‘କୃତଜ୍ଞତା ପ୍ରକାଶର ଅଭ୍ୟାସ ଅହଙ୍କାର ଦୂର କରେ’

ରେଭେନ୍ସା କଲିଜ୍‌ଏଟ ସ୍କୁଲ‌ ପୁରାତନ ଛାତ୍ର ସଂସଦ ପକ୍ଷରୁ ନେତାଜୀ ଜୟନ୍ତୀ

କଟକ : ଅହଙ୍କାର ମଣିଷକୁ ସଙ୍କୁଚିତ କିରିଦିଏ। ମାତ୍ର କୃତଜ୍ଞତା ପ୍ରକାଶ କରିବାର ଅଭ୍ୟାସ ହିଁ ମଣିଷ ଭିତରେ ଥିବା ଅହଙ୍କାରକୁ ଦୂର କରିପାରେ। ମଣିଷ ଯେତେ ଉପରକୁ ଗଲେ ବି ଅନ୍ୟକୁ ପ୍ରଶଂସା କରିବାର ଅଭ୍ୟାସ ତାକୁ ତାର ପ୍ରକୃତ ପରିଚୟ ଦେଇଥାଏ ବୋଲି ନେତାଜୀ ଜୟନ୍ତୀ ଅବସରରେ ରେଭେନ୍ସା କଲିଜିଏଟ୍‌ ସ୍କୁଲ ପୁରାତନ ଛାତ୍ର ସଂସଦ ପକ୍ଷରୁ ଆୟୋଜିତ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକ। ରେଭେନ୍ସା କଲିଜିଏଟ୍‌ ସ୍କୁଲ ‌ସ୍ଥିତ ନେତାଜୀ ଅଡିଟୋରିୟମ ଠାରେ ଛାତ୍ର ସଂସଦ କାର୍ଯ୍ୟକାରୀ ସଭାପତି ରାମାଶିଷ ହାଜରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବା‌େର ମୁଖ୍ୟବକ୍ତା ଭାବେ ଡାକ୍ତର ନିର୍ମଳେନ୍ଦୁ କୁମାର ଦାସ, ସମ୍ମାନିତ ଅତିଥି ଭାବେ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ଆଇନୀବୀ ମନୋରଂଜନ ମହାନ୍ତି ଯୋ‌ଗଦେଇ ନେତାଜୀ ଓ ରେଭେନ୍ସା କଲଜିଏଟ୍‌ ସ୍କୁଲ ମଧ୍ୟରେ ଥିବା ସମ୍ପର୍କ ଉପରେ ବକ୍ତବ୍ୟ ରଖିଥିଲେ। ଉତ୍ସବରେ ପୁରାତନ ଛାତ୍ର ଡକ୍ଟର ଜ୍ଞାନଚନ୍ଦ କରଙ୍କୁ ‘ଛାତ୍ର ଗୌରବ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିବା ‌ବେଳେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସ୍ନେହଲତା ଦାସ ଓ ଅବସରପ୍ରାପ୍ତ ଶିକ୍ଷକ ରଞ୍ଜିତ ରଂଜନ ପଣ୍ଡାଙ୍କୁ ‘କୃତି ଶିକ୍ଷକ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଡକ୍ଟର ଅନୁସ୍ମିତା ସ୍ବାଇଁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂସଦର ସାଧାରଣ ସଂପାଦକ ଦେବାଶିଷ ଦାଶ ସଂପାଦକୀୟ ବିବରଣୀ ପାଠ କରିଥିଲେ। ନେତାଜୀ ଜୟନ୍ତୀ ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଉତ୍ସବରେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନେକ ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ପୁରାତନ ଛାତ୍ର ଧର୍ମେଶ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଉମାଶଙ୍କର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ଇତିମଧ୍ୟରେ ନେତାଜୀ ଜୟନ୍ତୀ ଅବସରରେ ‘ଆମ ଓଡ଼ିଶା’ ପକ୍ଷରୁ ୨୯ଟି ଶିବିରରୁ ୧୧୩୫ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା।

ସମ୍ବନ୍ଧିତ ଖବର