‘ଆ‌ବ୍ସଲ୍ୟୁଟ୍‌ଲି ନନ୍‌ସେନ୍ସ’ କହିଲେ ନବୀନ

ଭୁବନେଶ୍ବର/ଜୟପୁର,୫/୨ (ଇମିସ): ଆଜି ମଧ୍ୟାହ୍ନରେ ଭୁବନେଶ୍ବରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂ‌ହଦେଓଙ୍କ ପ୍ରଶ୍ନ ଥିଲା, କିଛି ଗଣମାଧ୍ୟମରୁ ଖବର ଆସୁଛି ‌େଯ ଚିଟ୍‌ଫଣ୍ଡ୍ ସ୍କାମ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ‌ ଜେରା କରିଛି। ଏହା ସତ୍ୟ କି? ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଅାଗରେ ସ୍ପଷ୍ଟ କରନ୍ତୁ। କିଛି ସମୟ ଭିତରେ ଜୟପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାହାର ଜବାବ ଦେଲେ। ମାତ୍ର ଦୁଇଟି ଶବ୍ଦ ବ୍ୟବହାର କରି କେଭିଙ୍କ ଅଭିଯୋଗକୁ ତାଚ୍ଛଲ୍ୟ କରି କହିଲେ, ଆବ୍ସଲ୍ୟୁଟ୍‌ଲି ନନ୍‌ସେନ୍ସ (ସମ୍ପୂର୍ଣ୍ଣ ବା‌େଜ କଥା)।  କେଭିଙ୍କ ଅଭିଯୋଗ ଓ ନବୀନଙ୍କ ଜବାବ ଆଜି ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ଜେରା କରିଥିବା ସମ୍ପର୍କରେ ଗଣମାଧ୍ୟମରେ ଖବର ଆସୁଥିବା ନେଇ ବିଜେପି ସକାଳୁ ଏହାକୁ ପ୍ରସଙ୍ଗ କରିଥିଲା। ଗୃହରେ ବିଜେପି ସଭ୍ୟମାନେ ପିନ୍ଧିଥିବା ବ୍ୟାନର୍‌ରେ ବି ଏହି ଜେରା କଥା ଲେଖାଯାଇଥିଲା। ବିଧାନସଭା ଗୃହ ମୁଲତବୀ ହେଲା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ କେ ଭି ସିଂହଦେଓ ଏକ ସାମ୍ବାଦିକ ସମ୍ମିଳନୀରେ ଜେରା ପ୍ରସଙ୍ଗ ଉଠାଇଥିଲେ। କହିଥିଲେ, ମୁଖ୍ୟମନ୍ତ୍ରୀ ୨୦ ଲକ୍ଷ ଚିଟ୍‌ଫଣ୍ଡ୍‌ କ୍ଷତିଗ୍ରସ୍କାରୀଙ୍କୁ ନ୍ୟାୟ ଦେଲେ ନାହିଁ। ସେମାନଙ୍କୁ ଟଙ୍କା ଫେରାଇଲେ ନାହିଁ। ଅନ୍ୟ ପଟେ ଚିଟ୍‌ଫଣ୍ଡ୍‌ ଲୁଟେରାଙ୍କୁ ମୁଖ୍ୟମନ୍ତ୍ରୀ ସମର୍ଥନ କରୁଛନ୍ତି। ‘ଚୋର ଚୋରର ମାଉସୀ ପୁଅ ଭାଇ’ ପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ବିଜେଡି ସମର୍ଥନ କରୁଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ସମ୍ବନ୍ଧିତ ଖବର