ଏନକାଉଣ୍ଟରରେ ନକ୍ସଲ କମାଣ୍ଡର ମୃତ

ମାଲକାନଗିରି : ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ଆଜି ସକାଳୁ ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ଜଣେ ନକ୍ସଲ କମାଣ୍ଡରଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ବିଶେଷ ସୂତ୍ରରୁ ଖବର ପାଇ କୋଣ୍ଡାସବାଲୀ ଜଂଗଲକୁ ଡିଆରଜି, ଏସଟିଏଫ ଏବଂ ଜିଲ୍ଲା ପୁଲିସ ମିଳିତ କମ୍ବିଂ ଅପରେସନରେ ବାହାରିଥିଲେ। ବୁରଗୁମ ଡୋକପାଡିର ପାହାଡ ଉପରେ ନକ୍ସଲ ପୂର୍ବରୁ ଆମ୍ବୁସ ଲଗାଇ ବସି ରହିଥିଲେ। ଯବାନଙ୍କୁ ଦେଖି ଆତର୍କିତ ଆକ୍ରମଣ କରିଥିଲେ। ପ୍ରାୟ ୨ଶହ ଯବାନ କମ୍ବିଂରେ ବାହାରିଥିବା ବେଳେ ୭୦ରୁ ଊର୍ଦ୍ଧ୍ୱ ନକ୍ସଲ ପାହାଡ ଉପରେ ଲୁଚି ରହିଥିଲେ। ଯବାନମାନେ ପାଲଟା ଗୁଳି ଚଳାଇଥିଲେ। ଦୀର୍ଘ ସମୟ ଧରି ଗୁଳି ବିନମୟ ଘଟିବା ପରେ ନକ୍ସଲ ପଛଘୁଂଚା ଦେବାକୁ ବାଧ୍ୟ ହୋଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ନକ୍ସଲ କମାଣ୍ଡରଙ୍କ ମୃତ ଦେହକୁ ଠାବ କରାଯାଇଥିଲା। କୌଣସି ବଡ ଅଘଟଣ ଘଟାଇବା ପାଇଁ ଏତେ ସଂଖ୍ୟାରେ ନକ୍ସଲ ରୁଣ୍ଡ ହୋଇଥିବା ଜଣାପଡିଛି। କିନ୍ତୁ ଯବାନମାନେ ଏହି ଯୋଜନାକୁ ପଣ୍ଡ କରିବାରେ ସଫଳ ହୋଇଥିବା ପୁଲିସ କହିଛି।

ସମ୍ବନ୍ଧିତ ଖବର