ନୟାଗଡ଼: କାର୍‌-କାର୍‌ ଧକ୍କା ୨ ମୃତ; ଜଣେ ଆହତ

ନୟାଗଡ଼: ଶନିବାର ରାତି ୨ଟା ପରେ ଫୁଲବାଣୀପଟୁ ନୟାଗଡ଼ ଆଡ଼କୁ ଯାଉଥିବା ଏକ କାର ବିପରୀତ ପଟୁ ଆସୁଥିବା ଅନ୍ୟ ଏକ କାର୍‌ ସହ ସାମ୍ନାସାମ୍ନି ଧକ୍କା ଖାଇବାରୁ ୨ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି।

ବର୍ଣ୍ଣା କାର୍‌ ନମ୍ବର ଓଆର୍‌୦୨ଏକ୍ୟୁ୨୮୮୧ ନୂଆ ଗାଁ’ ଥାନା ଅନ୍ତର୍ଗତ ସୋରଡ଼ା ବାଙ୍କଠାରେ ଅନ୍ୟ ଏକ କାର୍‌ ସହ ଭୀଷଣ ଧକ୍କା ଖାଇଥିଲା। ଫଳତଃ, ଦୁଇଟି ଯାକ କାର୍‌ ସଡ଼କ ପାର୍ଶ୍ୱସ୍ଥ ବିଲ ମଧ୍ୟକୁ ଗଡ଼ି ଯାଇଥିଲା। ଏଥିରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା। ଦୁଇ ମୃତ ବ୍ୟକ୍ତିଙ୍କର ପରିଚୟ ମିଳି ପାରି ନାହିଁ। ଆହତ ଜଣକ ହେଉଛନ୍ତି କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଅନନ୍ତ ପରିଡ଼ା। ଆନୁମାନିକ ୩୦ ବର୍ଷିୟ ଅନନ୍ତଙ୍କୁ ଏବେ ଦଶପଲ୍ଲା ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସେ ଅର୍ଦ୍ଧ ଅଚେତନ ଅବସ୍ଥାରେ ଥିବାରୁ ଦୁର୍ଘଟଣା ସଂକ୍ରାନ୍ତରେ ବିଶେଷ କିଛି କହି ପାରୁ ନାହାନ୍ତି।

ଦୁଇ ଅଚିହ୍ନା ମୃତ ବ୍ୟକ୍ତିଙ୍କ ଶବ ନୟାଗଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଗାଡ଼ି ଦୁଇଟି ଦୁର୍ଘଟଣାସ୍ଥଳରେ ପଡ଼ି ରହିଛି ଏବଂ ନୂଆଗାଁ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର