ନୟାଗଡ଼ରେ ଏନ୍‌କାଉଣ୍ଟର୍‌ : କୁଖ୍ୟାତ ଅପରାଧୀ ରବି ଆହତ

ନୟାଗଡ଼ : ଆଜି ରାତି ପ୍ରାୟ ୧୧ଟା ବେଳେ ଦର୍ପନାରାୟଣପୁର-ରାଜସୁନାଖଳା ରାସ୍ତାର ବାପୁଜୀପଲ୍ଲୀ ଛକ ନିକଟରେ ପୁଲିସ୍‌ ଏନ୍‌କାଉଣ୍ଟରରେ କୋଟଗଡ଼ ଅଞ୍ଚଳର କୁଖ୍ୟାତ ଅପରାଧୀ ରବି ଦୋରା ଆହତ ହୋଇଛି। ରବିର ଗୋଡ଼ରେ ଗୁଳି ବାଜିଥିବାବେଳେ ତାକୁ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଥିବା ଜଣାପଡ଼ିଛି। ରଣପୁର ଥାନା ଆଇଆଇସି ଗିରଜା ଶଙ୍କର ରଥ, ଶରଣକୂଳ ଆଇଆଇସି ମନୋଜ ଶତପଥୀ ଏବଂ ନୟାଗଡ଼ ଟାଉନ୍‌ ଥାନା ଆଇଆଇସି ରଶ୍ମୀରଂଜନ ପଟ୍ଟନାୟକ ମିଳିତ ଭାବେ ଏହି ଏନ୍‌କାଉଣ୍ଟର କରିଥିଲେ। ପୁଲିସ ଗୁଳିରେ ଅପରାଧୀ ରବି ଆହତ ହୋଇଥିବା ବେଳେ ରଣପୁର ଆଇଆଇସି ଗିରିଜା ଶଙ୍କର ରଥଙ୍କ ହାତରେ ଗୁଳି ବାଜିବାରୁ ସେ ମଧ୍ୟ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର