ଶିକ୍ଷକଙ୍କ ପାଇଁ ସରକାରଙ୍କ ନୂଆ ନିୟମ ! ନମ୍ବର ନୁହେଁ, ଏଣିକି ପରୀକ୍ଷା ମାଧ୍ୟମରେ ହେବ ଶିକ୍ଷକ ନିଯୁକ୍ତି

ଭୁବନେଶ୍ୱର: ଏଣିକି ମାର୍କ ନୁହେଁ ବରଂ ଇଂଟରଭ୍ୟୁ ଜରିଆରେ ନିଯୁକ୍ତି ପାଇବେ ଶିକ୍ଷକ । ଏଥିସହ ଚଳିତ ଶିକ୍ଷାବର୍ଷରୁ ଅନଲାଇନରେ ଶିକ୍ଷକଙ୍କ ବଦଳି ହେବ । ଶିକ୍ଷକଙ୍କୁ ତାଲିମ ଦିଆଯିବ । ଗଣଶିକ୍ଷା ବିଭାଗରେ ବଡ ସଂସ୍କାର ପାଇଁ ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର ।

ଗଣଶିକ୍ଷା ବିଭାଗରେ ବଡ଼ ସଂସ୍କାର ଆଣିବା ପାଇଁ ଯାଉଛନ୍ତି ସରକାର । ଶିକ୍ଷକ ନିଯୁକ୍ତିରେ ରାଜ୍ୟ ସରକାରଙ୍କ ବଡ ନିଷ୍ପତି । ଏଣିକି ମାର୍କ ଅନୁଯାୟୀ ହେବନି ଚୟନ ପ୍ରକ୍ରିୟା । ଆବେଦନକାରୀମାନେ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ସମ୍ମୁଖୀନ ହେବେ । ଷ୍ଟାଫ ସିଲେକ୍ସନ ଭଳି ସଂସ୍ଥାଦ୍ୱାରା ହେବ ଚୟନ ପ୍ରକ୍ରିୟା । ଆଗାମୀ ଶିକ୍ଷା ବର୍ଷ ପାଖରୁ ଏହାକୁ ଲାଗୁ କରିବାକୁ ଯାଉଛନ୍ତି ସରକାର । ଅନ୍ୟ ପଟେ ଶିକ୍ଷକଙ୍କ ବଦଳିକୁ ନେଇ ସ୍‌ୱଚ୍ଛତା ଆଣିବେ ସରକାର । ଏଣିକି ଅନଲାଇନ ମାଧ୍ୟମରେ ହେବ ଶିକ୍ଷକଙ୍କ ବଦଳି ପ୍ରକିୟା

ଅନ୍ୟପଟେ ଶିକ୍ଷକଙ୍କୁ ଟ୍ରେଣ୍ଡ କରିବେ ରାଜ୍ୟ ସରକାର, ଆଗାମୀ ଏପ୍ରିଲ ୧୭ ରୁ ମେ ୫ ପର୍ଯ୍ୟନ୍ତ ପାଖାପାଖି ୧ ଲକ୍ଷ ୭୫ ହଜାର ଶିକ୍ଷକଙ୍କୁ ତାଲିମ ଦେବେ ସରକାର । ଆଉ ଶହେ ମିଟର ପରିସର ଭିତରେ ଥିବା ୪ ହଜାର ୨ଶହ ସ୍କୁଲକୁ ୨ ହଜାର ସ୍କୁଲରେ ମିଶାଇବ । ତାହା ସହିତ ଡିଇଓ ଓ ଡିପିସି ଅଫିସକୁ ଗୋଟିଏ ଅଫିସ କରାଯିବ । ସେହିପରି ଗଣଶିକ୍ଷା ବିଭାଗରେ ଥିବା ୧୪ଟି ନିର୍ଦ୍ଦେଶାଳୟକୁ ୭ଟିରେ ରୂପାନ୍ତରିତ କରାଯିବ ।

ରାଜ୍ୟରେ ଗୁଣାତ୍ମକ ଶିକ୍ଷା ବ୍ୟବସ୍ଥାର ସ୍ଥିତି ସୁଧାରିବା ପାଇଁ ନିତି ଆୟୋଗ ସହ ଏମଓୟୁ କରିଛନ୍ତି ରାଜ୍ୟ ସରକାର । ସେଥିପାଇଁ ୧୫ଟି ସଂସ୍କାରମୂଳକ ପଦକ୍ଷପେ ନେବେ ସରକାର । ଏହି ସଂସ୍କାର ପ୍ରକିୟା ୨୪ ମାସ ଭିତରେ ସାରିବା ପାଇଁ ଲକ୍ଷ୍ୟ ରହିଛି

ସମ୍ବନ୍ଧିତ ଖବର