ଘରୋଇ ପ୍ଲେ-ସ୍କୁଲ ପାଇଁ ଜାରି ହେଲା ମାର୍ଗଦର୍ଶିକା : ନାମଲେଖା ପାଇଁ ସର୍ବନିମ୍ନ ବୟସ ୩ ବର୍ଷ ଓ ସର୍ବୋଚ୍ଚ ବୟସ ୬ ବର୍ଷ ଧାର୍ଯ୍ୟ

ନିୟମ ଉଲ୍ଲଂଘନ କଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ମାର୍ଗଦର୍ଶିକା ଜାରି କଲା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

ଭୁବନେଶ୍ୱର : ଘରୋଇ ପ୍ଲେ ସ୍କୁଲ୍ ଉପରେ ଲାଗିଲା ଅଙ୍କୁଶ । ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଘରୋଇ ପ୍ଲେ ସ୍କୁଲ୍ ଗୁଡ଼ିକ ପାଇଁ ନିୟମାବଳୀ ଜାରି କରାଯାଇଛି । ପ୍ଲେ ସ୍କୁଲ ଗୁଡ଼ିକରେ ଏବେଠାରୁ ୩ବର୍ଷ ବୟସରୁ କମ୍ ପିଲାଙ୍କ ନାମଲେଖା କରାଯାଇପାରିବ ନାହିଁ । ପ୍ରାକ୍ ପ୍ରାଥମିକ ପ୍ଲେ ସ୍କୁଲରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ୩ ବର୍ଷ ଓ ସର୍ବୋଚ୍ଚ ବୟସ ୬ ବର୍ଷ ଧାର୍ଯ୍ୟ କରିଛି ଆୟୋଗ ।

ପ୍ଲେ ସ୍କୁଲ ଗୁଡ଼ିକର ଭିତିଭୂମି ଓ ପିଲାଙ୍କ ଅନୁପାତରେ କର୍ମଚାରୀଙ୍କ ସଂଖ୍ୟା ଯାଂଚ୍ କରାଯାଇ ଆୟୋଗ ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆୟୋଗ କହିଛି । ସ୍କୁଲରେ ୨୦ ଜଣ ଶିଶୁଙ୍କ ପାଇଁ ଜଣେ ଆୟା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବ୍ୟତୀତ ପୁଷ୍ଟିକର ଖାଦ୍ୟ, ସ୍ୱଚ୍ଛତା ରକ୍ଷା, ବିଦ୍ୟାଳୟ ଚାରିପାଖେ ପାଚେରୀ, ପୁଅ-ଝିଅଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ, ଖେଳପଡ଼ିଆ, ଔଷଧ, ଓଆରଏସ୍, ଫି ରେକର୍ଡ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମାର୍ଗଦର୍ଶିକା ଜାରି କରିଛି ।

ସମ୍ବନ୍ଧିତ ଖବର