ତୁଳସୀ ପାହାଡ଼ରେ ପୁଲିସ-ମାଓବାଦୀ ମୁହାଁମୁହିଁ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ତୁଳସୀ ପାହାଡ଼ରେ ଗୁରୁବାର ସଂଧ୍ୟାରେ ପୁଲିସ-ମାଓବାଦୀ ମୁହାଁମୁହିଁ ହୋଇଥିବା ନେଇ ସୂଚନା ମିଳିଛି। ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନେତୃତ୍ୱରେ ଏକ ଟିମ୍‌ ତୁଳସୀ ପାହାଡ଼ରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି।

ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ଏସପି ଜଗମୋହନ ମୀନାଙ୍କ ନେତୃତ୍ୱରେ ଏକ ଦଳ ଆଜି ତୁଳସୀ ପାହାଡ଼ରେ ଚଢାଉ କରିଥିଲା। ତେବେ ସଂଧ୍ୟାରେ ପୁଲିସ ପାର୍ଟିକୁ ଦେଖିବା ପରେ ନକ୍ସଲ ହମଲା କରିଥିଲେ। ପୁଲିସ ମଧ୍ୟ ଏହାର ପାଲଟା ଜବାବ ଦେଇଥିବା ଜଣାପଡିଛି। ତେବେ ଏସପି ଶ୍ରୀ ମୀନା ନିଜେ ଅପରେସନରେ ସାମିଲ ହୋଇଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। କିନ୍ତୁ ଜିଲ୍ଲାର କିଛି ବରିଷ୍ଠ ଅଧିକାରୀ ଗୁଳି ବିନିମୟ ଚାଲିଥିବା ସ୍ପଷ୍ଟ କରିଛନ୍ତି। ପୁଲିସ ପାର୍ଟି ମାଲକାନଗିରିରେ ପହଞ୍ଚିବା ପରେ ହିଁ ଏହି ଗୁଳି ବିନିମୟ ସଂପର୍କରେ ଅଧିକ ତଥ୍ୟ ମିଳିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର