ଏମ୍‌ସିଏଲ୍‌ ଜମି ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଏବଂ ଝାରସୁଗୁଡ଼ାରେ ମହାନଦୀ କୋଲଫିଲ୍ଡ ଲିମିଟେଡ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ଥଇଥାନ ପାଇଁ କେନ୍ଦ୍ର କୋଇଲା ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ରବିବାର ଚିଠି ଲେଖି ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, କ୍ଷତିଗ୍ରସ୍ତ ଲୋକଙ୍କୁ ଯଥାଶୀଘ୍ର ଥଇଥାନ କରାଯାଉ। ସେ କହିଛନ୍ତି ଏମ୍‌ସିଏଲ୍‌କୁ ଦିଆଯାଇଥିବା ଜମିର କିଛି ଜମି ବ୍ୟବହାର ହୋଇ ପାରୁ ନାହିଁ। ଯେଉଁ ଜମି ବ୍ୟବହାର ହୋଇପାରି ନାହିଁ, ତାହା ଲୋକଙ୍କୁ ଫେରାଇ ଦିଆଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ ଏମସିଏଲ୍‌କୁ ୨୩ ହଜାର ୩୦୦ ହେକ୍ଟ ଜମି ଦିଆଯାଇଥିବା ବେଳେ ଏଥିରୁ କେବଳ ୧୦ ହଜାର ୭୦୦ ହେକ୍ଟର ଜମି ବ୍ୟବହାର କରାଯାଇଛି।

ସମ୍ବନ୍ଧିତ ଖବର