ଜନ୍ମ ନେଲା ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ

ହାତ ମିଳାଇଲେ ବ୍ରଜ-ଖାରବେଳ, ନବୀନଙ୍କୁ କ୍ଷମତାଚ୍ୟୁତ ଲକ୍ଷ୍ୟ

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ଆଜି ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ତଳେ ଦୁଇଟି ରାଜନୈତିକ ଦଳ ଏକାଠି େହାଇଛନ୍ତି। ପୂର୍ବତନ େକନ୍ଦ୍ରମନ୍ତ୍ରୀ ବ୍ରଜ କିେଶାର ତ୍ରିପାଠୀଙ୍କ ସମତାକ୍ରାନ୍ତି ଦଳ ଓ ପୂର୍ବତନ ସାଂସଦ ଐର ଖାରବେଳ ସ୍ବାଇଁଙ୍କ ଉତ୍କଳ ଭାରତ ଦଳ ହାତ ମିଳାଇଛନ୍ତି। ବିେଜଡିକୁ ରାଜ୍ୟରୁ କ୍ଷମତାଚ୍ୟୁତ କରିବା ଲାଗି ଏହି ସାମ୍ମୁଖ୍ୟ ଜନ୍ମ େନଇଥିବା ଆଜି ଉଭୟ ଦାବି କରିଥିଲେ।

କୌତୂହଳର କଥା େହଲା, କିଛି ଦିନ ପୂର୍ବରୁ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାେମାଦର ରାଉତ-ବ୍ରଜ ତ୍ରିପାଠୀ ହାତ ମିଳାଇଥିଲେ। ସମତା କ୍ରାନ୍ତି ଦଳକୁ ବିଜୁ ସମତା କ୍ରାନ୍ତି ଦଳରେ ପରିବର୍ତ୍ତନ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା। ଗତ ନଭେମ୍ବର ୨୩ରେ ଉଭୟ େଦଖାଇଥିବା ଏହି ସ୍ବପ୍ନ ଦୁଇ ମାସ ପରେ ଭିନ୍ନ ରୂପରେ ଆବିର୍ଭାବ କରିଛି ଓ ଏଥିରେ ଡାକ୍ତର ରାଉତ ନାହାନ୍ତି।
ଉଲ୍ଲେଖଯୋଗ୍ୟ, ଆଜି ଉଭୟ ନେତା ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିେଜଡି ସରକାର ବିେରାଧରେ ବିେଷାଦଗାର କରିଥିଲେ। କହିଥିଲେ, ଦୀର୍ଘ ୧୮ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ଅପାରଗ ଓ ଦୁର୍ନୀତିଗ୍ରସ୍ତ ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଏହି ସାମ୍ମୁଖ୍ୟ ମୁଣ୍ଡ େଟକିଛି। ରାଜ୍ୟରେ ଭିତ୍ତିଭୂମି କ୍ଷେତ୍ରରେ ସୁଧାର ସହ ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଦୁର୍ନୀତି ହଟାଇବା ଉପରେ ନବୀନ ପଟ୍ଟନାୟକ ସରକାର ଗୁରୁତ୍ୱ ନଦେଇ କେବଳ ଭୋଟ ଲୋଭରେ ଲୋକଙ୍କୁ ରାଜକୋଷ ଅର୍ଥ ବାଣ୍ଟିବାରେ ଲାଗିଛନ୍ତି। ଲୋକଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆସୁନାହିଁ। ଲକ୍ଷ ଲକ୍ଷ ଲୋକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ। ଏସବୁ ସମସ୍ୟାର ସମାଧାନ ରାସ୍ତା କାଢିବ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ ହୋଇଛି।

ଓଡ଼ିଶାରେ ‘ମାଟି’କୁ ଭଲ ପାଉଥିବା ସମଭାବାପନ୍ନ ଦଳମାନେ ଏହି ସାମ୍ମୁଖ୍ୟରେ ସାମିଲ ହେବେ ବୋଲି ଉଭୟ ନେତା ଆଶାବ୍ୟକ୍ତ କରିଥିଲେ। ବରିଷ୍ଠ ନେତା ବିଜୟ ମହାପାତ୍ର, ବୈଜୟନ୍ତ ପଣ୍ଡା, ଡାକ୍ତର ଦାମୋଦର ରାଉତ, ଦିଲ୍ଲୀପ ରାୟ, ପଞ୍ଚାନନ କାନୁନଗୋ ଆଦି ସମସ୍ତଙ୍କୁ ଏହି ସାମ୍ମୁଖ୍ୟରେ ସାମିଲ ହେବାକୁ ଆହ୍ୱାନ କରାଯାଇଛି ବୋଲି ସେମାନେ ସୂଚାଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସମତାକ୍ରାନ୍ତି ଦଳର ସଭାପତି ପ୍ରଶାନ୍ତ କୁମାର ମିଶ୍ର, ଉକ୍ରଳ ଭାରତର ରାଜ୍ୟ ସଭାପତି ଦିଲ୍ଲୀପ ମଲ୍ଲିକ, ଉପସଭାପତି ଲୋକନାଥ ଷଡ଼ଙ୍ଗୀ, ସମତାକ୍ରାନ୍ତି ଦଳର ଯୁବ ସଭାପତି ଶାରଦାପ୍ରସନ୍ନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର