ଝିଅ ସାମ୍ନାରେ ବାପାକୁ ହତ୍ୟା କଲେ ନକ୍ସଲ

ମାଲକାନଗିରି : ସୀମାନ୍ତ ଛତିଶଗଡରେ ସୁରକ୍ଷା ବାହିନୀ ମାଓ ଦମନ ଅଭିଯାନକୁ ଜୋରଦାର କରିବା ପରେ ରକ୍ତମୁଖା ହୋଇଯାଇଛନ୍ତି ନକ୍ସଲ। ଏହି କ୍ରମରେ ଗତକାଲି ରାତିରେ ଦନ୍ତେଓ୍ଵାଡା ଜିଲ୍ଲାରେ ଜଣେ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ଝିଅ ସାମ୍ନାରେ ନକ୍ସଲ ହତ୍ୟା କରିଛନ୍ତି। ବାପାକୁ ବଞ୍ଚାଇବାକୁ ଯାଇ ଝିଅ ମଧ୍ୟ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଭାଂସୀ ଥାନା ଅନ୍ତର୍ଗତ ମୋଲସନାର ଗ୍ରାମରେ ନକ୍ସଲ ସାଦା ପୋଷାକରେ ପହଞ୍ଚିଥିଲେ। ଗ୍ରାମର କୁମ୍ମା ଭାସ୍କରଙ୍କଚ ଘରକୁ ଯାଇ ଡାକିଥିଲେ। କୁମ୍ମା ବାହାରକୁ ଆସିବା ମାତ୍ରେ ତାଂକ ଉପରରେ ଆକ୍ରମଣ ହୋଇଥିଲା। ଚିତ୍କାର ଶୁଣି ଝିଅ ବାହାରକୁ ବାହାରି ବାପାକୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ମାରପିଟ କରିଥିଲେ। ଘଟଣା ସ୍ଥଳରେ କୁମ୍ମାଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅକୁ ଡାକ୍ତରଖାନାରେ ଭର୍ତି କରାଯାଇଛି।

ସମ୍ବନ୍ଧିତ ଖବର