ମାଲକାନଗିରି : ମତଦାନକୁ ପ୍ରଭାବିତ କରିବାକୁ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ୪ଟି ମୋଟର ଲଞ୍ଚ ଓ ୧୨ଜଣ କର୍ମଚାରୀଙ୍କୁ ଅଟକ ରଖିଥିଲେ ନକ୍ସଲ। ମଙ୍ଗଳବାର ଦିନ ଚିତ୍ରାକୋଣ୍ଡାରୁ ଯନ୍ତ୍ରୀ ଏବଂ ସିନ୍ଧିପୁଟକୁ ଯାଇଥିବା ୨ଟି ଲେଖାଏଁ ଲଞ୍ଚର କର୍ମଚାରୀଙ୍କୁ ଘାଟରୁ ଅପହରଣ କରି ନେଇ ଯାଇଥିଲେ। ବୁଧବାର ଦିନତମାମ କର୍ମଚାରୀଙ୍କୁ ଅଟକ ରଖିବା ପରେ ଆଜି ସକାଳେ ସୁରକ୍ଷିତ ଅବସ୍ଥାରେ ଛାଡ଼ି ଦେଇଛନ୍ତି।
ବିଚ୍ଛିନ୍ନାଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ମତଦାନ ପାଇଁ ପ୍ରଶାସନ ପକ୍ଷରୁ ବହୁ ବନ୍ଦୋବସ୍ତ କରାଯାଇଥିଲା। ଏପରିକି ୪ଟି ପଞ୍ଚାୟତର ୧୨ଟି ବୁଥକୁ କୁନ୍ତରପଦର ସ୍ଥିତ ବିଏସଏଫ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ନକ୍ସଲଙ୍କ ବାରମ୍ବାର ଧମକ ଯୋଗୁଁ ଏହି ବୁଥ୍କୁ ଜଣେ ମଧ୍ୟ ଭୋଟର ଆସି ନଥିଲେ। ତେବେ, ସୁରକ୍ଷା ବ୍ୟବସ୍ଥା ଏତେ କଡ଼ା ରହିଥିଲା ଯେ ନକ୍ସଲ ପଶିବା ସମ୍ଭବ ନଥିଲା। ମାତ୍ର,ନକ୍ସଲମାନେ ରାଗ ଶୁଝାଇବା ପାଇଁ ଲଞ୍ଚ୍ କର୍ମଚାରୀଙ୍କୁ ଅଟକ ରଖିଥିଲେ। ସେମାନଙ୍କୁ ଆଜି ଛାଡ଼ି ଦେଇଥିବା ଜଣାପଡ଼ିଛି।
ଅନ୍ୟପକ୍ଷରେ, ଘାଟକୁ ଆଜି ଫେରିଥିବା ଲଞ୍ଚ୍ ଗୁଡ଼ିକରେ ମାଓବାଦୀ ପୋଷ୍ଟର ମାରି ୩୧ଟି ଦାବି ରଖିଛନ୍ତି। ଏହି ସବୁ ଦାବି ବାରମ୍ବାର ପ୍ରଶାସନ ନିକଟରେ ରଖାଯାଉଥିଲେ ମଧ୍ୟ କେହି ଶୁଣୁନଥିବା ନକ୍ସଲ ଅଭିଯୋଗ କରିଛନ୍ତି। ଦାବି ପୂରଣ ହୋଇନଥିବାରୁ ପୂର୍ବଥର ଭଳି ଏଥର ମଧ୍ୟ ଭୋଟ ବର୍ଜନ କରିଛୁ ବୋଲି କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Mkg-4-Motor-lunch-back-to-chitrakonda-1.jpg)