ନବୀନଙ୍କ ଗୁଗଲି : ବିଜେଡି ଅଫିସ ପାଖରେ ପ୍ରାର୍ଥୀ ଖୋଜୁଛି ବିଜେପି

୩ରୁ ଦକ୍ଷିଣ ଓଡ଼ିଶାରୁ ଆରମ୍ଭ, ୨୭ରେ ଉତ୍ତରରେ ଶେଷ, ୨ଟି ନିର୍ବାଚନମଣ୍ଡଳୀରେ ରାତ୍ରିଯାପନ କରିପାରନ୍ତି ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର : ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଦେବାକୁ ବିଜେପି ପାଖରେ ନେତା ନାହାନ୍ତି। ତେଣୁ ସେମାେନ ବିଜେଡି କାର୍ଯ୍ୟାଳୟ ନିକଟରେ ନିଜର ପ୍ରାର୍ଥୀ ଖୋଜୁଛନ୍ତି।

ବିଜେଡି ପ୍ରାର୍ଥୀ ଘୋଷଣା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି ଢଙ୍ଗରେ ପ୍ରତିପକ୍ଷ ବିେଜପିକୁ ଆେକ୍ଷପ କରିଛନ୍ତି। ନବୀନଙ୍କ ଏହି ମନ୍ତବ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି। କେବଳ ସେତିକି ନୁହେଁ, ଓଡ଼ିଶାରେ ତ୍ରିପୁରାର ପ୍ରତିଫଳନ ଘଟିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଦେଇଥିବା ମନ୍ତବ୍ୟର ବି ଜବାବ ଦେଇଛନ୍ତି ନବୀନ। କହିଛନ୍ତି, ବିଜେଡି ଭଲ ପ୍ରଦର୍ଶନ କରିବ। ଦେଖିବେ ପୂର୍ବ ଅପେକ୍ଷା ବିେଜଡି ଭଲ କରିବ।

ସେପଟେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏପ୍ରିଲ ୩ରୁ ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର ଆରମ୍ଭ କରୁଛନ୍ତି। ସେଦିନ ସେ ନିଜ ନିର୍ବାଚନମଣ୍ଡଳୀ ଗଞ୍ଜାମ ଜିଲ୍ଲା ଅର୍ଥାତ୍ ବ୍ରହ୍ମପୁରରୁ ପ୍ରଚାର କରିବାକୁ େଯାଜନା କରିଛନ୍ତି। ଏହା ପୂର୍ବରୁ ନୟାଗଡରୁ ବିଧିବଦ୍ଧ ଭାବେ ନିର୍ବାଚନ ପ୍ରଚାର ଆରମ୍ଭ କରି ସେ ବିରୋଧୀଙ୍କୁ କଡ଼ା ସମାେଲାଚନା କରିଥିଲେ।

ଦକ୍ଷିଣ ଓଡ଼ିଶାରୁ ଆରମ୍ଭ େହବାକୁ ଥିବା ପ୍ରଚାର ଏପ୍ରିଲ ୨୭ ତାରିଖରେ ଉତ୍ତର ଓଡ଼ିଶାରେ େଶଷ େହବ। ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୩ରେ ବ୍ରହ୍ମପୁରରୁ ନବୀନ ଏକ ବଡ ରାଲିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ପରେ ଏହାପରେ ରୋଡ ସୋ’ କରି ଶକ୍ତି ପ୍ରଦର୍ଶନ କରିବ ବିଜେଡି। ସେଠାରେ ଦଳୀୟ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖଯୋଗ୍ୟ, ନବୀନ ଏଥର ଭୋଟରଙ୍କ ସହ ସିଧାସଳଖ ସମ୍ପର୍କ ସ୍ଥାପନ ପାଇଁ ହାଇଟେକ ପ୍ରଚାର କରିପାରନ୍ତି। ସ୍ୱତନ୍ତ୍ର ବସ‌୍ ଓ ହୋଲୋଗ୍ରାମ ଜ୍ଞାନକୌଶଳ ମାଧ୍ୟମରେ ସମସ୍ତଙ୍କ ପାଖରେ ପହଞ୍ଚିବେ। ଷ୍ଟାର ପ୍ରଚାରକ ଭାବେ ନବୀନ କର୍ମୀଙ୍କ ମନରେ ଜୋଶ ଭରିବା ସହ ଏହି ୨ଟି ନିର୍ବାଚନମଣ୍ଡଳୀରେ ରାତ୍ରୀଯାପନ କରିପାରନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.