ନବୀନ ୭୪ରେ ଟିକେ ଅଲଗା

ଜନ୍ମଦିନ ବିଶେଷ

ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ୭୩ ପୂରିଲା। ଏବେ ୭୪ ଚାଲିବ। ତାଙ୍କ ଜୀବନର ପ୍ରଥମ ପାଞ୍ଚ ଦଶନ୍ଧି ଆଜି ବି ରହସ୍ୟାବୃତ୍ତ। ବିଜୁ ପଟ୍ଟନାୟକଙ୍କ ପୁଅ, ଡୁନ୍ ସ୍କୁଲ ପାଠପଢ଼ା ଓ ଛପାଯାଇଥିବା ତିନି ଖଣ୍ଡ ବହି ଛଡ଼ା ତାଙ୍କର ସେ ସମୟର ଜୀବନ ସଂପର୍କରେ ଆଉ ଯାହା ଅନ୍ୟମାନେ ଜାଣନ୍ତି, ତାହାର ଆଧାର ହେଉଛି, ବିଭିନ୍ନ ପୁସ୍ତକରେ ତାଙ୍କୁ ନେଇ ଲେଖାଯାଇଥିବା କିଛି କଥା, ସମବୟସ୍କ ବା ତାଙ୍କ ନିଜ ମୁହଁରୁ ବାହାରିଥିବା କେଇ ପଦ ମତମନ୍ତବ୍ୟ ଭିତରେ ସୀମିତ। କିନ୍ତୁ ଭାରତର ରାଜଧାନୀ ନୂଆଦିଲ୍ଲୀରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବରକୁ ଆସିବା ପରେ ନବୀନଙ୍କ ପରବର୍ତୀ ଦୁଇ ଦଶନ୍ଧି ଅତ୍ୟନ୍ତ ଘଟଣାବହୁଳ ଓ ପୁଣି ରହସ୍ୟାବୃତ୍ତ। ଆଜି ବି ତାଙ୍କ ବ୍ୟକ୍ତିଗତ ଜୀବନ ଚର୍ଯ୍ୟା, ଖାଦ୍ୟ, ରୁଚି, ଚାଲିଚଳନ ସଂପର୍କିତ ଅନେକ କଥା ଉପରୁ ରହସ୍ୟ ଉଠିପାରିନାହିଁ। ଅତ୍ୟନ୍ତ ସ୍ବଳ୍ପଭାଷୀ ନବୀନ ହେଉଛନ୍ତି, ସମ୍ଭବତଃ ହାତ ଗଣତି କେଇ ଜଣଙ୍କ ମଧ୍ୟରୁ ଜଣେ, ଯାହାର ମନ୍ତବ୍ୟରୁ ବିରୋଧୀ ରାଜନେତା କେବେହେଲେ ବିତର୍କ ପାଇଁ ଖିଅ ପାଇନାହାନ୍ତି। ‘ଆପଣ ମାନେ ଖୁସି ତ’; ଏମିତି ଗୋଟିଏ ସରଳ ତଥା କୌତୂହଳପୂର୍ଣ୍ଣ ବାକ୍ୟକୁ ନେଇ ସେ ନିର୍ବାଚନ ରାଜନୀତିରେ କମ୍ପନ ସୃଷ୍ଟି କରିବାର ସାମର୍ଥ୍ୟ ରଖନ୍ତି। ଏହା କେଉଁଠି ନା େକଉଁଠି ସୂଚାଇ ଦେଉଛି ଯେ କୋଳାହଳ, ବିତଣ୍ଡା ବିତର୍କ, ଭାଷଣବାଜି, ହିଂସାକାଣ୍ଡ ଆଦିକୁ ନେଇ ନିର୍ବାଚନ ପ୍ରକ୍ରିୟାରେ ପରିବର୍ତନ ଅଣାଯାଇପାରିବ।

ସଂଯୋଗ କ୍ରମେ ଚଳିତବର୍ଷ ନବୀନ ଏହି େସ୍ଲାଗାନ ଆଧାରରେ ଲଗାତାର ପଞ୍ଚମ ଥର ପାଇଁ ରାଜ୍ୟ ଶାସନ ଦାୟିତ୍ବ େନଇଛନ୍ତି। ପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବା, ଓଡ଼ିଶା ରାଜନୀତି ଇତିହାସରେ ଏକ ରେକର୍ଡ। କୌଣସି ଆଞ୍ଚଳିକ ଦଳ ଓଡ଼ିଶା ଇତିହାସରେ ଏତେ ସମୟ ଧରି କ୍ଷମତା ରହିବା ଘଟଣାଟି େଯମିତି ବିରଳ, େସମିତି ସମଗ୍ର ଦେଶରେ ବିଜେପି ହାଵାକୁ ପ୍ରତିହତ କରି ନବୀନ ନିଜର ପ୍ରତିଷ୍ଠା ଓ ପରକାଷ୍ଠା ତଥା ପତିଆରା ଅତୁଟ ରଖିପାରିବା ମଧ୍ୟ ଅସାଧାରଣ। ଜାତୀୟ ରାଜନୀତିରେ ତାଙ୍କର ଗୁରୁତ୍ବ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ବର୍ଗର କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ ଓ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ଓ ଜାତୀୟ ରାଜନୀତିରେ ବିଭିନ୍ନ ସମୟରେ ବିଜେଡିର େଗାଟିଚାଳନା ଏହା ସଙ୍କେତ େଦଇଛି।

୨୦୧୯ ବର୍ଷ ମୁଖ୍ୟମନ୍ତ୍ରୀଙ୍କର ପାଖାପାଖି ଦୁଇ ଦଶନ୍ଧିର ରାଜନୈତିକ ଯାତ୍ରାରେ ଏକ ଗୁରୁତ୍ବପୂର୍ଣ୍ଣ ସମୟ େବାଲି କୁହାଯାଇପାରେ। ଯାହା ଭାରତ ବର୍ଷର ଅନ୍ୟ ସବୁ ପ୍ରଭାବୀ ନେତାଙ୍କ ତୁଳନାରେ ସେ ସ୍ବତନ୍ତ୍ର ଏକଥା ନିନ୍ଦୁକମାନେ ସ୍ବୀକାର କରିବାକୁ ବାଧ୍ୟ େହଉଛନ୍ତି। େକନ୍ଦ୍ରରେ ୨୦୧୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ କ୍ଷମତାକୁ ଅତ୍ୟନ୍ତ ପ୍ରଭାବୀ ଢଙ୍ଗରେ େଫରିବା ପରେ ଓଡ଼ିଶାରେ ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ( ୨୦୦୯ରେ ଅବିଚାରିତ ଭାବେ ବିଜେଡି-ବିଜେପି ମେଣ୍ଟ ଭାଙ୍ଗିବା) ପ୍ରତିଶୋଧ ନେବା ପାଇଁ ଉଦ୍ୟମ କରିବା ଏକ ସ୍ବାଭାବିକ ଘଟଣା ଥିଲା। ସେଂଯାଗବଶତଃ ଯୁବ ନେତା ତଥା େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥିପାଇଁ େଢର୍ କସରତ କରିଛନ୍ତି। ସେ ଉପଲବ୍ଧି କରାଇଥିଲେ ଯେ ଜଣେ କେନ୍ଦ୍ରମନ୍ତ୍ରୀ ଶାସନ ବ୍ୟବସ୍ଥା ଓ ବିକାଶ େକ୍ଷତ୍ରରେ ରାଜ୍ୟ ଶାସନର ପ୍ରତିପକ୍ଷ ଦଳରେ ରହି ମଧ୍ୟ କେତେ ପ୍ରଭାବୀ େହାଇପାରନ୍ତି। ଏହାର ଜବରଦସ୍ତ ପ୍ରଭାବ ରାଜ୍ୟ ରାଜନୀତି ଉପରେ ପଡିଥିଲା। ଚିଟଫଣ୍ଡ କେେଳଙ୍କାରୀରେ ଛନ୍ଦି କେନ୍ଦ୍ର ଉଭୟ ରାଜ୍ୟ ସରକାର ଓ ଶାସକ ବିଜେଡି େନତାଙ୍କୁ ଅସ୍ତବ୍ୟସ୍ତ କରିପକାଇଥିଲା। ଖାସ୍ ଏହି କାରଣରୁ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିର ପ୍ରଦର୍ଶନ ଆଶାନୁରୂପକ େହାଇ ପାରିନଥିଲା। ଏହାସହିତ କଂଗ୍ରେସକୁ ପଛରେ ପକାଇ ବିଜେପି ନବୀନଙ୍କୁ ଟକ୍କର ଦେବା ସ୍ଥିତିରେ ଆସି ପହଂଚିଯାଇଥିଲା।

ନବୀନଙ୍କର ବଡ଼ ପୁଞ୍ଜି େବାଲି କୁହାଯାଉଥିବା ‘ଭାବମୂର୍ତି’ ଏସବୁକୁ ନେଇ ସଙ୍କଟକୁ ଚାଲିଆସିଥିଲା। କିନ୍ତୁ ଜଣେ ପୋଖତ ରାଜନୀତିଜ୍ଞ ଭାବେ ୨୦୧୮ ବିଜେପୁର ଉପନିର୍ବାଚନରେ ସେ ଏଭଳି େଗାଟିଚାଳନା କଲେ, ଯାହା ଦଳ ଭିତରେ ତଥା ରାଜ୍ୟ େଭାଟରଙ୍କ ମଧ୍ୟରେ ତାଙ୍କ ଉପରେ ଊଣା ପଡି ଆସୁଥିବା ଆସ୍ଥା ଓ ବିଶ୍ବାସ େଫରାଇ ଆଣିବାରେ ସକ୍ଷମ େହାଇଥିଲା। ସହରାଞ୍ଚଳର ଭୋଟରଙ୍କୁ ବିେରାଧୀ ପ୍ରଭାବିତ କରିନାହାନ୍ତି, ଏକଥା ସେ ଗତବର୍ଷ ହିନ୍ଦୋଳ ଓ ଅତାବିରା ଏନଏସି ନିର୍ବାଚନରେ ଏକପାଖିଆ ଭାବେ ବିଜୟ ହାସଲ କରି ସଙ୍କେତ ଦେଇଥିଲେ।

ବିଜେପିର ଅହଂକୁ ଆଘାତ ଦେଇ ତଥା ନିଜର ଚିରାଚରିତ ବିଚାରଧାରାରୁ ବାହାରି େକନ୍ଦ୍ରୀୟ ନେତୃତ୍ବକୁ କଠୋର ଭାଷାରେ ସମାେଲାଚନା କରିବା ସତ୍ତ୍ବେ ନବୀନ ନିଜେ ସ୍ବୀକାର କରିଥିଲେ େଯ ୨୦୧୯ ସାଧାରଣ ନିର୍ବାଚନ ଏକ କଠିନ ଯାତ୍ରା। ରାଜ୍ୟ ରାଜନୀତିରେ ପାଦ ଥାପିବା ପରଠାରୁ ସେ ପ୍ରଥମ ଥର ପାଇଁ ଶକ୍ତ ବିେରାଧୀ ଦଳ ଭାବେ ନରେନ୍ଦ୍ର େମାଦୀ ଓ ଅମିତ ଶାହଙ୍କ ବିଜେପିକୁ ସାମ୍ନା କରିଥିଲେ। ହେଲେ ନିର୍ବାଚନରେ ଏକପାଖିଆ ବିଜୟ ହାସଲ କରି ସେ ପୁଣି ପ୍ରମାଣ କରିବାରେ ସକ୍ଷମ େହାଇଛନ୍ତି େଯ ରାଜ୍ୟ ସରକାର ପାଇଁ ବିପଦ ସୃଷ୍ଟି କରିବା ସ୍ଥିତିରେ ଆଜି ବି ବିରୋଧୀ ନାହାନ୍ତି। ବରଂ ପ୍ରତିଦ୍ବନ୍ଦ୍ବୀ ରାଜନୈତିକ ଦଳର ବିଶ୍ବସନୀୟତା ସଙ୍କଟ ଭିତରକୁ ଠେଲି ଦେବାରେ ସେ ସକ୍ଷମ େହାଇଛନ୍ତି। ନବୀନ େଯଉଁ ସମୟରେ ୭୪ତମ ଜନ୍ମଦିନ ପାଳନ କରୁଛନ୍ତି, ସେ ସମୟରେ ବିଜେଡି ୨୦୧୮ ଭଳି ବିଜେପୁରରେ ପୁଣି ଥରେ ଉପନିର୍ବାଚନ ସାମ୍ନା କରୁଛି। ହେଲେ ଆଜି ଦଳ ବା ତାଙ୍କ ନିକଟରେ ସେଭଳି ଆହ୍ବାନ ବା ପ୍ରତିପକ୍ଷର ହୁଂକାର ନାହିଁ।

କଥା କଥାକେ ଗର୍ଜନ ତର୍ଜନ, ମୁହଁଚୁହାଁ, ଚଢ଼ଉ, ଫିଙ୍ଗା େଫାଫଡ଼ା, ଧରପଗଡ଼ର ସଂପର୍କରେ ମାତ୍ର ୬ମାସ ବ୍ୟବଧାନରେ ନିବିଡ଼ତାର ପ୍ରଲେପ େବାଳାଯାଇପାରେ ଏକଥା େମାଦୀ-ନବୀନଙ୍କ ସଂପର୍କରୁ ଦେଶର ଅନ୍ୟ ରାଜନୈତିକ ନେତାଙ୍କ ପାଇଁ ସଙ୍କେତ ଯାଉଛି। େକନ୍ଦ୍ରର ପ୍ରତିଶ୍ରୁତି ବନାମ ପ୍ରତାରଣା ଓ ରାଜ୍ୟ ସରକାରଙ୍କ ବିକାଶର ନାରା ଅତୀତ େହାଇଯାଇଛି। ବରଂ େମାଦୀ ଓ ନବୀନଙ୍କ ଆଚରଣ ଓ ଉଚ୍ଚାରଣରେ କେଉଁଠି େକଉଁଠି ସାମଞ୍ଜସ୍ୟ େବଶ୍ ବାରି େହାଇପଡିଲାଣି।ନବୀନଙ୍କୁ େକନ୍ଦ୍ର କରି ଓଡ଼ିଶା ରାଜନୀତିର ଅନ୍ୟ ମଜାଦାର ଦିଗଟି ହେଲା, ତାଙ୍କ ରାଜନୈତିକ େଗାଟିଚାଳନା ଆଜି ବି ପ୍ରତିପକ୍ଷ ଦଳମାନଙ୍କର ରାଜ୍ୟ ଶାଖାରେ ବିଭ୍ରାନ୍ତି ଦୂର କରିପାରୁନାହିଁ, ବରଂ ବଢ଼ାଇ ଦେଇଛି। ବାସ୍ତବରେ ନବୀନ କଂଗ୍ରେସର ନା ବିଜେପିର କାହାର ଅଧିକ ଘନିଷ୍ଠ? ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ େକ ଚନ୍ଦ୍ରଶେଖର ରାଓ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ତାଙ୍କର କେବଳ ମିତ୍ରତା ଅଛି ନା ଘନିଷ୍ଠତା? ଏସବୁ ପ୍ରଶ୍ନ ବିତର୍କ ପାଇଁ ସୁଯୋଗ ରଖୁଛି।

ସେହିଭଳି ରାଜନୈତିକ ସମୀକ୍ଷକ ଅନେକ ସମୟରେ ମତ ରଖିଛନ୍ତି, ଆଞ୍ଚଳିକସ୍ତରରେ ବିେଜଡିର କିଛି ନେତାଙ୍କର ଗ୍ରହଣୀୟତା କମିଥାଇପାରେ, ସେମାନେ ବିବାଦୀୟ ହୋଇଥାଇପାରନ୍ତି, ମାତ୍ର ନବୀନ ନିଜର ବ୍ୟକ୍ତିଗତ ଜୀବନ ଚର୍ଯ୍ୟା ଭିତରେ େଯଉଁ ସରଳତା, ସ୍ବଚ୍ଛତା ଓ ସାବଧାନତାକୁ ଗୁରୁତ୍ବ ଦେଇଛନ୍ତି, ତାହା ଈର୍ଷଣୀୟ। ବରଂ ରାଜନୈତିକ ପଟୁତା ପ୍ରଦର୍ଶନରେ ମାହିର୍ ନବୀନଙ୍କ ପାଖରୁ ଯିଏ େଯତେବେଳେ ଦୂରେଇଛନ୍ତି, ସେତେବେଳେ ତାଙ୍କ କ୍ୟାରିଅରରେ ଗ୍ରହଣ ଲାଗିଛି। ଅନୁରୂପ ଭାବେ ନବୀନ େଯଉଁ କେତୋଟି ପ୍ରସଙ୍ଗକୁ ଅତି ଗୁରୁତ୍ବ ଦେଇଛନ୍ତି, ସେଥିରେ ଅବଶ୍ୟ ସୁଧାର ଆସିଛି। ୧୯୯୯ ମହାବାତ୍ୟା ବିଧ୍ବସ୍ତ ଓଡ଼ିଶା ଆଜି ବିପର୍ଯ୍ୟୟ ପରିଚାଳନାରେ ଅନ୍ୟ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି। ଖାଦ୍ୟ, ସ୍ବାସ୍ଥ୍ୟ, ବାସଗୃହ ଓ ସାମାଜିକ ସୁରକ୍ଷା ଦିଗରେ ସରକାର ଅବଶ୍ୟ ଆଗରେ ଅଛନ୍ତି। ଏହି ଚାରିଟି ସଫଳତା ଏବେ ବିେଜଡିର ବିକାଶ ଏଜେଣ୍ଡାର ଚାରି ପ୍ରମୁଖ ସ୍ତମ୍ଭ ପାଲଟିଛି। ଏହାକୁ ସଫଳତାର ପ୍ଲାକାର୍ଡ କରି ଦଳୀୟ ନେତାମାନେ ନବୀନଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ ତଥା ସାଧାରଣ େଲାକଙ୍କ ମନର ମଣିଷ େବାଲି ଦାବି କରିପାରୁଛନ୍ତି।

ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାର କ୍ଷେତ୍ରରେ ଓଡ଼ିଶା ବର୍ତମାନ ଜାତୀୟସ୍ତରଠାରୁ କମରେ ରହିବା ରାଜ୍ୟ ସରକାରଙ୍କ ପ୍ରଦର୍ଶନର ଆଉ ଏକ ଉଦାହରଣ। ଏହା ସହ ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ, ସ୍ବୟଂ ସହାୟକ େଗାଷ୍ଠୀ ଗଠନ ମହିଳାଙ୍କ ମନରେ ସେମାନଙ୍କ ସଶକ୍ତୀକରଣ ସଂପର୍କରେ ଆଶା ସୃଷ୍ଟି କରାଇଛି। ଯଦିଓ ମହିଳା ସୁରକ୍ଷା ଓ ନିଶାମୁକ୍ତ ଓଡ଼ିଶା ଗଠନ ଭଳି ଦୁଇଟି ମହିଳାଙ୍କ ସ୍ବାର୍ଥ ସଂପର୍କିତ ଦାବି ଉପରେ ସେମାନେ ନବୀନଙ୍କୁ ଏଯାଏ ମନାଇ ପାରିନାହାନ୍ତି, କିନ୍ତୁ େଭାଟ ରାଜନୀତିରେ ସେମାନଙ୍କ ଉପସ୍ଥିତି େଲାକସଭାରେ ଗୁଞ୍ଜରଣ ସୃଷ୍ଟି କରିଛି। ପ୍ରମିଳା ବିେଷାୟୀଙ୍କ ଭଳି ଜଣେ ଚୁଲି ମୁଣ୍ଡର ମହିଳାଙ୍କୁ ସଂସଦ ପର୍ଯ୍ୟନ୍ତ ପହଞ୍ଚାଇ ନବୀନ େଯ କୌଣସି ବ୍ୟକ୍ତି ପାଇଁ େନତା ପଦବି ଦୁେର୍ବାଧ୍ୟ ନୁହେଁ, ଏକଥା ପ୍ରମାଣିତ କରିଛନ୍ତି, ଯାହାର େଶ୍ରୟ ତାଙ୍କ ପାଖକୁ ଯିବ। େଗାଟିଏ ସମୟରେ ନିଜ କର୍ମଚାରୀଙ୍କୁ ବେତନ ଦେଇପାରୁନଥିବା ରାଜ୍ୟ ଆଜି ଏନ୍ତୁଡିଶାଳରୁ ଶ୍ମଶାନ ଯାଏ, ରାଜ୍ୟର ସବୁ ବର୍ଗ ପାଇଁ ମାଳ ମାଳ କାର୍ଯ୍ୟକ୍ରମ ହାତକୁ ନେବାର ସାମର୍ଥ୍ୟ ରଖୁଛି। ହକିକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ସରକାର ସଫଳତା ସାଉଁଟିଛନ୍ତି। ଓଡ଼ିଆ ଭାଷାକୁ ସରକାରୀ ମାନ୍ୟତା ଠାରୁ ଓଡ଼ିଆ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ, ପୁରୀର ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବିକାଶ ଠାରୁ ଆରମ୍ଭ କରି ଶାସନରେ ଉତ୍ତରଦାୟିତ୍ବ ନିର୍ଧାରଣ ଲାଗି େମା ସରକାର କାର୍ଯ୍ୟକ୍ରମ ଯାଏ ଅନେକ ପଦକ୍ଷେପ େନଇଛନ୍ତି।

ହେଲେ ସମସ୍ୟା ବହୁଳ ରାଜ୍ୟକୁ ବିକଶିତ ଓଡ଼ିଶା ରାସ୍ତାରେ ଟାଣିେନବା ଲାଗି ନବୀନଙ୍କ ପାଇଁ ଆହୁରି ଅନେକ ଆହ୍ବାନ ରହିଛି। ଜଣ ନୁହେଁ, ଗଣ େନତୃତ୍ବର ପରକାଷ୍ଠା ଦେଖାଇଥିବା ଓଡ଼ିଶା ଜାତୀୟସ୍ତରରେ ସାମାଜିକ ଆନ୍ଦୋଳନ ନେବାଭଳି ସ୍ଥିତି ନବୀନ ହିଁ ସୃଷ୍ଟି କରିପାରିବେ େବାଲି ରାଜ୍ୟ ଅପେକ୍ଷା କରିଛି। କାରଣ ମହାତ୍ମାଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ସମ୍ବିଧାନର ପ୍ରସ୍ତାବନା ବା ମୁଖବନ୍ଧରେ ଅହିଂସା ସ୍ଥାନିତ କରିବା େନଇ ନବୀନଙ୍କ ଆହ୍ବାନ ଏବେ ତମାମ େଦଶରେ ଆେଲାଡନ ସୃଷ୍ଟି କଲାଣି। ହିଂସାକୁ େନଇ ଆକ୍ତାମାକ୍ତା େହାଇପଡିଥିବା ବ୍ରହ୍ମାଣ୍ଡର ପ୍ରାୟ ସବୁ ବର୍ଗର େଲାକଙ୍କୁ ଏହା ଆଶ୍ବସ୍ତ କରିଛି େଯ ଅହିଂସାକୁ େନଇ ଓଡ଼ିଶାରୁ ଅନ୍ତତଃ ବୌଦ୍ଧିକ ଆନ୍ଦୋଳନ ଆରମ୍ଭ େହାଇଛି। େକନ୍ଦ୍ର ସରକାର ଏହାକୁ ଅବଶ୍ୟ ଶୁଣିବାକୁ ବାଧ୍ୟ ହେବ, େଯତେବେଳେ ଓଡ଼ିଶା ନିଜେ ଏ ଦିଗରେ ଉଦାହରଣ ପାଲଟିବ ଓ ନବୀନ ଏହି ବୌଦ୍ଧିକ ଆନ୍ଦୋଳନର ନେତୃତ୍ବ େନଉଥିବେ।

ସମ୍ବନ୍ଧିତ ଖବର