ଛାତ୍ରକୁ ଅପହରଣ କଲେ ନକ୍ସଲ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକମାରେ ଆଜି ଜଣେ ଯୁକ୍ତ୨ ଛାତ୍ରକୁ ନକ୍ସଲ ଅପହରଣ କରି ନେଇଥିବା ସୂଚନା ମିଳିଛି। ଅପହୃତ ଛାତ୍ର ଜଣକ ହେଲେ ମୁରଲୀଗୁଡା ଗ୍ରାମର ମଡିଆମି ମୁକେଶ। ସେ କୋଣ୍ଟା ଠାରେ ଯୁକ୍ତ ଦୁଇ ଶ୍ରେଣୀରେ ପାଠ ପଢୁଥିଲେ। ତେବେ କେଉଁ କାରଣରୁ ଜଣେ ଛାତ୍ରଙ୍କୁ ନକ୍ସଲ ଅପହରଣ କଲେ ସେ ନେଇ କିଛି ଜଣାପଡ଼ିନାହିଁ। ଏନେଇ ସୂଚନା ପାଇବା ପରେ ପୁଲିସ ସନ୍ଧାନ ଆରମ୍ଭ କରିଛି। ଅନ୍ୟପକ୍ଷରେ ପରିବାର ଲୋକେ ଏବଂ ଜନସାଧାରଣ ଛାତ୍ରକୁ ଛାଡି ଦେବା ପାଇଁ ନକ୍ସଲଙ୍କୁ ନେହୁରା ହୋଇଛନ୍ତି। ଏସ୍‌ପି ଅଭିଷେକ ମୀନାଙ୍କ କହିବା ଅନୁଯାୟୀ ଛାତ୍ରକୁ ନକ୍ସଲ ଅପହରଣ କରିନେଇଥିବା ଖବର ମିଳିଛି। ଘଟଣାର ତଦନ୍ତ ଚାଲିଛି ବୋଲି ପ୍ରକାଶ କରିଛନ୍ତି। ଛାତ୍ର ଜଣକ କୌଣସି କାମରେ ଦରାନାପାଲ ଆସି ପୁଣି ଘରକୁ ଫେରିବା ସମୟରେ ନକ୍ସଲଙ୍କ ହାବୁଡ଼ରେ ପଡ଼ିଥିଲେ। ବାଇକ ସହ ଛାତ୍ରଙ୍କୁ ନକ୍ସଲ ନେଇ ଯାଇଛନ୍ତି। ଖବର ଲେଖା ହେବା ସୁଦ୍ଧା ଅପହରଣ ସଂପର୍କରେ ନକ୍ସଲ ସଂଗଠନ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ। ଅପରପକ୍ଷରେ ପ୍ରଥମ ଥର ପାଇଁ ଜଣେ ଛାତ୍ରଙ୍କୁ ନକ୍ସଲ ଅପହରଣ କରିଛନ୍ତି। ଯାହାକୁ ନେଇ ନାନା ଆଲୋଚନା ଚାଲିଥିବା ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

ସମ୍ବନ୍ଧିତ ଖବର