ହୀରାକୁଦ ସୁରକ୍ଷା ପାଇଁ ଆଉ ୧୫ ଗେଟ୍, ବ୍ୟୟ ହେବ ୫୦୦ କୋଟି, ୩୬ ମାସରେ ସରିବ କାମ

ମୁଖ୍ୟମନ୍ତ୍ରୀ-କେନ୍ଦ୍ରୀୟ ଜଳ ଆେୟାଗ ଅଧ୍ୟକ୍ଷଙ୍କ ଆେଲାଚନା, ଫେବ୍ରୁଆରି ୧୩ ଓ ୧୪ରେ ଅନ୍ତରାଷ୍ଟ୍ରୀୟ ଡ୍ୟାମ୍ ସୁରକ୍ଷା ସମ୍ମିଳନୀ

ଭୁବନେଶ୍ବର: ହାରୀକୁଦ ପ୍ରତି ମାଡ଼ି ଆସୁଥିବା ବିପଦକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର ଏବେ ଠାରୁ ତାର ମୁକାବିଲା ପାଇଁ ବାଟ େଖାଲିଛନ୍ତି। େଗାଟିଏ କି ଦୁଇଟି ନୁହେଁ, ପାଖାପାଖି ୧୫ଟି ଗେଟ୍ ନିର୍ମାଣ କରିବା ଲାଗି ସରକାରୀ ପ୍ରସ୍ତୁତି ଆରମ୍ଭ େହାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ େକନ୍ଦ୍ରୀୟ ଜଳ ଆେୟାଗ ଅଧ୍ୟକ୍ଷ ଏସ୍ ମାସୁଦ ହୁସେନଙ୍କ ମଧ୍ୟରେ ସଚିବାଳୟରେ ଆଲୋଚନା ସମୟରେ ଏ ପ୍ରସଙ୍ଗରେ ଆେଲାଚନା େହାଇଥିବା ସୂଚନା ମିଳିଛି। ପାଖାପାଖି ୫୦୦ େକାଟି ଟଙ୍କା ବିନିେଯାଗ େହବ ଏବଂ ୩୬ ମାସରେ କାମ ସମ୍ପୂୂର୍ଣ୍ଣ େହବାକୁ ଲକ୍ଷ୍ୟ ରଖାଯାଇଥିବା ଜଳସଂପଦ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟ ସରକାରଙ୍କର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମହାନଦୀ ଉପରମୁଣ୍ଡରେ ଛତିଶଗଡ ସରକାର ଏକାଧିକ ବନ୍ଧ ନିର୍ମାଣ କରିସାରିଲେଣି। ସଂପୃକ୍ତ ରାଜ୍ୟ ସରକାର ନିଜ ଅଞ୍ଚଳରେ ଥିବା ଶିଳ୍ପ ସଂସ୍ଥାକୁ ପାଣି ଦେବା ଲାଗି ସବୁ ନିୟମ କାନୁନକୁ ଏଡାଇ ଯାଇ ହୀରାକୁଦ ଉପରମୁଣ୍ଡରେ ଥିବା ଜଳଭଣ୍ଡାରକୁ ପୂର୍ଣ୍ଣ କରି ରଖୁଛନ୍ତି। ପରିଣାମ େହଲା, େଯତେବେଳେ ଲଘୁଚାପ ଜନିତ ବଡ ବର୍ଷା େହଉଛି, ସେତେବେଳେ ଛତିଶଗଡ଼ ସରକାର ସବୁ େଗଟ େଖାଲି ଦେଉଛନ୍ତି ଓ ହଠାତ୍ ହୀରାକୁଦ ପ୍ରତି ବିପଦ ମାଡି ଆସୁଛି। ଜଳଭଣ୍ଡାର ନିୟନ୍ତ୍ରଣ କରିବା କାଠିକର ପାଠ େହାଇ ପଡୁଛି। ଗତ ବର୍ଷ ମଧ୍ୟ ଛତିଶଗଡ ସରକାର ଏମିତି ପରିସ୍ଥିତି ସୃଷ୍ଟି କରିଥିଲେ ଓ ରାଜ୍ୟ ସରକାରଙ୍କ ଉପଯୁକ୍ତ ନିଷ୍ପତ୍ତି କାରଣରୁ ଉପକୂଳ ଅଞ୍ଚଳ ଏକ ମଧ୍ୟମ ଧରଣର ବନ୍ୟା ସାମ୍ନା କଲା କିନ୍ତୁ ବଡ଼ ବିପଦ ଟଳିଯାଇଥିଲା। ଏ େନଇ ଯଦିଓ ମହାନଦୀ ଟ୍ରିବ୍ୟୁନାଲରେ ମାମଲା ଅଛି, ରାଜ୍ୟ ସରକାର କିନ୍ତୁ ନିଜ ଆଡୁ ହୀରାକୁଦ ଜଳ ପରିଚାଳନାକୁ ସୁ ନିୟନ୍ତ୍ରିତ କରିବା ଲାଗି ନିଷ୍ପତ୍ତି େନଇଛନ୍ତି। ଆଜି ଆେଲାଚନା ସମୟରେ ଏ େନଇ ରାଜ୍ୟ ସରକାରଙ୍କ ଜଳସଂପଦ ଅଧିକାରୀମାେନ େକନ୍ଦ୍ରୀୟ ଜଳ ଆେୟାଗ ଅଧ୍ୟକ୍ଷଙ୍କୁ ବିଶଦ ଭାବେ ଜଣାଇଥିଲେ। ଏହି କ୍ରମରେ ଦକ୍ଷିଣ ପଟ ବନ୍ଧରେ ଆଉ ଗୋଟିଏ ସ୍ପିଲ୍ େଵ ନିିର୍ମାଣ କରାଯିବ। ସ୍ପିଲ ଵେର ୧୫ଟି ଗେଟ୍ ନିର୍ମାଣ କରାଯିବ। ଏ ବାବଦରେ ୫୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଧାର୍ଯ୍ୟ ହୋଇଥିବାବେଳେ ୩୬ ମାସରେ କାମ ସମ୍ପୂର୍ଣ୍ଣ ହେବ।

ଉଲ୍ଲେଖଯୋଗ୍ୟ, ଆସନ୍ତା ଫେବ୍ରୁଆରି ୧୩ ଓ ୧୪ ତାରିଖରେ ଭୁବନେଶ୍ବରରେ ଅନ୍ତରାଷ୍ଟ୍ରୀୟ ଡ୍ୟାମ ସୁରକ୍ଷା ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ େଭଟି ନିମନ୍ତ୍ରଣ କରିଛନ୍ତି କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷ। ୩ ଜଣିଆ ପ୍ରତିନିଧି ମଣ୍ଡଳି ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରି ଆଲୋଚନା କରିଥିଲେ। ଏହି ସମ୍ମିଳନୀରେ ଦେଶବିଦେଶରୁ ୭୦୦ ପ୍ରତିନିଧି ଯୋଗଦେବେ ।

ସମ୍ବନ୍ଧିତ ଖବର