ଜିଲ୍ଲା ଖଣିଜ ପାଣ୍ଠିର ସଂଶୋଧନ ପାଇଁ ନିୟମ ପ୍ରଣୟନ କଲେ ସରକାର

ଭୁବନେଶ୍ୱର : ଓଡ଼ିଶା ଜିଲ୍ଲା ଖଣିଜ ପ୍ରତିଷ୍ଠା(ଡିଏମ୍‌ଏଫ୍‌)ର ସଂଶୋଧନ ପାଇଁ ରାଜ୍ୟ ସରକାର ନିୟମ ପ୍ରଣୟନ କରିଛନ୍ତି। ଏମ୍‌ଏମ୍‌ଡିଆର ଆଇନ, ୧୯୫୭ ବଳରେ ଏଭଳି ପରିବର୍ତନ ଆଣିଛନ୍ତି ସରକାର। ଆଜି ଏ ନେଇ ଇସ୍ପାତ ଓ ଖଣି ବିଭାଗ ବିଜ୍ଞପ୍ତି ଜାରି କରିଛି। ପରିବର୍ତିତ ନିୟମଗୁଡ଼ିକୁ ନେଇ ଓଡ଼ିଶା ଜିଲ୍ଲା ଖଣିଜ ପ୍ରତିଷ୍ଠା(ସଂଶୋଧନ) ନିୟମ, ୨୦୧୮ କୁହାଯାଇଛି। ଏହି ନିୟମ ଅନୁଯାୟୀ ଡିଆରଡିଏର ପ୍ରକଳ୍ପ ନିର୍ଦେଶକ ଓ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯିବ। ଡିଆରଡିଏ ପିଡି ବା ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଅନ୍ୟ କେହି ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ହେବେ। ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାର୍ଯ୍ୟକାରୀ କମିଟିର ସଦସ୍ୟ ସଚିବ ହେବେ। ଏହାଛଡ଼ା, ବ୍ୟାଙ୍କ, ଜୀବିକା କାର୍ଯ୍ୟକ୍ରମ, ବିଦ୍ୟୁତ୍‌ ଯୋଗାଣ, ଖଣିଖାଦାନ ଦ୍ୱାରା ପରୋକ୍ଷ ଭାବେ ପ୍ରଭାବିତ ଅଞ୍ଚଳରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ଖଣିଜ ପାଣ୍ଠି ଖର୍ଚ, ସରକାରୀ ନିର୍ଦେଶନାମା ଓ ମାର୍ଗଦର୍ଶନକୁ ଟ୍ରଷ୍ଟ ଅନୁପାଳନ ଆଦି ନେଇ ନିୟମ ଜାରି ହୋଇଛି। ଏହାକୁ ଅନୁଧ୍ୟାନ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କମିଟି ଗଠନ କରିବା ପ୍ରସ୍ତାବ ବି ରହିଛି।

ସମ୍ବନ୍ଧିତ ଖବର