ନୟାଗଡ଼ର ପୂର୍ବତନ ବିଧାୟକ ବଂଶୀଧର ସାହୁଙ୍କ ପରଲୋକ

ନୟାଗଡ଼ : ନୟାଗଡ଼ର ପୂର୍ବତନ ବିଧାୟକ ତଥା ସାରସ୍ବତ ସାଧକ ବଂଶୀଧର ସାହୁ (୭୪)ଙ୍କର ଆଜି ପରଲୋକ ହୋଇଯାଇଛି। ସ୍ବର୍ଗତ ସାହୁ କିଛିଦିନ ହେବ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ସକାଳ ପ୍ରାୟ ୬ଟା ୪୫ ମିନିଟ୍‌ରେ ତାଙ୍କର ବିୟୋଗ ହୋଇଥିଲା। ଏକ ସୁସଜ୍ଜିତ ଗାଡ଼ିରେ ସ୍ବର୍ଗତ ସାହୁଙ୍କ ମରଶରୀର ସ୍ଥାନୀୟ ଅଞ୍ଚଳରେ ପରିକ୍ରମା କରାଯିବା ପରେ ବଂଶୀଧର ମହାବିଦ୍ୟାଳୟ ପରିସରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଜ୍ୟେଷ୍ଠପୁତ୍ର ତଥା ନୟାଗଡ଼ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଆଇନଜୀବୀ ମନୋଜ କୁମାର ସାହୁ ମୁଖାଗ୍ନି ଦେଇଥିଲେ। ସ୍ବର୍ଗତ ସାହୁ ୧୯୮୦ମସିହାରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର