ମାଲକାନଗିରିରେ ପୋଷ୍ଟର : କରେନାରେ ସଂକ୍ରମିତ ନକ୍ସଲ ! ସେମାନଙ୍କୁ ଗାଁରେ ପଶିବାକୁ ଦିଅନାହିଁ

ମାଲକାନଗିରି : ବିଭିନ୍ନ ରାଜ୍ୟରେ ବୁଲୁଛନ୍ତି। ବହୁ ଲୋକଙ୍କ ସହ ମିଳାମିଶା କରୁଛନ୍ତି। ଏଥିପାଇଁ କିଛି ମାଓବାଦୀ କରୋନରେ ସଂକ୍ରମିତ ହୋଇ ସାରିଛନ୍ତି। ସେମାନେ ଏବେ ମାଲକାନଗିରି ଜିଲ୍ଲାକୁ ଚାଲି ଆସିଛନ୍ତି। ତେଣୁ ମାଲକାନଗିରି ଜିଲ୍ଲାରେ ମଧ୍ୟ କରୋନା ବ୍ୟାପିବାର ଆଶଙ୍କା ରହିଛି। କୌଣସି ପରିସ୍ଥିତିରେ ସେମାନଙ୍କୁ ଗାଁରେ ପଶିବାକୁ ଦିଅନାହିଁ। ସେମାନଙ୍କଠାରୁ ଦୂରେଇ ରହିଲେ ନିଜେ ସୁରକ୍ଷିତ ରହିବା ସହ ଗାଁ ସୁରକ୍ଷିତ ରହିବ। ଆଜି ସଚେତନ ନାଗରିକ ମଞ୍ଚ ନାମରେ ଏମିତି ଅନେକ ପୋଷ୍ଟର ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି।

ନକ୍ସଲଙ୍କ ଦ୍ବାରା କରୋନା ଭୂତାଣୁ ଗ୍ରାମାଞ୍ଚଳରେ ବ୍ୟାପିବା ନେଇ ଅନୁମାନ କରୁଛି ସଚେତନ ନାଗରିକ ମଞ୍ଚ। ଏଥିପାଇଁ ମାଓ ଅଧ୍ୟୁଷିତ ତଥା ଜିଲ୍ଲାର ସୀମାନ୍ତ ମାଥିଲି ବ୍ଲକ୍‌ର ମହୁପଦର, ବିଚ୍ଛିନ୍ନା଼ଞ୍ଚଳର ଜାନବାଇ, ସ୍ପିଲୱେ, ଗୁମ୍ମା ଅଂଚଳରେ ପୋଷ୍ଟର ମାରି ଲୋକଙ୍କୁ ସତର୍କ କରିଛି। ଆମ ରାଜ୍ୟ ମଧ୍ୟ କରୋନା ସଂକ୍ରମିତ ଚିହ୍ନଟ ହୋଇ ସାରିଲାଣି। ଏହାକୁ ଜାତୀୟ ବିପତ୍ତି ବୋଲି ଘୋଷଣା କରାଯାଇଛି। ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନ ଥିବା ବେଳେ ଏହାକୁ କେବଳ ସାମାଜିକ ଦୂରତା ଦ୍ବାରା ହିଁ ମୁକାବିଲା କରିପାରିବା ବୋଲି ପୋଷ୍ଟରଗୁଡ଼ିକରେ ଉଲ୍ଲେଖ ହୋଇଛି।

ସମ୍ବନ୍ଧିତ ଖବର