ଯାମିନୀ ଷଡ଼ଙ୍ଗୀ ବରଗଡ଼ର ନୂଆ ଜିଲ୍ଲାପାଳ, ପଙ୍କଜ ଏସ୍‌ପି

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ପୂର୍ବରୁ ଭାରତର ନିର୍ବାଚନ କମିସନ୍‌ ବରଗଡ଼ ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ ଓ ଏସ୍‌ପି ବି. ଯୁଗଳ କିଶୋରଙ୍କୁ ଦୁଇ ଦିନ ତଳେ ହଟାଇ ଦେଇଥିଲେ। ଆଜି ସେହି ସ୍ଥାନରେ ନୂଆ ଜିଲ୍ଲାପାଳ ଓ ଏସ୍‌ପି ନିଯୁକ୍ତି ପାଇଛନ୍ତି। ଜଗତସିଂହପୁର ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀ ଓ ଏସ୍‌ପି ଜୟନାରାୟଣ ପଙ୍କଜଙ୍କୁ ବରଗଡ଼ରେ ଜିଲ୍ଲାପାଳ ଓ ଏସ୍‌ପି ଭାବେ ନିଯୁକ୍ତି ଦିଆଯାଇଛି।

ନିର୍ବାଚନ କମିସନଙ୍କ ନିର୍ଦେଶ ଆଧାରରେ ରାଜ୍ୟ ସରକାର ଉଭୟ ପଦବି ଲାଗି ତିନି ଜଣ ଆଇପିଏସ୍‌ ଓ ତିନି ଆଇଏଏସ୍‌ ଅଫିସରଙ୍କ ନାମ ସୁପାରିସ କରିଥିଲେ। ସେମାନଙ୍କ ମଧ୍ୟରୁ ନିର୍ବାଚନ କମିସନ୍‌ ଏହି ଦୁଇଟି ନାମରେ ମୋହର ମାରିଛନ୍ତି। ଏହି ନିଯୁକ୍ତି ପରେ ଜଗତସିଂହପୁରର ଅତିରିକ୍ତ ଜିଲ୍ଲାପାଳ ସେଠାରେ ଜିଲ୍ଲାପାଳ ଦାୟିତ୍ୱରେ ରହିବେ। ତେବେ ବରଗଡ଼ରୁ ହଟିଥିବା ଶ୍ରୀ ପାଢୀ ଏବଂ ଯୁଗଳ କିଶୋରଙ୍କୁ ରାଜ୍ୟ ସରକାର ଏ ଯାଏଁ ଅନ୍ୟତ୍ର ନିଯୁକ୍ତି ଦେଇ ନାହାନ୍ତି।

ସମ୍ବନ୍ଧିତ ଖବର