ରେଳ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ : ଓଡ଼ିଶାରେ ସମନ୍ଵିତ କୋଚ୍‌ ଫାକ୍ଟ୍ରି ପ୍ରତିଷ୍ଠା ଦାବି

ଭୁବନେଶ୍ୱର : ଓଡ଼ିଶାରେ ଆଲୁମିନିୟମ୍‌ ଟ୍ରେନ୍‌ ସେଟ୍‌ ପାଇଁ ସମନ୍ଵିତ କୋଚ୍‌ ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସେ ଆଜି ରେଳ ମନ୍ତ୍ରୀ ପିୟୂଷ ଗୋଏଲ୍‌ଙ୍କୁ ଚିଠି ଲେଖିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଦର୍ଶାଇଛନ୍ତି, ୨୦୨୦ ସୁଦ୍ଧା ରେଳ ମନ୍ତ୍ରଣାଳୟ ପକ୍ଷରୁ ଆଲୁମିନିୟମ୍‌ରେ ତିଆରି ହାଇସ୍ପିଡ୍‌ ଟ୍ରେନ୍‌ ଚଳାଇବାକୁ ଯୋଜନା କରିଛି। ଏଥି ପାଇଁ ସମନ୍ଵିତ କୋଚ୍‌ ଫ୍ୟାକ୍ଟ୍ରି ଓଡ଼ିଶାରେ ପ୍ରତିଷ୍ଠା କରିବା ପାଇଁ ସମସ୍ତ ସୁଯୋଗ ରହିଛି। ଓଡ଼ିଶା ହେଉଛି ସର୍ବ ବୃହତ ଆଲୁମିନିୟମ୍‌ ଉତ୍ପାଦନକାରୀ। ଦେଶର ସ୍ମେଲ୍‌ଟିଂ କ୍ଷମତାର ୫୬ ପ୍ରତିଶତ ଓଡ଼ିଶାରେ ରହିଛି। ରାଜ୍ୟ ସରକାର ଏକ ଆଲୁମିନିୟମ୍‌ ପାର୍କ ପ୍ରତିଷ୍ଠା ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେଣୁ ଏପରି ଭିତ୍ତିଭୂମିରେ ରେଳ ମନ୍ତ୍ରଣାଳୟ ଫ୍ୟାକ୍ଟ୍ରି ପ୍ରତିଷ୍ଠା କଲେ କୋଚ୍‌ର ଉତ୍ପାଦନ ଖର୍ଚ୍ଚ ନିଶ୍ଚିତ କମ୍‌ ରହିବ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର