ପିଏଲ୍‌ଜିଏ ସପ୍ତାହର ପ୍ରଥମ ଦିନ : ମାଲକାନଗିରି ଜିଲ୍ଲାରେ ହାଇଆଲର୍ଟ

ମାଲକାନଗିରି : ନକ୍ସଲଙ୍କ ପିଏଲ୍‌ଜିଏ ସପ୍ତାହକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ପୁଲିସ ହାଇଆଲର୍ଟ ଜାରି କରିଛି। ମାଲକାନଗିରି ଜିଲ୍ଲା ସୀମାକୁ ସିଲ କରି ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିଛି। ଯାନବାହାନ ଯାଞ୍ଚ ପ୍ରକ୍ରିୟାକୁ ବି କଡ଼ାକଡ଼ି କରାଯାଇଛି। ତେବେ ପ୍ରଶାସନର ଅନୁରୋଧ ସତ୍ତ୍ବେ ଜିଲ୍ଲାରେ ସରକାରୀ ବସ ଚଳାଚଳ ବନ୍ଦ ରହିଥିଲା। ଯାହାଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ଆଜିଠାରୁ ନକ୍ସଲମାନେ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ କରିଛନ୍ତି। ଏଥିପାଇଁ ସମ୍ଭାବ୍ୟ ଅଘଟଣକୁ ଏଡ଼ାଇବା ପାଇଁ ବିଏସ୍‌ଏଫ, ଏସ୍‌ଓଜି ଏବଂ ଡିଭିଏଫ୍‌ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।ଅନ୍ୟପଟେ, ସୀମାନ୍ତ ଛତିଶଗଡର ରାଜନନ୍ଦଗାଁଓ ଜିଲ୍ଲାରେ ପିଏଲଜିଏସ ସପ୍ତାହର ପ୍ରଥମ ଦିନରେ ନକ୍ସଲ ଜଣେ ଯୁବକଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ଗୁଳି କରି ହତ୍ୟା କରିଛନ୍ତି। ବେଲଗାଁଓ ଅଞ୍ଚଳର ନରେଶ କାଲାମକୁ ନକ୍ସଲ ଅତି ନିକଟରୁ ଗୁଳି କରି ହତ୍ୟା କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର