ପୁଲିସ-ନକ୍ସଲ ଗୁଳି ବିନିମୟ

ମାଲକାନଗିରି : ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି ଜିଲ୍ଲାର ଉଲବାନୁର ଏବଂ ବଂଜର ଜଂଗଲରେ ପୋଲିସ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଛି।ଏହି ଗୁଳି ବିନିମୟ ଦୀର୍ଘ ସମୟ ଧରି ଚାଲିଥିଲା।ତେବେ ପୋଲିସର ଗୁଳିର ସାମ୍ନା କରିନପାରି ଖସି ପଳାଇବାରେ ସକ୍ଷମ ହୋଇଥିଲେ।ତେବେ ଘଟଣାସ୍ଥଳରୁ ତିନୋଟି ବନ୍ଧୁକ ଜବତ କରିବା ସହ ଜଣେ ନକ୍ସଲକୁ ଗିରଫ କରିବାରେ ସଫଳ ହୋଇଛନ୍ତି।ଏବେ ମଧ୍ୟ ଘଟଣାସ୍ଥଳରେ ପୋଲିସ କମ୍ବିଂକୁ ଜୋରାଦାର କରୁଥିବା ଜଣାପଡିଛି।

ହଟିଲେ ୨୧୨ ସିଆରପିଏଫ୍‌ ବାଟାଲିୟନ କମାଣ୍ଡାଣ୍ଟ

ମାଲକାନଗିରି : ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ଗତ ୧୩ ତାରିଖ ଦିନର ନକ୍ସଲ ହମଲା ପରେ ୨୧୨ ସିଆରପିଏଫ ବାଟାଲିୟନର କମାଣ୍ଡାଣ୍ଟ ପ୍ରଶାନ୍ତ ଧରଙ୍କୁ ହଟାଯାଇଛି। ପ୍ରକାଶଥାଉକି, ୧୨ତାରିଖ ଦିନ ସିଆରପିଏଫ ଆଇଜି ସମସ୍ତ ସିଆରପିଏଫ କ୍ୟାମ୍ପରେ ନିର୍ଦେଶ ଜାରି କରିଥିଲେ ଯେ କୌଣସି ଯବାନ ବାହାରକୁ ବାହାରିବେ ନାହିଁ। ସେହିଦିନ ହିଁ କୋବ୍ରା ସହ ନକ୍ସଲଙ୍କ ଗୁଳିବିନିମୟ ଘଟିଥିବାରୁ ଏଭଳି ନିର୍ଦେଶ ଦିଆଯାଇଥିଲା। କିନ୍ତୁ ଏହି ନିର୍ଦେଶର ଗୋଟିଏ ଦିନ ପରେ ଯବାନଙ୍କୁ ଆଣ୍ଟି ଲ୍ୟାଣ୍ଡମାଇନ ଗାଡିରେ ସାପ୍ତାହିକ ହାଟକୁ ପଠାଯିବା କାରଣରୁ ଏଭଳି ଅଘଟଣ ଘଟିଥିଲା। ତେଣୁ କାମାଣ୍ଡାଣ୍ଟଙ୍କୁ ପଦରୁ ହଟାଯାଇଛି।

ସମ୍ବନ୍ଧିତ ଖବର