ଦନ୍ତେଓ୍ୱାଡା ଜିଲ୍ଲାରେ ଯାତ୍ରୀବାହୀ ବସ୍ ପୋଡ଼ିଲେ ନକ୍ସଲ

ମାଲକାନଗିରି : ଦିନକୁ ଦିନ ମାଲକାନାଗିରି ସୀମାନ୍ତ ଛତିଶଗଡ଼ରେ ବଢ଼ିବାରେ ଲାଗିଛି ମାଓହିଂସା। କିଛିଦିନ ତଳେ ଦୂରଦର୍ଶନ ପ୍ରତିନିଧିଙ୍କ ଉପରେ ଆକ୍ରମଣ କରିଥିଲେ ମାଓମାଦୀ। ଏଥିରେ ଜଣେ ସାମ୍ବାଦିକ ମୃତ୍ୟୁବରଣ କରିଥିଲେ। ଏହାର ଦୁଇଦିନ ପରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଜଣ ଯବାନ ମଧ୍ୟ ଗୁରୁତର ଆହତ ହୋଇଥିଲେ। ମାଲକାନଗିରି ସୀମାନ୍ତରେ ନକ୍ସଲ ହିଂସା ନିତିଦିନିଆ ଘଟଣାରେ ପରିଣତ ହେବାରେ ଲାଗିଥିବା ବେଳେ ଗତକାଲି ରାତିିରେ ନକ୍ସଲମାନେ ପୁଣି ଘଟାଇଛନ୍ତି ହିଂସାକାଣ୍ଡ।

ମିଳିଥିବା ସୂଚନା ଅନୁସାରେ ମାଲକାନଗିରି ସୀମାନ୍ତ ଛତିଶଗଡରେ ଆଉ ଅଳ୍ପ ଦିନ ପରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। କିନ୍ତୁ ନିର୍ବାଚନକୁ କୌଣସି ପ୍ରକାର ଭଣ୍ଡୁର କରିବାକୁ ଘନଘନ ହମଲା କରି ଚାଲିଛି ନକ୍ସଲ ସଂଗଠନ। ଏହିକ୍ରମରେ ଗତକାଲି ରାତିରେ ଦନ୍ତେଓ୍ୱାଡା ଜିଲ୍ଲାର ଗାମାବାଡା ଜଂଗଲରେ ଗୋଟିଏ ଘରୋଇ ବସକୁ ନକ୍ସଲ ନିଆଁ ଲଗାଇ ନକ୍ସଲ ପୋଡ଼ି ଦେଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ବସରୁ ପ୍ରଥମେ ଓହ୍ଲାଇବାକୁ କହି ନିଆଁ ଲଗାଇ ଦେଇଥିଲେ। କୌଣସି ଯାତ୍ରୀଙ୍କୁ କିଛି କ୍ଷତି କରିନଥିବା ଜଣାପଡ଼ିଛି। ଗୋଟିଏ ବସ୍ ପୋଡ଼ିଥିବା ନେଇ ସ୍ପଷ୍ଟ ହୋଇଥିଲେ ବି ଦୁଇଟି ବସରେ ନିଆଁ ଲଗାଇ ଦେଇଥିବା ଶୁଣିବାକୁ ମିଳିଛି। ଏନେଇ ପୁଲିସ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର