ଖୋର୍ଦ୍ଧାରେ ନୂଆ ବିମାନ ବନ୍ଦର: ୧୫ ଶହ ଏକର ଜମି ଚିହ୍ନଟ

ବିମାନ ବନ୍ଦର ନେଇ ରାଜ୍ୟ ସଚିବାଳୟରେ ବୈଠକ

ଭୁବନେଶ୍ୱର: ଖୋର୍ଦ୍ଧାରେ ନୂଆ ବିମାନ ବନ୍ଦର ପାଇଁ ୧୨ରୁ ୧୫ଶହ ଏକର ଜମି ଚିହ୍ନଟ ହୋଇଛି। ରାଜ୍ୟ ସଚିବାଳୟରେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରାସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିମାନବନ୍ଦର କର୍ତ୍ତୃପକ୍ଷ, ଜିଲ୍ଲାପାଳ, ସଚିବ ଉଷା ପାଢ଼ୀ ଉପସ୍ଥିତ ଥିଲେ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏହି ସୂଚନା ଦେଇଛନ୍ତି। ହୋତା କହିଛନ୍ତି, ନୂଆଁ ବିମାନ ବନ୍ଦର ପାଇଁ ଏୟାରପୋର୍ଟ ଅଥରଟି ଅଫ ଇଣ୍ଡିଆର ଏକ ଟିମ୍‌ ସର୍ଭେ କରିଛନ୍ତି। ଏହା ପ୍ରାଥମିକ ସ୍ତରରେ କାମ ଆରମ୍ଭ ହୋଇଛି ବୋଲି ସେ କହିଛନ୍ତି।

ଯାତ୍ରୀଙ୍କ ସୁବିଧା ନିମନ୍ତେ ବିମାନ ବନ୍ଦରର ନିର୍ଦ୍ଦେଶକ କହିଛନ୍ତି, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଫରେନ ଏକ୍ସଚେଞ୍ଜ କାଉଣ୍ଟର ଖୋଲିଛି। ଟର୍ମିନାଲ-୧ ଓ ଟର୍ମିନାଲ-୨ରେ ୨ଟି କାଉଣ୍ଟର ଖୋଲାଯାଇଛି।

ସମ୍ବନ୍ଧିତ ଖବର