ନକ୍ସଲ ନେତା ଏବେ ଘଣ୍ଟାବାବା

ମାଲକାନଗିରି : ଲାଲ କରିଡରର ଦୁର୍ଦାନ୍ତ ନକ୍ସଲ ଥିଲେ ଦିନବନ୍ଧୁ ସିଂହ। ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡ ଅଞ୍ଚଳକୁ ଥରହର କରି ରଖିଥିଲେ। କିନ୍ତୁ ଏହି ଦୁର୍ଦାନ୍ତ ନକ୍ସଲ ଦିନେ ହିଂସା ଛାଡ଼ି ଆଧ୍ୟାତ୍ମକତାକୁ ବାଛିବେ କେହି କଳନା ବି କରି ନଥିଲେ। କିନ୍ତୁ ଦିନବନ୍ଧୁ ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଶାନ୍ତିର ପ୍ରତୀକ ସାଜିଛନ୍ତି।

୨୦୦୫ ମସିହାରେ ଏହି ମୋଷ୍ଟ ଓ୍ଵାଣ୍ଟେଡ୍‌ ନକ୍ସଲ ନେତା ଗିରଫ ହୋଇଥିଲେ। ୨୦୧୨ ମସିହା ପର୍ଯ୍ୟନ୍ତ ଜେଲରେ ବନ୍ଦୀ ଜୀବନ ବିତାଇଥିଲେ। ଜେଲ ଜୀବନରେ ସେ ନିଜକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେଇଥିଲେ। ଜେଲରୁ ଫେରିବା ପରେ ସେ ଦଲମା ଅଂଚଳରେ ଏକ ଆଶ୍ରମ କରି ପୂଜାପାଠ ଆରମ୍ଭ କରିଦେଇଥିଲେ। ଏହି ଆଶ୍ରମକୁ ଓଡ଼ିଶା ସମେତ ପଶ୍ଚିମବଂଗ, ଛତିଶଗଡ ଏବଂ ଝାଡଖଣ୍ଡରୁ ଶହ ଶହ ଲୋକ ପ୍ରତିଦିନ ପୂଜା କରିବା ପାଇଁ ଭିଡ ଜମାଉଛନ୍ତି। ଦିନେ ଯାହା ନାଁ ଶୁଣିଲେ ଲୋକେ ଭୟକରୁଥିଲେ ସେ କିଭଳି ପୂଜା କରୁଛନ୍ତି ତାହା ଦେଖିବାକୁ ବି ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ସେଦିନର ନକ୍ସଲ ନେତା ଏବେ ଘଣ୍ଟାବାବା ନାମରେ ବେଶ ପରିଚିତ।

ହିଂସାର ପଥ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଘଣ୍ଟାବାବା ନକ୍ସଲଙ୍କୁ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି। ହିଂସା ଦ୍ୱାରା କେବେ ମଧ୍ୟ କୌଣସି ଲକ୍ଷ୍ୟକୁ ହାସଲ କରିହେବ ନାହିଁ ବୋଲି ସେ ହୃଦୟଙ୍ଗମ କରିଥିବା ଅନ୍ୟମାନଙ୍କୁ ପରାମର୍ଶ ଦେଉଛନ୍ତି। ସେ ଯାହା ଭୁଲ କରିଥିଲେ ଏବେ ତାହା ଶିବଙ୍କୁ ପୂଜା କରି ପ୍ରାୟଶ୍ଚିତ କରୁଛନ୍ତି। ଦସ୍ୟୁ ରତ୍ନାକରରୁ ବାଲ୍ମିକୀ ହେବା ପାଇଁ ବହୁ ସମୟ ଲାଗିବ ନାହିଁ। କେବଳ ମନୋବଳ ଦରକାର ବୋଲି ଲୋକଙ୍କୁ କହୁଛନ୍ତି।

ସମ୍ବନ୍ଧିତ ଖବର