ବା ହାରିବା ପାଇଁ ନିର୍ବାଚନ ଲଢ଼େ ନାହିଁ ବରଂ ଲୋକଙ୍କ ସେବା କରିବାକୁ ନିର୍ବାଚନ ଲଢ଼େ |

ଏଠାରେ ସୂଚନା ଥାଉ କି ଗତ ୨୩ ତାରିଖରେ ଦଳର ସଭାପତି ଭାବେ ନାମାଙ୍କନ ଭରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକ ବସି ନବୀନଙ୍କୁ ବିଧିବଦ୍ଧ ଭାବେ ସଭାପତି ଘୋଷଣା କରାଯାଇଛି । ଏହା ସହ ୮୦ ଜଣିଆ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ/ସଦସ୍ୟାଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି | ଏହି ତାଲିକାରେ ବିଧାୟକଙ୍କ ସହ ପୁରୁଣା ବିଧାୟକ/ବିଧାୟିକା ଓ ନେତା-ନେତ୍ରୀଙ୍କୁ ସ୍ଥାନ ଦିଆଯାଇଛି | ନିମ୍ନରେ ନଜର ପକାନ୍ତୁ କେଉଁମାନଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ/ସଦସ୍ୟା ଭାବେ ସ୍ଥାନ ଦିଆଯାଇଛି |

 

 

୧୯୯୭ରେ ବିଜେଡି ଗଠନ ହେବା ପରଠାରୁ ନବୀନ ଦଳର ରାଜ୍ୟ ସଭାପତି ଭାବେ ରହି ଆସିଛନ୍ତି। ଏ ମଧ୍ୟରେ ଦଳ ସାମ୍ନା କରିଥିବା ସମସ୍ତ ପ୍ରମୁଖ ନିର୍ବାଚନରେ ତାଙ୍କୁ ସଫଳତା ମିଳିଛି। କେବଳ ସେତିକି ନୁହେଁ, ଦଳରେ ତାଙ୍କ ନେତୃତ୍ବ ବିରୋଧରେ କୌଣସି ଶକ୍ତି ଏଯାଏ ମୁଣ୍ଡ ଟେକିନାହାନ୍ତି। ବରଂ ତାଙ୍କ ଗ୍ରହଣୀୟତା ଦଳ ଭିତରେ ଓ ବାହାରେ ବଢ଼ି ଚାଲିଛି । ଦଳରୁ ଯେଉଁ ନେତାମାନେ ବିଶୃଙ୍ଖଳିତ ଆଚରଣ ଯୋଗୁଁ ବିଦା ହୋଇଛନ୍ତି ଅଥବା ମତାନ୍ତର ହେତୁ ଦଳ ଛାଡ଼ିଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ କୌଣସି ବିକଳ୍ପ ନ ପାଇ ପୁଣି ନବୀନଙ୍କ ପାଖକୁ ଫେରିଛନ୍ତି ଏବଂ ଆଉ କେତେଜଣ ରାଜ୍ୟ ରାଜନୀତିରେ ପ୍ରାସଙ୍ଗିକତା ହରାଇଛନ୍ତି।

ସମ୍ବନ୍ଧିତ ଖବର