ନକ୍ସଲ-ଯବାନ ମୁହାଁମୁହିଁ

ମାଲକାନଗିରି: ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୀମାନ୍ତ ଛତିଶଗଡ଼ରେ ପୁଲିସ ପକ୍ଷରୁ ନକ୍ସଲଙ୍କୁ ନିୟନ୍ତ୍ରଣ ପାଇଁ ଘନଘନ ଅଭିଯାନ ଚାଲିଛି। ଗୁଇନ୍ଦା ତଥ୍ୟକୁ ଆ‌ଧାର କରି ପୁଲିସ ଛାପା ମାରୁଥିବା ବେଳେ ଏଥିରେ ସଫଳତା ବି ମିଳୁଛି। ଏହି କ୍ରମରେ ଆଜି ଛତିଶଗଡ଼ର ଧମତରି ଜିଲ୍ଲାରେ ଗୋଟିଏ ନକ୍ସଲ କ୍ୟାମ୍ପ ଉପରେ ପୁଲିସ ଚଢ଼ାଉ କରିଛି। ସର୍ଚ ଅପରେସନ ସମୟରେ ଯବାନଙ୍କୁ ସୂଚନା ମିଳିଥିଲା ଯେ, ମତିଆବାହାର ଜଂଗଲରେ ନକ୍ସଲ ଗୋଟିଏ କ୍ୟାମ୍ପ କରିଛନ୍ତି। ଏହାପରେ ସେହି ସ୍ଥାନକୁ ଯବାନମାନେ ଘେରାବନ୍ଦୀ କରିଥିଲେ। ଏନେଇ ଜାଣିବା ପରେ ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯାହାର ଜବାବ ଯବାନମାନେ ଦେଇଥିବା ବେଳେ ବହୁ ନକ୍ସଲ ଆହତ ହୋଇଥିବା ସୂଚନା ମିଳିଛି। ତେବେ ଚକମା ଦେଇ ନକ୍ସଲ ଘଞ୍ଚ ଜଙ୍ଗଲକୁ ଖସି ଯାଇଥିବା ଏସପି ରଜନେଶ ସିଂହ ପ୍ରକାଶ କରିଛନ୍ତି। ଖବର ଲେଖାଯିବା ସୁଦ୍ଧା ଜଙ୍ଗଲରେ ଅପରେସନ ଚାଲିଥିଲା। ସେହିପରି ରାଜନନ୍ଦଗାଓଁରେ ରାଜାଡେରା ଏବଂ ରାମଗଡ ମଧ୍ୟରେ ରହିଥିବା ଜଂଗଲରେ ୪୪ ଆଇଟିବିପି ବାଟାଲାୟନର ଯବାନ ଓ ନକ୍ସଲ ମୁହାଁମୁହିଁ ହୋଇଥିଲେ। ଯବାନ ସର୍ଚ ଅପରେସନ କରୁଥିବା ବେଳେ ନକ୍ସଲ ଗୋଟିଏ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ। ଏଥିରେ ତିନି ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନଙ୍କ ପ୍ରାଥମିକ ଚିକିତ୍ସା ପରେ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର