ଆଲ୍ଲାହାବାଦ ମାର୍ଗରେ ଯାତ୍ରା କରିବ ନୀଳାଚଳ ଏକ୍ସପ୍ରେସ୍‌

ଭୁବନେଶ୍ବର : ଉତ୍ତର ରେଳପଥ ଲକ୍ଷ୍ନୌ ରେଳମଣ୍ଡଳର ଲକ୍ଷ୍ନୌ-ରାଏବରେଲି ରେଳ ସେକ୍ସନରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୁରୀରୁ ଛାଡ଼ୁଥିବା ନୀଳାଚଳ ଏକ୍ସପ୍ରେସ ତିନିଦିନ ପାଇଁ ମାର୍ଗ ପରିବର୍ତ୍ତନ ହୋଇ ଚଳାଚଳ କରିବ। ପୁରୀ-ଆନନ୍ଦ ବିହାର(ନୂଆ ଦିଲ୍ଲୀ)-ପୁରୀ ନୀଳାଚଳ ଏକ୍ସପ୍ରେସ ପୁରୀରୁ ଆସନ୍ତା ୧୬, ୧୯ ଓ ୨୧ ତାରିଖ ଓ ଆନନ୍ଦ ବିହାରରୁ ୧୯, ୨୧ ଓ ୨୩ ତାରିଖ ଦିନ ପରିବର୍ତ୍ତିତ ମାର୍ଗରେ ଯାତ୍ରା କରିବ। ପଣ୍ଡିତ ଦିନଦୟାଲ ଉପାଧ୍ୟାୟ-ଆଲ୍ଲାହାବାଦ-କାନପୁର ଷ୍ଟେସନ୍‌ ମାର୍ଗରେ ଯାତ୍ରା କରିବ। ଏହି ସମୟରେ ନୀଳାଚଳ ଏକ୍ସପ୍ରେସ କାଶୀ, ବାରଣାସୀ, ଭାଡୋହୀ, ପ୍ରତାପଗଡ଼, ଲକ୍ଷ୍ନୌ ଓ ଉନ୍ନାଓ ଷ୍ଟେସନ୍‌ ମାର୍ଗ ଦେଇ ଯାତାୟାତ କରିବ ନାହିଁ।

ସମ୍ବନ୍ଧିତ ଖବର