ଆଜିଠାରୁ ଭୁବନେଶ୍ୱର ଏୟାରପୋର୍ଟରେ ଲାଗୁ ହେଲା ନୂଆ ପାର୍କିଂ ନୀତି, ବ୍ୟକ୍ତିଗତ ଗାଡ଼ି ପାଇଁ କୌଣସି ପାର୍କିଂ ଦେୟ ପଡିବ ନାହିଁ

ଭୁବନେଶ୍ୱର : ରାଜ୍ୟର ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ଆଜିଠାରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନୂଆ କାର ପାର୍କିଂ ନୀତି ଲାଗୁ ହୋଇଛି । ଘରୋଇ ବା ବ୍ୟକ୍ତିଗତ ଗାଡ଼ିଗୁଡ଼ିକ ଯାତ୍ରୀମାନଙ୍କୁ ଏୟାରପୋର୍ଟରେ ଡ୍ରପ କରିବା ଓ ପିକ୍‌-ଅପ କରିବା ପାଇଁ କୌଣସି ପାର୍କିଂ ଦେୟ ପଡିବ ନାହିଁ । ତେବେ ପାର୍କିଂରେ ଅପେକ୍ଷା କରିବା ପାଇଁ ଆବଶ୍ୟକ ଦେୟ ଲାଗୁ ହେବ ।  ଏହି ନୂଆ ନୀତି ଆଜି ଅପରାହ୍ନ ୨ଟାରୁ ଲାଗୁ ହୋଇଛି । ଏ ସଂପର୍କରେ ଏୟାରପୋର୍ଟ ପକ୍ଷରୁ ଟ୍ଵିଟ କରି ସୂଚନା ଦିଆଯାଇଛି ।

 

ଗତ ମାର୍ଚ୍ଚ ୪ ତାରିଖରେ କେନ୍ଦ୍ର ବେସାମରିକ ବିମାନଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା କହିଥିଲେ ଯେ ଏପ୍ରିଲ ୧ରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେନୂଆ ପାର୍କିଂ ନୀତି ଲାଗୁ ହେବ । ଏହା ଅନୁଯାୟୀ ଘରୋଇ ଗାଡ଼ି ପାଇଁ କୌଣସି ଦେୟ ପଡିବ ନାହିଁ , କିନ୍ତୁ ବ୍ୟବସାୟିକ ଭିତ୍ତିରେ ଚାଲଥିବା ଗାଡି ପାଇଁ ୪୦ ଟଙ୍କା ଲେଖାଏଁ ପାର୍କିଂ ଫି ଆଦାୟ ହେବ । ତେବେ କୌଣସି କାରଣରୁ ଏପ୍ରିଲ ପହିଲାରେ ଏହା ଲାଗୁ ହୋଇପାରିନଥିଲା ।

ସମ୍ବନ୍ଧିତ ଖବର