ଘୁଞ୍ଚିଲା ନୂତନ ପୁଲିସ କମିସନରଙ୍କ ଦାୟିତ୍ୱ ଗ୍ରହଣ

କଟକ : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡା. ଆର୍‌.ପି. ଶର୍ମା ରାଜ୍ୟ ବାହାରେ ଥିବାରୁ ଆଜି ପୁଲିସ କମିସନର୍‌ ଭାବେ ଏଡିଜି ସତ୍ୟଜିତ ମହାନ୍ତି ଦାୟିତ୍ୱ ଗ୍ରହଣ କରିନାହାନ୍ତି। ଶ୍ରୀ ଶର୍ମାଙ୍କ ଅନୁପସ୍ଥିତିରେ ଶ୍ରୀ ମହାନ୍ତି ଡିଜି ଦାୟିତ୍ୱରେ ଅଛନ୍ତି। ଅଗଷ୍ଟ ପ୍ରଥମ ସପ୍ତାହରେ ଡିଜି କାର୍ଯ୍ୟରେ ଯୋଗ ଦେବା ପରେ ନୂଆ ପୁଲିସ କମିସନର ଦାୟିତ୍ୱ ଗ୍ରହଣ କରିବେ ବୋଲି ପୁଲିସ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।

କଟକ-ଭୁବନେଶ୍ୱର କମିସନରେଟ୍‌ ପୁଲିସର କମିସନର ଓ୍ଵାଇ.ବି. ଖୁରାନିଆଙ୍କୁ ଗତ ଶନିବାର ଦିନ ଏଡିଜି(ପ୍ରୋଭିଜନିଂ) ଭାବେ କଟକ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଏଡିଜି ପ୍ରୋଭିଜନିଂ ସତ୍ୟଜିତ ମହାନ୍ତିଙ୍କୁ ନୂତନ ପୁଲିସ କମିସନର୍‌ ଭାବେ ନିଯୁକ୍ତି ସଂକ୍ରାନ୍ତରେ ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର