ନକ୍ସଲ-ସିଆର୍‌ପିଏଫ୍‌ ଗୁଳି ବିନିମୟ : ଏରିଆ କମାଣ୍ଡର୍‌ ବିମଳଙ୍କ ସମେତ ୪ ନକ୍ସଲ ମୃତ

ରାଉରକେଲା : ଆଜି ଭୋର୍‌ରେ ଝାଡ଼ଖଣ୍ଡ ରାଜ୍ୟର ପଲାମୁ ଜିଲ୍ଲା ଛତରପୁର ନୌଡିହା ବିଷୟପୁର ଜଙ୍ଗଲରେ ନକ୍ସଲ ଓ ସିଆର୍‌ପିଏଫ୍‌ଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟରେ ୪ ନକ୍ସଲଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ମଧ୍ୟରେ ଏରିଆ କମାଣ୍ଡର ବିମଳ ଯାଦବ ଓରଫ୍‌ ଗଣେଷ ସହିତ ରାକେଶ ଭୂୟାଁ ଏବଂ ୨ ଜଣ ମହିଳା ନକ୍ସଲ ରୁବି ଓ ଉର୍ମିଳା ରହିଛନ୍ତି। ଘଟଣାସ୍ଥଳରୁ ୨ଟି ଏସ୍‌ଏଲ୍‌ଆର୍‌ ଜବତ ହୋଇଛି। ସିଆର୍‌ପିଏଫ୍‌ ମହା ନିରୀକ୍ଷକ ଆନନ୍ଦ ଲାଟକରଙ୍କ ସୂଚନା ଅନୁସାରେ ବିହାର ଔରଙ୍ଗାବାଦ ଜିଲ୍ଲା ଜମୁନିଆ ଗାଁର ବିମଳ ନକ୍ସଲ ଗ୍ରୁପ୍‌ରେ ସାମିଲ ହୋଇ ବହୁ ହିଂସାକାଣ୍ଡ ଘଟାଇଥିଲା। ବିମଳ ମୁଣ୍ଡରେ ୧୦ ଲକ୍ଷ ଓ ରାକେଶ ମୁଣ୍ଡରେ ୫ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା ।

ସମ୍ବନ୍ଧିତ ଖବର