ଓଡ଼ିଶାବାସୀ ବାରମ୍ବାର ସେମାନଙ୍କ ଆଶୀର୍ବାଦ ଆମ ଉପରେ ରଖିଥିବାରୁ ଧନ୍ୟବାଦ : ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ବର : ବିଜେଡିକୁ ପୁଣି ଥରେ ରାଜ୍ୟରେ ମିଳିଛି ବହୁମତ । ବିଜେଡିର ଏଭଳି ଫଳାଫଳକୁ ନେଇ ପ୍ରତିକ୍ରିୟାର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି କି, ପୁଣି ଥରେ ବିଜେଡି ଉପରେ ଭରସା ରଖିଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ। ଓଡ଼ିଶାବାସୀ ବାରମ୍ବାର ସେମାନଙ୍କ ଆଶୀର୍ବାଦ ଆମ ଉପରେ ରଖିଥିବାରୁ ଧନ୍ୟବାଦ । ଚଳିତ ନିର୍ବାଚନରେ ବିଜେଡିର ବିଜୟକୁ ଅନନ୍ୟ ଓ  ଐତିହାସିକ ବୋଲି ଅଭିହିତ କରିଛନ୍ତି ନବୀନ। ଏଥର ବିଶେଷ କରି ମହିଳାମାନେ ଅଧିକ ସଂଖ୍ୟାରେ ଭୋଟ ଦେଇଛନ୍ତି ।

ସେହିଭଳି କେନ୍ଦ୍ରରେ ବିଜେପିକୁ ବହୁମତ ମିଳିବାରୁ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କେନ୍ଦ୍ରୀୟ ରାଜନୀତିରେ ବିଜେଡିର କେଉଁ ଭୂମିକା ରହିବ ସେନେଇ ନବୀନ କହିଛନ୍ତି କି, ଅପେକ୍ଷା କରନ୍ତୁ ଖୁବଶୀଘ୍ର ଏହାଉପରୁ ପରଦା ଉଠିବ ।

ସମ୍ବନ୍ଧିତ ଖବର