ଫମ୍ପା ମାଠିଆର ଶବ୍ଦ ‌ବେଶି: ମୁଖ୍ୟମନ୍ତ୍ରୀ

ବିେଜଡିର ଜନସଂପର୍କ କାର୍ଯ୍ୟକ୍ରମରେ ବିେଜପିକୁ ଟାେର୍ଗଟ

ଭୁବନେଶ୍ୱର: ଆେମ ସବୁ ବେଳେ େଲାକଙ୍କ ସାଙ୍ଗରେ ଅଛୁ। େଲାକଙ୍କ ପାଇଁ କାମ କରୁଛୁ। ଆେମ କଥାରେ ନୁହେଁ, କାମରେ ବିଶ୍ବାସ କରୁ। େଲାକମାେନ ଜାଣିଛନ୍ତି କିଏ କାମ କରୁଛି, କିଏ କାମ କରୁନାହିଁ। ଆଜି ଭୁବନେଶ୍ବର ଏକାମ୍ର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଝରଣା ସାହି ବସ୍ତିରେ ବିେଜଡି ଜନସଂପର୍କ ଅଭିଯାନ ଉଦ୍‌ଘାଟନ ଛଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଢଙ୍ଗରେ ବିେରାଧୀଙ୍କୁ ଟାେର୍ଗଟ କରିଛନ୍ତି। ନିର୍ବାଚନ ବର୍ଷରେ ରାଜ୍ୟବାସୀଙ୍କ ମନ ଛୁଇଁବା ପାଇଁ ମୁଖ୍ୟମନ୍ତ୍ରୀ େଗାଟିଏ ପଟେ ନିଜ ସଫଳତାର ଚାରିଟି ଶ୍ରେଷ୍ଠ କାର୍ଯ୍ୟକ୍ରମ ସଂପର୍କରେ ବାର୍ତା େଦଇଛନ୍ତି। କହିଛନ୍ତି, ଖାଦ୍ୟ, ସ୍ବାସ୍ଥ୍ୟ, ଆଶ୍ରୟ ଏବଂ ସାମାଜିକ ସୁରକ୍ଷା ସରକାରଙ୍କର ବଡ଼ ସଫଳତା। ଅନ୍ୟପଟେ ପୁଣି ଥରେ ସ୍ବତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ ଉଠାଇବା ସହିତ ବିେରାଧୀଙ୍କ ଉଦ୍ଦେଶ୍ୟରେ ଶକ୍ତ ବାଣ େପଷିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାବାସୀଙ୍କ ସେବା ପାଇଁ ରାଜ୍ୟ ସରକାରଙ୍କର କେବେ ବି ପାଣ୍ଠିର ଅଭାବ ରହିନାହିଁ। େହଲେ ବିଜେପିର ଇସ୍ତାହାରରେ କିନ୍ତୁ ଏକ ନମ୍ବର କାର୍ଯ୍ୟକ୍ରମ ଥିଲା ସ୍ବତନ୍ତ୍ର ରାଜ୍ୟପାହ୍ୟା। ଓଡ଼ିଶାବାସୀ ଏବେ ଏହି ପ୍ରତିଶ୍ରୁତିକୁ ଅପେକ୍ଷା କରିଛନ୍ତି। କଟାକ୍ଷ କରି ମୁଖ୍ୟମନ୍ତ୍ରୀ ଏକଥା ବି କହିଛନ୍ତି, ଫମ୍ପା ମାଠିଆର ଶବ୍ଦ ବେଶୀ। ପରୋକ୍ଷରେ ସଙ୍କେତ େଦଇଛନ୍ତି, ବିେଜପି ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ େହାଇଛି।ଶ୍ରୀ ପଟ୍ଟନାୟକ କହିଥିଲେ, ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ନଭେମ୍ବର ୨ ପର୍ଯ୍ୟନ୍ତ ସାରା ରାଜ୍ୟରେ ଏହି ପଦଯାତ୍ରା ଚାଲିବ। ଆଜି ସାରା ବିଶ୍ବ ମହାତ୍ମା ଗାନ୍ଧୀଙ୍କର ୧୫୦ତମ ଜନ୍ମ ବାର୍ଷିକୀ ପାଳନ କରୁଛି। ମହାତ୍ମା ଗାନ୍ଧୀଙ୍କ ବିଚାରଧାରା ଆମ ସମସ୍ତଙ୍କ ପାଇଁ ପ୍ରେରଣା ହୋଇ ରହିଛି ଓ ରହିଥିବ।
କର୍ମୀମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ସବୁ ଗରିବ ଲୋକ ସୁବିଧା ପାଇବା ଦରକାର। କିନ୍ତୁ ତା’ହେଲା ନାହିଁ। ଖାଦ୍ୟ ନିରାପତ୍ତାରୁ ବହୁ ଲୋକ ବାଦ ପଡିଲେ। ତେଣୁ ରାଜ୍ୟ ସରକାର ଆଜିଠାରୁ ନିଜର ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ୨୫ଲକ୍ଷ ଲୋକ ଏହି ସୁବିଧା ପାଇବେ। ସେହିପରି ଗତ ୪ବର୍ଷରେ ରାଜ୍ୟରେ ୧୮ଲକ୍ଷ ପକ୍କା ଘର ତିଆରି କରାଯାଇଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଐତିହାସିକ ପଦକ୍ଷେପ। ବିପିଏଲ, ଏପିଏଲ ସମସ୍ତେ ଏହି ସୁବିଧା ପାଇବେ। ଆମର ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ସାରା ଦେଶରେ ଏକ ମଡେଲ ହୋଇଛି ଏବଂ ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ଆମର ଏକ ଭଲ କାର୍ଯ୍ୟକ୍ରମ େବାଲି ମୁଖ୍ୟମନ୍ତ୍ରୀ ସୂଚାଇଥିେଲ।

ଖାଦ୍ୟ, ସ୍ବାସ୍ଥ୍ୟ, ଆଶ୍ରୟ ଓ ସାମାଜିକ ସୁରକ୍ଷା ଅସ୍ତ୍ର
ପୁଣି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠିଲା
ମାେସ ପଦଯାତ୍ରା: େନତା, କର୍ମୀ ଚାଲିବେ

ସୂଚନାଯୋଗ୍ୟ, ଜନ ସ˚ପର୍କ ପଦଯାତ୍ରା ସମୟରେ ଦଳର କର୍ମକର୍ତା, ନିର୍ବାଚିତ ପ୍ରତିନିଧି, ୱାର୍ଡ କମିଟିର ସଦସ୍ୟ ପ୍ରମୁଖ ପଦଯାତ୍ରାରେ ଯାଇ ପ୍ରତ୍ୟେକ ଘରେ ରାଜ୍ୟ ସରକାରଙ୍କ ସଫଳତା ଜଣାଇବାକୁ ବିେଜଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନିେର୍ଦଶ େଦଇଛନ୍ତି। ସମାନ୍ତରାଳ ଭାବେ ସ୍ବତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା, କେବିକେକୁ ସ୍ବତନ୍ତ୍ର ଅନୁଦାନ, ବିଭିନ୍ନ ଜନହିତକର ଯୋଜନାରୁ ଅର୍ଥ କାଟ, ଧାନର ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୨୯୩୦ ଟଙ୍କା କରାଯିବା େକ୍ଷତ୍ରରେ େକନ୍ଦ୍ରର ଟାଳଟୁଳ ନୀତି ସଂପର୍କରେ େଲାକଙ୍କୁ ବୁଝାଇବାକୁ କର୍ମୀଙ୍କୁ ନିେର୍ଦଶ ଯାଇଛି। ଏହାସହିତ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ଓଡ଼ିଶାର ସ୍ବାର୍ଥକୁ ଅଣଦେଖା କରାଯିବା, ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସ ଦର ବୃଦ୍ଧି ପ୍ରସଙ୍ଗରେ ମଧ୍ୟ େକନ୍ଦ୍ରକୁ ଟାର୍ଗେଟ କରିବାକୁ ବିେଜଡି ସ୍ଥିର କରିଛି। ଭୁବନେଶ୍ବର ଜିଲ୍ଲା ବିଜେଡି ସଭାପତି ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ଖୋର୍ଧା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ଦେବାଶିଷ ନାୟକ, ସା˚ସଦ ପ୍ରସନ୍ନ ପାଟ୍ଟଶାଣୀ, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି ପ୍ରମୁଖ ଏଥିରେ ସାମିଲ େହାଇଥିଲେ। ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ସ˚ଖ୍ୟାଲଘୁ ସେଲ ଆବାହକ ମୁନ୍ନା ଖାଁ, ଯୁବ ବିଜେଡି ଉପଦେଷ୍ଟା ଅମରେଶ ଜେନା, ଉପ-ସଭାପତି ଦୁର୍ଗା ସାମନ୍ତରାୟ, ଭୁବନେଶ୍ବର ଜିଲ୍ଲା ସଭାପତି ସୁଜିତ ସ୍ବାଇଁ, ମହିଳା ବିଜେଡି ଉପ-ସଭାନେତ୍ରୀ ମହାମାୟା ସ୍ବାଇଁ, ଭୁବନେଶ୍ବର ସଭାନେତ୍ରୀ ଭାରତୀ ସି˚ହ ପ୍ରମୁଖ ଉପସ୍ଥିତ ଥିଲେ।

ଏହା କ’ଣ ଫମ୍ପା: ବିଜେପି
ଭୁବନେଶ୍ୱର: ବିଜେଡିର ପଦଯାତ୍ରା‌ରେ ବିଜେପିକୁ ମୁଖ୍ୟମନ୍ତ୍ରୀ ଫମ୍ପା ମାଠିଆ ବୋଲି କହିବା ଘଟଣାରେ ବିଜେପି ଜବାବ ରଖିଛି। ମୋଦୀ ସରକାରଙ୍କର ଓଡ଼ିଶା ପାଇଁ ବିକାଶମୂଳକ କାମର ତାଲିକା ଦେଇ ଏହା ଫମ୍ପା ମାଠିଆର ଶବ୍ଦ କି ବୋଲି ଦଳ ପ୍ରଶ୍ନ କରିଛି। ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କ ଦ୍ବାରା ଚାରିଟି ସାମାଜିକ ବିକାଶ ଯୋଜନାରେ ନାଁ ସହିତ ଏଥିରେ ହିତାଧିକାରୀ ସଂଖ୍ୟା ଓ ଅର୍ଥ ବିନା କାଗଜରେ ଗଣମାଧ୍ୟମ ଆଗରେ କହିବା ପାଇଁ କଟାକ୍ଷ କରିଛନ୍ତି ବିଜେପି ଉପସଭାପତି ସମୀର ମହାନ୍ତି। ଶ୍ରୀ ମହାନ୍ତି କହିଛନ୍ତି, ରାଜ୍ୟରେ ରେଳ ବିକାଶ ପାଇଁ ୟୁପିଏର ଶେଷ ପାଞ୍ଚ ବର୍ଷରେ ୪୧୯୦ କୋଟି ଟଙ୍କା ଆସିଥିଲା ବେଳେ ମୋଦୀ ସରକାରର କେବଳ ପଞ୍ଚମ ବର୍ଷରେ ୫୨୦୦ କୋଟି ଟଙ୍କା ଆସିଛି। ରେଳବାଇ କ୍ଷେତ୍ରରେ ପାଞ୍ଚ ବର୍ଷରେ ୨୦୨୧୩ କୋଟି ଟଙ୍କା ଆସିଛି। ସ୍ବାଧୀନତାରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୪୬୩୯ କିମି ଜାତୀୟ ରାଜମାର୍ଗ ଥିଲା ବେଳେ ମୋଦୀ ସରକାରଙ୍କ ପାଞ୍ଚ ବର୍ଷରେ ୫୪୪୯ କିମି ଜାତୀୟ ରାଜପଥ ନିର୍ମାଣ ପାଇଁ ନୀତିଗତ ନିଷ୍ପତ୍ତି ଓ ଅର୍ଥର ବ୍ୟବସ୍ଥା ହୋଇଛି। ପେଟ୍ରୋଲିୟମ୍ ବିଭାଗ ପକ୍ଷରୁ ୧ ଲକ୍ଷ ୩୪ ହଜାର ୭୮୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶରେ ଭିତ୍ତିଭୂମି ଓ ବିକାଶ ଯୋଜନା ହୋଇଛି। ଏ ସବୁ ଫମ୍ପା ଆୱାଜ କି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର