ମହାପ୍ରଭୁଙ୍କ ଦର୍ଶନରୁ ବର୍ଷ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ନବୀନ ନିବାସ ନ ଆସିବାକୁ ଶୁଭେଚ୍ଛୁଙ୍କୁ ଅନୁରୋଧ

ଭୁବନେଶ୍ବର : ଆସନ୍ତାକାଲି ନୂଆବର୍ଷ ୨୦୧୯ର ପ୍ରଥମ ଦିନ । ଜଗନ୍ନାଥଙ୍କୁ ଦର୍ଶନ କରି ୨୦୧୯ ନୂଆବର୍ଷ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ସକାଳେ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବେ । ରାଜନୈତିକ ଦିଗରୁ ୨୦୧୯ ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ବର୍ଷ । କାରଣ ଆଗକୁ ରହିଛି ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନ । ନିର୍ବାଚନ ବୈତରଣୀ ପାର ହେବା ପାଇଁ ମହାପ୍ରଭୁଙ୍କ ଆଶୀଷ ଭିକ୍ଷା କରିବେ ମୁଖ୍ୟମନ୍ତ୍ରୀ ।

ସେହିପରି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଉପସ୍ଥିତ ରହିବେ । ସକାଳ ବ୍ୟାୟାମ୍ ପରେ ପରେ ଆଣ୍ଠୁରେ କଷ୍ଟ ଅନୁଭବ କରିବାରୁ ସାମୟିକ ବିଶ୍ରାମ ପାଇଁ ଡାକ୍ତରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରାମର୍ଶ ଦେଇଛନ୍ତି । ତେଣୁ ଆସନ୍ତାକାଲି ନୂଆବର୍ଷ ଅବସରରେ ଶୁଭେଚ୍ଛା ଜଣାଇବା ପାଇଁ ଶୁଭେଚ୍ଛୁ ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ନଆସିବା ପାଇଁ ଶୁଭେଚ୍ଛୁ ମାନଙ୍କୁ ଅନୁରୋଧ କରାଯାଇଛି ।

ସମ୍ବନ୍ଧିତ ଖବର